• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆ କପ୍‌ ଫାଇନାଲ୍‌ରେ ୫୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ଶ୍ରୀଲଙ୍କା । ଭାରତୀୟ ଦଳର ଘାତକ ବୋଲିଂ ଆଗରେ ଧରାଶୀୟୀ ହୋଇଛି ସିଂହଳୀ ଦଳ । ୧୫.୨ ଓଭର ଖେଳି ମାତ୍ର ୫୦ ରନ୍‌ରେ ଅଲଆଉଟ୍‌ ହୋଇଛି । ସିରାଜଙ୍କୁ ୬ଟି, ପାଣ୍ଡ୍ୟାଙ୍କୁ ୩ଟି ଓ ବୁମ୍‌ରାଙ୍କୁ ଗୋଟିଏ ୱିକେଟ୍‌ ମିଳିଛି । ଭାରତ ବିପକ୍ଷର ଶ୍ରୀଲଙ୍କାର ସର୍ବନିମ୍ନ ODI ସ୍କୋର । କୌଣସି ଏକ ଫାଇନାଲ୍‌ରେ ମଧ୍ୟ ଏହା ସର୍ବନିମ୍ନ ଦଳଗତ ସ୍କୋର ।

ଏସିଆ କପ୍ ଚାଂପିଅନ୍ ହେବା ପାଇଁ ଭାରତକୁ ଦରକାର ମାତ୍ର ୫୧ ରନ୍ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୫୦ ରନରେ ଅଲଆଉଟ୍ ହୋଇଛି । ଘାତକ ବୋଲିଂ କରିଛନ୍ତି ମହମ୍ମଦ ସିରାଜ୍ । ସିରାଜ ମାତ୍ର ୨୧ ରନ୍ ଦେଇ ୬ ୱିକେଟ୍ ନେଇଛନ୍ତି । ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ । ସେହିପର ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୩ ରନ୍ ଦେଇ ୩ ୱକେଟ୍ ଓ ବୁମରା ଗୋଟିଏ ୱିକେଟ୍ ନେଇଛନ୍ତି । ଫଳରେ ଶ୍ରୀଲଙ୍କା ଭାରତୀୟ ସିମରଙ୍କ ବୋଲିଂକୁ ସାମ୍ନା କରିନପାରି ୧୫ ଓଭରରେ ମାତ୍ର ୫୦ରେ ଅଲଆଉଟ୍ ହୋଇଛି ।

ଇନିଂସର ପ୍ରଥମ ଓଭରରେ କୁଶଲ ପେରେରାଙ୍କୁ ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ ବୁମରା । ଏହାପରେ ଇନିଂସର ଚତୁର୍ଥ ଓଭର ତଥା ସିରାଜ ତାଙ୍କ ଦ୍ୱିତୀୟ ଓଭରରେ ୪ଟି ୱିକେଟ୍ ନେଇ ଶ୍ରୀଲଙ୍କାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ତାପରେ ବାକି କାମ ସାରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆଜି ମ୍ୟାଚ ଜିତିଲେ ଭାରତ ରେକର୍ଡ ଅଷ୍ଟମଥର ଏସିଆ କପରେ ଚାଂପିଅନ୍ ହେବ ।

ଏହା ଦିନିକିଆରେ ଶ୍ରୀଲଙ୍କାର ଦ୍ୱିତୀୟ ସର୍ବନିମ୍ନ ସ୍କୋର । ୨୦୧୨ରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ ରନରେ ଅଲଆଉଟ ହୋଇଥିଲା । ଆଜି ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ୫୦ ରନ କରି ଅଲଆଉଟ ହୋଇଛି । ଭାରତ ବିପକ୍ଷରେ ଏହା ଶ୍ରୀଲଙ୍କାର ସର୍ବନିମ୍ନ ସ୍କୋର ।