• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆ କପ ପାଇଁ ଘୋଷଣା ହେଲା ତାରିଖ । ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ଯାଏଁ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ନେପାଳ ଆଦି ଦେଶ ଏହି ଟୁର୍ଣ୍ଣାମେଣ୍ଟରେ ବାଗ ନେବେ । ଏସିଆ କପର ଭେନ୍ୟୁକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖାଯାଉଥିବା ବେଳେ ଏସିଆନ୍‌ କ୍ରିକେଟ କାଉନସିଲ୍‌(ACC) ପକ୍ଷରୁ ଏନେଇ ତାରିଖ ଘୋଷଣା ହୋଇଛି । ପାକିସ୍ତାନରେ ମ୍ୟାଚ୍‌ ଆୟୋଜନ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏସିଆ କପର କିଛି ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବା ନେଇ ACC ସ୍ପଷ୍ଟ କରିଛି ।

ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍‌ର ଆୟୋଜନ କରିବ। ଏହାପରେ ବାକି ମ୍ୟାଚ୍‌ ଗୁଡ଼ିକ ଶ୍ରୀଲଙ୍କାରେ ଖେଳାଯିବ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ନେପାଳକୁ ନେଇ ଏସିଆ କପ ଖେଳାଯିବ। ଦିନିକିଆ ଫର୍ମାଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍‌ ଖେଳାଯିବ ।

 

ହାଇବ୍ରିଡ ମଡେଲ କାରଣରୁ ୧୫ ବର୍ଷ ପରେ ଏସିଆ କପ ଆୟୋଜନ କରିବାର ସୌଭାଗ୍ୟ ପାଇଛି ପାକିସ୍ତାନ । ପୂର୍ବରୁ ପାକିସ୍ତାନ ଏସିଆ କପ ଆୟୋଜନ କରିବା ନେଇ ଅନୁମତି ପାଇଥିଲା । କିନ୍ତୁ ଟିମ୍‌ ଇଣ୍ତିଆ ପାକିସ୍ତାନ ଖେଳିବାକୁ ଯିବ ନାହିଁ ବୋଲି BCCI ସ୍ପଷ୍ଟ କରିଥିଲା । ଏହାପରେ ଏସିଆ କପକୁ ହାଇବ୍ରିଡ ମଡେଲରେ ଆୟୋଜନ କରାଯିବ ବୋଲି ACC ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏସିଆ କପର ସମସ୍ତ ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବା ନେଇ ପିସିବି(PCB) ପକ୍ଷରୁ କୁହାଯାଉଥିଲେ ମଧ୍ୟ ବର୍ତ୍ତମାନ ୪ଟି ମ୍ୟାଚ୍‌ର ଆୟୋଜନ ପାଇଁ ପାକିସ୍ତାନକୁ ଅନୁମତି ମିଳିଛି ।

ଦିନିକିଆ ଫର୍ମାଟରେ ଖେଳାଯିବାକୁ ଥିବା ଚଳିତ ବର୍ଷ ଏସିଆ କପରେ ୨ଟି ଗ୍ରୁପ ରହିବ । ପ୍ରତି ଗ୍ରୁପରୁ ଟପ୍‌ ୨ଟି ଟିମ ସୁପର ୪ ପର୍ଯ୍ୟାୟକୁ ଯିବେ । ଏହାପରେ ସେମାନଙ୍କ ମଧ୍ୟରୁ ୨ଟି ଟିମ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ପାକିସ୍ତାନରେ ୪ଟି ମ୍ୟାଚ୍‌ ଓ ବାକି ୯ଟି ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ। ଭାରତ, ପାକିସ୍ତାନ ଓ ନେପାଳ ଗୋଟିଏ ଗ୍ରୁପରେ ଥିବା ବେଳେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ଅନ୍ୟ ଗ୍ରୁପ୍‌ରେ ରହିଛନ୍ତି।