Also Read
ଏସିଆ କପ୍ ୨୦୧୨
ଏସିଆ କପ୍ର ଏହି ମ୍ୟାଚ୍ଟି ଏକ ହାଇଭୋଲଟେଜ୍ ମ୍ୟାଚ୍ ଥିଲା । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହୋଇଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ମୋଟ ୩୨୯/୬ ରନ୍ କରିଥିଲା । ନାସିର୍ ଜାମସେଦ ଏବଂ ମହମ୍ମଦ ହାଫିଜ ଉଭୟ ଶତକୀୟ ଇନିଂସ ଖେଳିଥିଲେ । ଏହା ଏକ କର ବା ମର ମ୍ୟାଚ୍ ଥିଲା ।
ଓପନିଂ କରିବାକୁ ଆସି ଗମ୍ଭୀର ଖାତା ଖୋଲି ପାରିନଥିଲେ । ଏହାପରେ ଭାରତର ସ୍ଥିତି ବିଗିଡ଼ିଯାଇଥିଲା । ତା’ପରେ କୋହଲି ଫିଲ୍ଡକୁ ଆସିଥିଲେ । ସେ ବିସ୍ଫୋରକ ବ୍ୟାଟିଂ କରି ୨୨ଟି ଚୌକା ଓ ଗୋଟିଏ ଛକା ବଳରେ ୧୮୩ ରନ୍ ସ୍କୋର କରିଥିଲେ । ଭାରତ ଏହି ମ୍ୟାଚ୍ରେ ବିଜୟ ହାସଲ କରିଥିଲା ଏବଂ କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ।
କମନ୍ୱେଲ୍ଥ ବ୍ୟାଙ୍କ ସିରିଜ୍ ୨୦୧୨
ଏହା ଭାରତ ପାଇଁ କର ବା ମର ମ୍ୟାଚ୍ ଥିଲା । ଯଦି ଭାରତ ହାରିଥାନ୍ତା ତେବେ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଖେଳିପାରିନଥାନ୍ତେ । ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦିଲଶାନ୍ ଏବଂ ସାଙ୍ଗାକାରା ଦୁଇଜଣ ଶତକୀୟ ଇନିଂସ ଖେଳିଥିଲେ । ଭାରତକୁ ୩୨୧ ରନ୍ର ଟାର୍ଗେଟ୍ ମିଳିଥିଲା । ମ୍ୟାଚ୍ରେ ସ୍ଥିତି ବିଗିଡ଼ାବାରେ ଲାଗିଥିଲା, ସେତେବେଳେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ । ଏହା ପରେ ମ୍ୟାଚ୍ର ରୂପ ବଦଳିଯାଇଥିଲା ।

କୋହଲି କେବଳ ୮୬ ବଲ୍ରେ ଦମଦାର ୧୬ଟି ଚୌକା ଓ ଦୁଇଟି ଛକା ସହ ୧୩୩ ରନ୍ ସ୍କୋର କରିଥିଲେ । ତାଙ୍କୁ ଗୌତମ ଗମ୍ଭୀର, ସେହୱାଗ, ସଚିନ ତେନ୍ଦୁଲକର ଏବଂ ସୁରେଶ ରାଇନା ଭଲ ସମର୍ଥନ ଦେଇଥିଲେ । ଫଳସ୍ୱରୂପ, ଭାରତ ମୋଟ ୩୬.୪ ଓଭରରେ ମ୍ୟାଚକୁ ସୁନ୍ଦର ଭାବରେ ଜିତିଥିଲା । କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ।
୨୦୧୮-ସାଉଥ୍ ଆଫ୍ରିକା ସିରିଜ୍
୬ଟି ଦିନିକିଆ ବିଶିଷ୍ଟ ଏହି ସିରିଜ୍ର ଶେଷ ମ୍ୟାଚ୍ରେ ଭାରତ ୪-୧ରେ ସିରିଜ୍ରେ ଆଗୁଆ ରହିଥିଲା । ସାଉଥ୍ ଆପ୍ରିକା ପ୍ରଥମେ ବ୍ୟାଟିଂ କରି ୪୬.୫ ଓଭର୍ରେ ୨୦୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଓପନିଂ କରିବାକୁ ଆସି ରୋହିତ ଶର୍ମା ଓ ଶିଖର ଧାୱନ୍ କମ୍ ରନ୍ରେ ଆଉଟ୍ ହୋଇଯାଇଥିଲେ । ଏହାପରେ କୋହଲି ୧୯ଟି ଚୌକା ଓ ୨ଟି ଛକା ବଳରେ ୧୨୯ ରନ୍ କରିଥିଲେ । କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ । ଏହି ସିରିଜ୍କୁ ଭାରତ ମଧ୍ୟ ଜିତିଥିଲା ।

ସାଉଥ୍ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ-୨୦୧୮
ସେଞ୍ଚୁରିଅନ୍ରେ ଖେଳାଯାଇଥିବା ଏହା ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୩୫ ରନ୍ ସ୍କୋର କରିଥିଲା। ଭାରତ ଭଲ ଆରମ୍ଭ କରିଥିଲା ଏବଂ କୋହଲି ବିସ୍ଫୋରକ ଭାବେ ବ୍ୟାଟିଂ କରୁଥିଲେ । ସେ ଏକ ଚମତ୍କାର ୧୫୩ ରନ୍ ସ୍କୋର କରି ଭାରତକୁ ମୁମେଣ୍ଟମ୍ ଦେଇଥିଲେ । ଟିମ୍ର ଅନ୍ୟ ଖେଳାଳିମାନେ ବ୍ୟାଟିଂରେ ବିଫଳ ହେବାରୁ ଭାରତ ୩୦୭ ରନ୍ କରି ଅଲଆଉଟ୍ ହୋଇଥିଲେ। ଭାରତ ମ୍ୟାଚ୍ ହାରିଥିଲା କିନ୍ତୁ କୋହଲିଙ୍କ ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରିଥିଲେ।

୨୦୧୫ ବିଶ୍ୱକପ୍
ବିଶ୍ୱକପ୍ରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ସବୁବେଳେ ଦର୍ଶକ ବେଶ୍ ଉତ୍ସାହିତ । ୨୦୧୫ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ଗୋଟିଏ ପୁଲ୍ରେ ଥିଲେ । କ୍ୱାଲିଫାୟାର ମ୍ୟାଚ୍ରେ ପରସ୍ପର ଭେଟାଭେଟି ହୋଇଥିଲେ । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମାଙ୍କ ୱିକେଟ୍ ଜଲଦି ପଡ଼ିଯାଇଥିଲା । ଏହାପରେ ଫିଲ୍ଡକୁ ଓହ୍ଲାଇଥିଲେ ବିରାଟ । ମ୍ୟାଚ୍ର ରୂପରେଖ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ସେ ୮ ଟି ଚୌକା ବଳରେ ୨୨ ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । କୋହଲି ମ୍ୟାନ୍ ଅଫ୍ ଦି ପୁରସ୍କାର ପାଇଥିଲେ ।
