• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସନ୍ତାକାଲି ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ଏସିଆ କପ୍‌ର ଏହି ହାଇଭୋଲଟେଜ୍‌ ମ୍ୟାଚ୍‌କୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଅନେକ ଉତ୍ସାହ । କିନ୍ତୁ ଦର୍ଶକଙ୍କ ସବୁ ଆଶା ଫସର ଫାଟି ଯାଇପାରେ । କାରଣ କାଲି ମ୍ୟାଚ୍‌ରେ ୬୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦର୍ଶକ ଏ ଖବର ନେଇ ନିରାଶ ହୋଇଛନ୍ତି । ଭାରତ-ପାକ ମ୍ୟାଚ୍ ଉପରେ ସାରା ବିଶ୍ୱର ନଜର ରହିଥାଏ ।

ଧୋଇ ଯାଇପାରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ । ଏହାପୂର୍ବରୁ ଉଭୟ ଟିମ୍‌ ଅଷ୍ଟ୍ରେଲିଆରେ ଆୟୋଜିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସାମ୍ନାସାମ୍ନି ହୋଇଥିଲେ । ଯେଉଁଥିରେ ଭାରତ ବେଶ୍‌ ରୋମାଞ୍ଚକ ଅନ୍ଦାଜରେ ମ୍ୟାଚ୍‌କୁ ଜିତିଥିଲା । ବିରାଟ କୋହଲିଙ୍କ ଚମତ୍କାର ବ୍ୟାଟିଂ ପାକ୍‌ ବୋଲର୍‌ଙ୍କ ହୋସ୍‌ ଉଡ଼ାଇ ଦେଇଥିଲା । ପୁଣି ଥରେ କାଲି ପ୍ରତିଶୋଧର ନିଆଁରେ ଜଳୁଥିବା ପାକିସ୍ତାନ ଭାରତକୁ ଭେଟିବ । ତେଣୁ ମ୍ୟାଚ୍‌ଟି ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି ।

ଉଭୟ ଟିମ୍‌ ଶ୍ରୀଲଙ୍କାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ପାକିସ୍ତାନ ଭାରତ ବିପକ୍ଷରେ ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳିବ । ଏହାପୂର୍ବରୁ ପାକିସ୍ତାନ ମୁଲତାନ୍‌ରେ ନେପାଳକୁ ଏକ ବଡ଼ ଅନ୍ତରରେ ମ୍ୟାଚ୍‌ ହରାଇ ମନୋବଳ ଦୃଢ଼ କରିଛି । ତେବେ ଭାରତର ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍‌ ।

ଏସିଆ କପର ପ୍ରଥମ ଦୁଇ ମ୍ୟାଚ ଖେଳିବେନି ଭାରତୀୟ ୱିକେଟ କିପର ତଥା ବ୍ୟାଟସମ୍ୟାନ୍ କେ.ଏଲ ରାହୁଲ । ଏନେଇ କୋଚ୍‌ ରାହୁଲ୍‌ ଡ୍ରାଭିଡ ସୂଚନା ଦେଇଛନ୍ତି । ଆସନ୍ତା ୨ ତାରିଖରେ ଭାରତ ପାକିସ୍ତାନକୁ ଭେଟିବାକୁ ଥିବା ବେଳେ କେ.ଏଲ ରାହୁଲ ଏହି ମ୍ୟାଚ ଖେଳିବେନି । ସେହିପରି ନେପାଳ ବିପକ୍ଷରେ ବି କେ.ଏଲ୍ ରାହୁଲ ମ୍ୟାଚ ଖେଳିବେନି । କେ.ଏଲ ରାହୁଲ ଆହତ ସମସ୍ୟାର ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଏସିଆ କପର ପ୍ରଥମ ଦୁଇ ମ୍ୟାଚ ଖେଳିବେନି ବୋଲି କୋଚ୍ ରାହୁଲ ଦ୍ରାଭିଡ ସୂଚନା ଦେଇଛନ୍ତି ।

ତେବେ ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ । ସେହିପରି ୪ ତାରିଖ ନେପାଳ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ ବୋଲି ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି।