Virat-Rohit
ଆସନ୍ତା ମାସରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଯିବ ଟିମ୍ ଇଣ୍ଡିଆ । ଏହି ଟେଷ୍ଟ ସିରିଜ୍ ପୂର୍ବରୁ ଦୁଇ ଜଣ ଅଭିଜ୍ଞ ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ । ମେ’ ୭ ତାରିଖରେ ରୋହିତ ଶର୍ମା କ୍ରିକେଟର ସବୁଠାରୁ ବଡ଼ ଫର୍ମାଟରୁ ଅବସର ନେଇଥିଲେ । ସେହିପରି ମେ’ ୧୨ (ସୋମବାର)ରେ ବିରାଟ କୋହଲି ମଧ୍ୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଗିଲ୍ଙ୍କୁ ଟେଷ୍ଟ ଟିମ୍ର ଅଧିନାୟକ ଦାୟିତ୍ବ
ରୋହିତ-ବିରାଟ (ROKO)ଙ୍କ ଟେଷ୍ଟ କ୍ରିକେଟରୁ ଅବସର ନେଇ ଏବେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଏକ ବଡ଼ ବୟାନ ଆସିଛି। ଅଜିତ ଅଗରକର କହିଛନ୍ତି ଯେ ବିରାଟ କୋହଲି ଏପ୍ରିଲ ମାସରେ ହିଁ ତାଙ୍କୁ କହିଥିଲେ ଯେ ସେ ଏହି ଫର୍ମାଟରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିସାରିଛନ୍ତି । ଅଗରକରଙ୍କ ଅନୁଯାୟୀ, ଅବସର ନେବା ନିଷ୍ପତ୍ତି ଉଭୟ ଖେଳାଳିଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଥିଲା।
ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, 'ଯେତେବେଳେ ବଡ଼ ଖେଳାଳିମାନେ ଅବସର ନେଇଥାନ୍ତି ତାହା କଷ୍ଟକର ହୋଇଥାଏ।' ମୁଁ ଗତ କିଛି ମାସ ଧରି ଉଭୟଙ୍କ ସହ ସମ୍ପର୍କରେ ଅଛି । ବିରାଟ ମୋତେ ଏପ୍ରିଲରେ କହିଥିଲେ ଯେ ସେ ତାଙ୍କର ସର୍ବସ୍ୱ ଦେଇଛନ୍ତି। ଯଦି ସେମାନେ ଏପରି କୁହନ୍ତି, ତେବେ ଆମେ ସେହି ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ । ଏହା ଏକ ବିଦାୟ, କିନ୍ତୁ ଅନ୍ୟ କାହା ପାଇଁ ଏକ ସୁଯୋଗ । ବିରାଟ-ରୋହିତଙ୍କ ଅବସର ପରେ ଦୁଇଟି ସ୍ଥାନ ଖାଲି ପଡ଼ିଛି ଯାହାକୁ ପୂରଣ କରିବା ସହଜ ହେବ ନାହିଁ ବୋଲି ଅଗରକର କହିଛନ୍ତି ।
ସେହିପରି ରୋହିତ ଶର୍ମାଙ୍କ ପ୍ରଶଂସା କରି ଅଜିତ ଅଗରକର କହିଛନ୍ତି, 'ସେ ଜଣେ ଲିଡର୍ ଥିଲେ । ବେଳେ ବେଳେ ଖେଳାଳିମାନେ ନିଜେ ନିଷ୍ପତ୍ତି ନିଅନ୍ତି । ଆମେ ତାଙ୍କୁ ସମ୍ମାନ ଦେବା ଉଚିତ । ରୋହିତ, ବିରାଟ, ଅଶ୍ୱିନ ଏବଂ ଶାମି - ଏହି ଚାରି ଜଣ ବଡ଼ ଖେଳାଳି ଏବେ ଟିମ୍ରେ ନାହାନ୍ତି । ଏହା ଏକ ବିପର୍ଯ୍ୟୟ, କିନ୍ତୁ ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ସୁଯୋଗ ବୋଲି ଅଗରକର କହିଛନ୍ତି ।
ସାଇ ସୁଦର୍ଶନଙ୍କୁ ପ୍ରଶଂସା କରି ଅଗରକର କହିଥିଲେ, 'ଆମେ ତାଙ୍କୁ କେବଳ ତାଙ୍କ ଆଇପିଏଲ ପ୍ରଦର୍ଶନ ଆଧାରରେ ଚୟନ କରିନାହୁଁ। ସେ ରେଡ୍ ବଲ୍ କ୍ରିକେଟରେ ରନ୍ କରିଛନ୍ତି। ମହମ୍ମଦ ଶାମିଙ୍କ ସମ୍ପର୍କରେ ଅଗରକର କହିଛନ୍ତି ଯେ ସାମି ଏବେ ଫିଟ୍ ନାହାନ୍ତି ବୋଲି ଡାକ୍ତରୀ ଦଳ କହିଛନ୍ତି । ସେହିପରି ୮ ବର୍ଷ ପରେ ଦଳକୁ ଫେରିଛନ୍ତି କରୁଣ ନାୟାର ।
ସୂଚନା ଅନୁସାରେ ଆଜି ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଟେଷ୍ଟ ଟିମ୍ । ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ହେଲେ ଶୁଭମନ ଗିଲ୍ । ରୋହିତ ଶର୍ମାଙ୍କ ପରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେବେ ଗିଲ୍ । ସେହିପରି ଋଷଭ ପନ୍ତଙ୍କୁ ଟେଷ୍ଟ ଦଳର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତ ଅଜିତ୍ ଅଗରକର । ଶୁବମନ ଗିଲ୍ ୨୦୨୦ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ ଟେଷ୍ଟ ଟିମ୍ରେ ଡେବ୍ୟୁ କରିଥିଲେ । ସେ ଏପର୍ଯ୍ୟନ୍ତ ୩୨ଟି ମ୍ୟାଚ୍ ଖେଳି ୫ଟି ଶତକ ସହ ୧୮୯୩ ରନ୍ କରିଛନ୍ତି ।
ଘୋଷଣା ହୋଇଥିବା ୧୮ ଜଣିଆ ଭାରତୀୟ ଟିମ୍: ଶୁବମନ ଗିଲ୍ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ/ୱିକେଟ୍ କିପର), ଯଶସ୍ୱୀ ଜୟଶ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବରନ୍, କରୁଣ ନାୟର, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ (ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748087920.jpg)