Advertisment

Maradona Death suspense: ବିତିଲାଣି ୪ ବର୍ଷ, ଏବେବି ରହସ୍ୟ ଘେରରେ ମାରାଡୋନାଙ୍କ ମୃତ୍ୟୁ

ଆର୍ଜେଣ୍ଟିନା ଫୁଟବଲର ଏହି କରିତକର୍ମା ବ୍ୟକ୍ତି ଜଣଙ୍କ ୪ ବର୍ଷ ତଳେ ହୃଦଘାତରେ ପ୍ରାଣ ହରାଇଥିଲେ। ତେବେ କିଭଳି ତାଙ୍କର ମୃତ୍ୟୁ ହୋଇଥିଲା ତାହା ଏ ଯାଏ ଏକ ରହସ୍ୟ ରହି ଆସିଛି। ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାର ଏକ ମାସ ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ମାରାଡୋନାଙ୍କ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯାଇଥିଲା ।

maradona

maradona

Advertisment

ଆର୍ଜେଣ୍ଟିନାର ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା। ନିଜ ଅଦ୍ଭୂତପୂର୍ବ ଫୁଟବଲ ଜରିଆରେ ଆର୍ଜେଣ୍ଟିନାକୁ ୧୯୮୬ରେ ବିଶ୍ବ ଚାମ୍ପିୟନ କରିଥିଲେ। ଆର୍ଜେଣ୍ଟିନାରେ ଫୁଟବଲର ଦେବତା ଭାବେ ତାଙ୍କୁ ବିବେଚନା କରାଯାଏ। ତାଙ୍କୁ D10S ବୋଲି ସମ୍ବୋଧନ କରାଯାଏ। ଯାହାର ଅର୍ଥ ସ୍ପାନିଶ ଭଗବାନ। ୧୯୮୨ ଫୁଟବଲ ବିଶ୍ବକପରେ ଇଂଲଣ୍ଡ ବିପକ୍ଷରେ ବିବାଦୀୟ ହ୍ୟାଣ୍ଡ ଅଫ ଗଡ ଗୋଲ ଓ ୫ ଜଣ ଇଂଲିଶ ଡିଫେଣ୍ଡରଙ୍କୁ ପଛରେ ପକାଇ ସ୍କୋର କରିଥିବା ଗୋଲ ଅଫ ଦ ସେଞ୍ଚୁରୀ ପାଇଁ ମାରାଡୋନା ପ୍ରସିଦ୍ଧି ଅର୍ଜନ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ ମୁହଁ ଖୋଲିଲେ ଜାଡେଜା; ଦିନିକିଆରୁ ଅବସରକୁ ନେଇ କହିଲେ ଏମିତି...

ଆର୍ଜେଣ୍ଟିନା ଫୁଟବଲର ଏହି କରିତକର୍ମା ବ୍ୟକ୍ତି ଜଣଙ୍କ ୪ ବର୍ଷ ତଳେ ହୃଦଘାତରେ ପ୍ରାଣ ହରାଇଥିଲେ। ତେବେ କିଭଳି ତାଙ୍କର ମୃତ୍ୟୁ ହୋଇଥିଲା ତାହା ଏ ଯାଏ ଏକ ରହସ୍ୟ ରହି ଆସିଛି। ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାର ଏକ ମାସ ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ମାରାଡୋନାଙ୍କ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯାଇଥିଲା । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ମାରାଡୋନା କ୍ରମାଗତ ଭାବେ ନିଶା ସେବନ କରୁଥିଲେ । ତେଣୁ ତାଙ୍କ ଶରୀର ଅତ୍ୟଧିକ ଓଜନିଆ ହୋଇଯାଇଥିଲା । ୮ଜଣିଆ ଡାକ୍ତରୀ ଦଳ ବିପକ୍ଷରେ ଏଯାଏ ତଦନ୍ତ ଜାରି ରହିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରି ନାହିଁ।

Advertisment

ସେହିପରି ମାରାଡୋନାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିକୁ ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା। ତାଙ୍କର ସନ୍ତାନ ସନ୍ତତିଙ୍କ ମଧ୍ୟରେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ମାମଲା ଏବେବି କୋର୍ଟରେ ଜାରି ରହିଛି। ସେହିପରି ମୃତ୍ୟୁ ପରେ ମାରାଡୋନାଙ୍କ ନାମରେ ଜଣେ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ମାରାଡୋନାଙ୍କ ମୃତ୍ୟୁର ବର୍ଷେ ପରେ ୩୭ ବର୍ଷୀୟ ମାଭିସ୍ ଆଲଭରେଜ ଏକ ସାମ୍ବାଦିକ ସମ୍ମିଳନୀରେ ମାରାଡୋନା ତାଙ୍କୁ ଦୁଷ୍କର୍ମ କରିଥିବା କହିଥିଲେ। ୨୦୦୧ରେ ମାରାଡୋନାଙ୍କ ସହ ଆର୍ଜେଣ୍ଟିନା ଯାତ୍ରା କରିଥିଲେ ଆଲଭରେଜ । ଆଉ ସେତେବେଳେ ହିଁ ଏଭଳି କାଣ୍ଡ ଘଟାଇଥିଲେ ମାରାଡୋନା । ମାରାଡୋନାଙ୍କ ସହ ତାଙ୍କର ସାକ୍ଷାତକାର କ୍ୟୁବାର ଏକ ମେଡିକାଲରେ ହୋଇଥିଲା । ସେତେବେଳେ ସେ ଅତ୍ୟନ୍ତ ଡ୍ରଗ୍ସ ସେବନ କରୁଥିଲେ । ଆଉ ସେଥିରୁ ମୁକ୍ତି ପାଇଁ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ମାରାଡୋନା ନିଜ କ୍ୟାରିୟରରେ ୩୦୦ରୁ ଅଧିକ ଗୋଲ ସ୍କୋର କରିଛନ୍ତି। ଜାତୀୟ ଦଳ ପାଇଁ ୯୧ ମ୍ୟାଚ ଖେଳି ୩୪ ଗୋଲ ଦେଇଥିବା ବେଳେ କ୍ଳବ କ୍ୟାରିୟରରେ ୪୯୧ ମ୍ୟାଚ ଖେଳି ୨୫୯ ଗୋଲ ଦେଇଛନ୍ତି। ଏହ ବ୍ୟତୀତ ଆର୍ଜେଣ୍ଟିନା ଜୁନିୟର ଦଳ ପାଇଁ ୨୦ ମ୍ୟାଚରୁ ୮ ଗୋଲ ସ୍କୋର କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆଇପିଏଲରେ ତମାଖୁ ଓ ମଦ ବିଜ୍ଞାପନକୁ ବାରଣ, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

Football Diego Maradona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ