• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆ କପ୍‌ ୨୦୨୩ ଅଗଷ୍ଟ ୩୦ରୁ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ । ପ୍ରଥମଥର ପାଇଁ ଟିମ୍‌ ଇଣ୍ତିଆ ଜର୍ସିରେ ପାକିସ୍ତାନରେ ନାମ ଲେଖାଯିବ ବୋଲି କୁହାଯାଉଛି । କିନ୍ତୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏସିଆ କପ୍‌ର ମୁଖ୍ୟ ଆୟୋଜକ ପାକିସ୍ତାନ ହୋଇଥିବାରୁ ଏପରି ହୋଇପାରେ ବୋଲି ଶୁଣିବାକୁ ମିଳିଛି । ନିକଟରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ଯେଉଁଥିରେ ଦୁହେଁ ପିନ୍ଧିଥିବା ଜର୍ସିରେ ପାକିସ୍ତାନ ‌ଲେଖାଥିବା ଦେଖିବାକୁ ମିଳୁଛି । ଭାରତର ଜର୍ସିରେ ପାକିସ୍ତାନର ନାମ ଏସିଆ କପ ଲୋଗୋ ତଳେ ଲେଖା ହୋଇଛି ।

ସୂଚନାଯୋଗ୍ୟ ପାକିସ୍ତାନ ଏସିଆ କପର ମୁଖ୍ୟ ଆୟୋଜକ ରହିଛି । ତେଣୁ ଏସିଆ କପ୍ ଲୋଗୋରେ ପାକିସ୍ତାନ ନାମ ରହିଛି । ଆଉ ଭାରତୀୟ ଖେଳାଳିଙ୍କ ଲାଗି ଏସିଆ କପ୍ ଲାଗି ‌ଯେଉଁ ଜର୍ସି ପ୍ରସ୍ତୁତ ହୋଇଛି, ସେଥିରେ ଟୁର୍ଣ୍ଣାମେଣ୍ଟ ଲୋଗୋ ରହିଛି । ତେଣୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି କି ଭାରତୀୟ ଜର୍ସିରେ ପାକିସ୍ତାନ ନାମ ରହିବ।

ଏସିଆ କପ୍‌ ୨୦୨୩ ଆୟୋଜନ ପାଇଁ ପ୍ରଥମେ ପାକିସ୍ତାନକୁ ACC(ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌) ଅନୁମତି ମିଳିଥିଲା । କିନ୍ତୁ ଟିମ୍‌ ଇଣ୍ତିଆ ପାକିସ୍ତାନ ଖେଳିବାକୁ ଯିବ ନାହିଁ ବୋଲି BCCI ସ୍ପଷ୍ଟ କରିଥିଲା । ଏହାପରେ ଏସିଆ କପକୁ ହାଇବ୍ରିଡ ମଡେଲରେ ଆୟୋଜନ କରାଯିବ ବୋଲି ACC ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍‌ର ଆୟୋଜନ କରିବ। ଏହାପରେ ବାକି ମ୍ୟାଚ୍‌ ଗୁଡ଼ିକ ଶ୍ରୀଲଙ୍କାରେ ଖେଳାଯିବ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ନେପାଳକୁ ନେଇ ଏସିଆ କପ ଖେଳାଯିବ। ଦିନିକିଆ ଫର୍ମାଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍‌ ଖେଳାଯିବ ।