Advertisment

IPL Auction 2024: ଅଶ୍ୱିନ୍‌ଙ୍କ ପୂର୍ବାନୁମାନ ; ଏହି ଖେଳାଳିଙ୍କ ଉପରେ ହେବ ଟଙ୍କାର ବର୍ଷା

ଆଇପିଏଲ୍ ନିଲାମକୁ ନେଇ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକ ପୂର୍ବାନୁମାନ କରିଛନ୍ତି। ଭିଡିଓରେ ଶେୟାର କରି ସେ ଏକ ନିଆରା ଢଙ୍ଗରେ ଖେଳାଳିଙ୍କ ବିଷୟରେ ପୂର୍ବାନୁମାନ କରିଛନ୍ତି। କେଉଁମାନେ କେତେ ଟଙ୍କାରେ କିଣାହେବ ସେ କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
IPL Auction 2024

IPL Auction 2024

ଆଇପିଏଲ୍ ନିଲାମ ୧୯ ଡିସେମ୍ବରରେ ଦୁବାଇରେ ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଆଇପିଏଲ୍ ନିଲାମକୁ ନେଇ ଏକ ପୂର୍ବାନୁମାନ କରିଛନ୍ତି। ଅଶ୍ୱିନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି ଯେଉଁଥିରେ ସେ ନିଲାମ ଉପରେ ପ୍ରତିକ୍ରିୟା ରଖିଛନ୍ତି। ବାସ୍ତବରେ, ଅଶ୍ୱିନ୍ ଶେୟାର କରିଥିବା ଭିଡିଓରେ ସେ ଏକ ନିଆରା ଢଙ୍ଗରେ ଖେଳାଳିଙ୍କ ବିଷୟରେ ପୂର୍ବାନୁମାନ କରିଛନ୍ତି।

Advertisment

ଅଶ୍ୱିନ ଏହି ଭିଡିଓ ମାଧ୍ୟମରେ ଖେଳାଳିଙ୍କ ମୂଲ୍ୟ ସୀମା ସ୍ଥିର କରିଛନ୍ତି। ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଭାରତୀୟ ସ୍ପିନର କହିଛନ୍ତି ଯେ ଏଥର ପ୍ୟାଟ୍ କମିନ୍ସ ଏବଂ ମିଚେଲ ଷ୍ଟାର୍କଙ୍କ ଉପରେ ଟଙ୍କାର ବର୍ଷା ହେବ ଏବଂ ଫ୍ରାଞ୍ଚାଇଜ୍ ଏହି ଦୁଇ ଖେଳାଳିଙ୍କୁ କିଣିବାକୁ ଖୁବ ଜୋର ଲଗାଇବେ। ଅଶ୍ୱିନଙ୍କ ଅନୁଯାୟୀ ଷ୍ଟାର୍କ ଏବଂ କମିନ୍ସ ନିଲାମରେ ୧୪ କୋଟିରୁ ଅଧିକ ଟଙ୍କା ପାଇବାକୁ ଯାଉଛନ୍ତି।

ଏହା ବ୍ୟତୀତ ଭାରତୀୟ ସ୍ପିନର କ୍ରିକେଟରେ ଶାହରୁଖ ଖାନଙ୍କୁ ନେଇ ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି ଏବଂ ନିଲାମରେ ଶାହରୁଖଙ୍କ ଉପରେ ୧୦ରୁ ୧୪ କୋଟି ଟଙ୍କାର ନିଲାମ ଲଗାଯାଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି।

Advertisment

ଏଥିସହିତ ଅଶ୍ୱିନ୍ ଆଇପିଏଲ୍ ୨୦୨୧ର ପର୍ପଲ୍‌ କ୍ୟାପ୍ ବିଜେତା ହର୍ଷଲ ପଟେଲଙ୍କ ମୂଲ୍ୟ ୭ରୁ ୧୦ କୋଟିରେ ସ୍ଥିର କରିଛନ୍ତି। ଏହା ବ୍ୟତୀତ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ନିଲାମରେ ୪ରୁ ୭ କୋଟି ଟଙ୍କା ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏହା ବ୍ୟତୀତ ଏହି ଭାରତୀୟ ସ୍ପିନର ବିଶ୍ୱକପ ୨୦୨୩ ରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଟାଇଟଲ୍ ଜିତିଥିବା ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍‌ଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ନିଲାମରେ ହେଡ୍ ୨ ରୁ ୪ କୋଟି ଟଙ୍କା ପାଇବେ ବୋଲି ଆଶା କରିଛନ୍ତି।


ଏମିତି ହେବ ଟଙ୍କାର ବର୍ଷା:

  • ଡିଫେନ୍ସ – ୨ରୁ ୪ କୋଟି
  • ଡ୍ରାଇଭ୍ – ୪ରୁ ୭ କୋଟି
  • ପୁଲ୍ ସଟ୍ – ୭ରୁ ୧୦ କୋଟି
  • ସ୍ଲଗ୍ – ୧୦ ରୁ ୧୪ କୋଟି
  • ହେଲିକପ୍ଟର ସଟ୍ – ୧୪+ କୋଟି

ଦୁବାଇରେ ଆୟୋଜିତ ହେବାକୁ ଥିବା ଏହି ନିଲାମରେ ସମୁଦାୟ ୩୩୩ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯିବ, ଯେଉଁଥିରେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ, ହର୍ଷଲ ପଟେଲ ଏବଂ ଶାର୍ଦୁଲ ଠାକୁରଙ୍କୁ ୨ କୋଟି ଟଙ୍କାର ସର୍ବୋଚ୍ଚ ମୂଲ୍ୟ ବର୍ଗରେ ସ୍ଥାନିତ କରାଯାଇଛି। ଦୁଇ ବର୍ଷ ପୂର୍ବେ ହର୍ଷଲଙ୍କୁ ଆଇପିଏଲରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସେତେବେଳେ ନିଲାମରେ ତାଙ୍କୁ ୧୦.୭୫ କୋଟି ଟଙ୍କାରେ କିଣା ଯାଇଥିଲା।

ଏହି ନିଲାମରେ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ମୋଟ ୨୬୨.୯୫ କୋଟି ଟଙ୍କା ଖର୍ଚ୍ଚ କରିପାରନ୍ତି। ଏହି ଖେଳାଳିଙ୍କ ବ୍ୟତୀତ ସମସ୍ତଙ୍କ ଆଖି ନ୍ୟୁଜିଲ୍ୟାଣ୍ଡର ରଚିନ୍ ରବିନ୍ଦ୍ରଙ୍କ ଉପରେ ମଧ୍ୟ ରହିବ। ରବିନ୍ଦ୍ରଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା। ଏଥି ସହିତ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ ମଧ୍ୟରେ ଫାଷ୍ଟ୍‌ ବୋଲର ଗେରାଲ୍ଡ କୋଏତ୍‌ଜୀ ଏବଂ ବ୍ୟାଟ୍ସମ୍ୟାନ୍ ରାସି ୱାନ୍ ଡେର୍ ଡୁସେନ୍ ଫ୍ରାଞ୍ଚାଇଜ୍‌ର ଦୃଷ୍ଟି ଆକର୍ଷଣ କରିପାରନ୍ତି।

Cricket IPL Auctions Special Story
Advertisment
Advertisment