/odishatv-khabar/media/post_attachments/uploadimage/library/16_9/16_9_0/Ind_Vs_Pak_1697284879.jpg)
Ind Vs Pak
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଭାରତୀୟ ବୋଲରଙ୍କ କମାଲ । ପାକିସ୍ତାନ ୧୯୧ ରନ୍ରେ ଅଲଆଉଟ୍ କଲା ଟିମ୍ ଇଣ୍ତିଆ । ୪୨.୫ ଓଭର ଖେଳି ୧୯୧ ରନ୍ରେ ଅଲଆଉଟ୍ ହେଲା ପାକିସ୍ତାନ । ସମସ୍ତ ୧୦ ୱିକେଟକୁ ସମାନ ଭାବେ ବାଣ୍ଟି ନେଲେ ୫ ବୋଲର । ବୁମ୍ରା, ସିରାଜ, ପାଣ୍ଡ୍ୟା, କୁଲଦୀପ, ଜାଡେଜାଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଛି ।
ଅହମ୍ମଦାବାଦରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ କରାଇଛନ୍ତ୍ରି ଭାରତୀୟ ବୋଲର । ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଛି । ଅଧିନାୟକ ବାବର ଆଜମ ୫୦ ଓ ମହମ୍ମଦ ରିଜୱାନ ୪୯ ରନ୍ କରିଛନ୍ତି ।
ପାକିସ୍ତାନର ଦୁଇ ଓପନର ଭଲ ଆରମ୍ଭ କରିଥିଲେ । ୧୫୫ ରନରେ ପାକିସ୍ତାନ ମାତ୍ର ୩ଟି ୱିକେଟ୍ ହରାଇ ଭଲ ସ୍ଥିତିରେ ଥିଲା । ହେଲେ ଶେଷ ୩୬ ରନ୍ ମଧ୍ୟରେ ଶେଷ ୮ଟି ୱିକେଟ ହରାଇଥିଲା ପାକିସ୍ତାନ । ୧୦ ୱିକେଟକୁ ସମାନ ଭାବେ ବାଣ୍ଟି ନେଇଥିଲେ ଭାରତର ୫ ବୋଲର। ବୁମରା, ସିରାଜ, ପାଣ୍ଡ୍ୟା, କୁଲଦୀପ ଓ
ଜାଡେଜା ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଭାରତ ୧୯୨ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)