• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ । ନେଦରଲ୍ୟାଣ୍ଡ୍ସକୁ ୫୬ ରନ୍‌ରେ ହରାଇଲା ଟିମ୍‌ ଇଣ୍ତିଆ । ୧୮୦ ରନ୍‌ର ଟାର୍ଗେଟକୁ ପିଛା କରି ନେଦରଲ୍ୟାଣ୍ଡ୍ସ ୧୨୩/୯ ରେ ସୀମିତ ହୋଇଥିଲା । ତେବେ ପାକିସ୍ତାନ ସହ ରୋମାଞ୍ଚକ ବିଜୟ ପରେ ଟିମ୍‌ର ଏହା ଦ୍ୱିତାୟ ବିଜୟ ।

ଅଷ୍ଟ୍ରେଲିଆର ସିଡ୍‌ନୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ଏଇଥିଲା । ଦଳ ପକ୍ଷରୁ ବିରାଟଙ୍କ କୋହଲିଙ୍କ ଅପରାଜିତ ୬୨ ଓ ସୂର୍ଯ୍ୟ କୁମାରଙ୍କ ଅପରାଜିତ ୫୧ ରନ ସାଙ୍ଗକୁ ରୋହିତ ଶର୍ମାଙ୍କ ୫୩ ରନ ବଳରେ ୨ ୱିକେଟ ହରାଇ ୧୭୯ ରନ କରିଥିଲା ।

ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ କମ୍ରାଗତ ୱିକେଟ ହରାଇ ଚାଲିଥିଲା । ଶେଷରେ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୨୩ ରନ କରିବାକୁ ସକ୍ଷମ ହୋଇଛି । ଏହି ମ୍ୟାଚ୍‌କୁ ୫୬ ରନରେ ଜିତି ଭାରତ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି । ମାତ୍ର ୨୫ ବଲରେ ୫୧ ରନ କରିଥିବା ସୂର୍ଯ୍ୟ କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି । ସେ ତାଙ୍କ ୫୧ ରନର ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।