• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆ କପରେ ଆଜି ହେବ ମହା ମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର । ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍ ଖେଳାଯିବ । ଭାରତ ଆଜିଠୁ ନିଜର ସୁପର ଫୋର୍ ଅଭିଯାନ ଆରମ୍ଭ କରିବାକୁ ଥିବା ବେଳେ ପୁରା ଟିମ୍ ଜୋସରେ ଅଛନ୍ତି ।

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସେହିପରି ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଟିମ୍ ମଧ୍ୟ ମୁକାବିଲା ପାଇଁ ତୟାର ହୋଇଛି । ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ଲଢ଼େଇ ବର୍ଷା ଯୋଗୁଁ ଫିକା ପଡ଼ିଯାଇଥିଲା । ମ୍ୟାଚ୍ ବାତିଲ ହେବା ଯୋଗୁଁ ଉଭୟ ଟିମ୍ ପଏଣ୍ଟ ଭାଗ କରି ନେଇଥିଲେ । ଆଜିର ମ୍ୟାଚକୁ ଦର୍ଶକମାନେ ବେସ୍ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।

ଏସିଆନ୍ କ୍ରିକେଟ୍ କାଉନସିଲ୍ ମଧ୍ୟ ଆଜିର ମ୍ୟାଚ୍ ଲାଗି ରିଜର୍ଭ ଡେ ଘୋଷଣା କରିଛି । ଅର୍ଥାତ ଆଜି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଲେ ରିଜର୍ଭ ଡେ ରେ ଏହି ମ୍ୟାଚ୍ ପୁଣି ଖେଳାଯିବ। ସୁପର ଫୋର୍ ପର୍ଯ୍ୟାୟକୁ ଭାରତ ପାକିସ୍ତାନ ବ୍ୟତୀତ ଶ୍ରୀଲଙ୍କା ଓ ବାଂଲାଦେଶ ପ୍ରବେଶ କରିସାରିଥିବା ବେଳେ ପାକିସ୍ତାନ ଏହି ପର୍ଯ୍ୟାୟରେ ପୂର୍ବରୁ ଗୋଟିଏ ମ୍ୟାଚ୍ ଖେଳି ବିଜୟୀ ହେବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିପରି ଶ୍ରୀଲଙ୍କା ମଧ୍ୟ ସୁପର ଫୋର୍ ପର୍ଯ୍ୟାୟରେ ଗୋଟିଏ ମ୍ୟାଚ୍ ଜିତି ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ଏବେ ଟେବୁଲର ତୃତୀୟ ସ୍ଥାନରେ ଥିବା ବେଳେ ସୁପର ଫୋର୍ ପର୍ଯ୍ୟାୟରେ ବାଂଲାଦେଶ ଦୁଇଟି ମ୍ୟାଚ୍ ଖେଳି ଉଭୟରେ ପରାଜିତ ସହ ଟେବୁଲର ଶେଷରେ ରହିଛି। ...