• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆ କପ୍‌ ୨୦୨୩ ପାଇଁ ରବିବାର ହୋଇପାରେ ଟିମ୍‌ ଘୋଷଣା । BCCI ପକ୍ଷରୁ ଟିମ୍‌ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି । ପାକିସ୍ତାନ, ବାଂଲାଦେଶ ଓ ନେପାଳ ଏସିଆ କପ୍‌ ପାଇଁ ନିଜ ଦଳ ଘୋଷଣା କରିସାରିଥିବା ବେଳେ ଭାରତ ଓ ଶ୍ରୀଲଙ୍କା ଏବେଯାଏଁ ଦଳ ଘୋଷଣା କରିନାହାନ୍ତି ।

ୱେଷ୍ଟଇଣ୍ଡିଜ୍‌ ଟୁରରେ ଭାରତୀୟ ଟିମ ଟି-୨୦ ସିରିଜ୍‌କୁ ୨-୩ରେ ହାରି ନିଜର ଅଭିଯାନ ଶେଷ କରିଛି । ଟି-୨୦ ସିରିଜ ହାରିବା ପରେ ଟିମର ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଆଗକୁ ଏସିଆ କପ ଥିବା ବେଳେ ଏହା ୫୦ ଓଭର ବିଶିଷ୍ଟ ହେବ। ତେଣୁ ଦଳର କମ୍ବିନେସନ କେମିତି ରହିବ ଓ ଆହତ ସମସ୍ୟା ଦେଇ ଗତି କରୁଥିବା ଷ୍ଟାର ଖେଳାଳିମାନେ କମବ୍ୟାକ କରିବେ କି ନାହିଁ, ତା’କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

୧୧ ମାସର ବ୍ୟବଧାନ ପରେ ଟିମ୍‌କୁ ପୁଣିଥରେ ଫେରିଛନ୍ତି ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍ରା । ତେବେ ତାଙ୍କର ପ୍ରଦର୍ଶନ ଉପରେ ଏସିଆ କପ୍‌ ଦଳ ଘୋଷଣା ନିର୍ଭର କରୁଛି । କେବଳ ବୁମ୍ରା ନୁହନ୍ତି, କେ.ଏଲ୍‌.ରାହୁଲ ଓ ଶ୍ରେୟସ ଅୟରଙ୍କ ଫିଟନେସ୍‌କୁ ନେଇ ମଧ୍ୟ ସିଲେକ୍ଟର କମିଟି ଦ୍ୱନ୍ଦ୍ୱରେ ଅଛନ୍ତି । ନେଟ୍ସରେ ଦୁହେଁ ପ୍ରାକ୍ଟିସ୍‌ କରୁଥିଲେ ମଧ୍ୟ ଦୁହିଁଙ୍କର ଟିମ୍‌ରେ କମବ୍ୟାକ୍‌ ନେଇ BCCI ଆଗ୍ରହୀ ରହିଛି ।

ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ଯାଏଁ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ନେପାଳ ଆଦି ଦେଶ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍‌ର ଆୟୋଜନ କରିବ। ଏହାପରେ ବାକି ମ୍ୟାଚ୍‌ ଗୁଡ଼ିକ ଶ୍ରୀଲଙ୍କାରେ ଖେଳାଯିବ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ନେପାଳକୁ ନେଇ ଏସିଆ କପ ଖେଳାଯିବ। ଦିନିକିଆ ଫର୍ମାଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍‌ ଖେଳାଯିବ ।