Advertisment

ଭାରତ-ପାକିସ୍ତାନ ମହାମୁକାବିଲା: ଇଶାନଙ୍କ ସ୍ଥାନରେ ଖେଳିବେ ଗିଲ୍

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଛି । ଭାରତର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Ind Vs Pak

Ind Vs Pak

ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମହାମୁକାବିଲା । ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଛି । ଭାରତର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଟିମ୍‌ ଇଣ୍ତିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଶୁବମନ୍‌ ଗିଲ୍‌ଙ୍କୁ ଦଳରେ ସାମିଲ କରାଯାଇଛି । ଇଶାନ କିଶାନଙ୍କ ସ୍ଥାନରେ ଖେଳିବେ ଶୁବମନ ଗିଲ୍ ।

Advertisment

ଟିମକୁ ଫେରିଛନ୍ତି ଷ୍ଟାର୍ ବ୍ୟାଟର୍ ଶୁବମନ ଗିଲ୍ । ଡେଙ୍ଗୁରୁ ସୁସ୍ଥ ହେବା ପରେ ପ୍ଲେଇଂ ଇଲେଭେନରେ ସାମିଲ ହୋଇଛନ୍ତି ଶୁବମନ । ଇଶାନ କିଶନଙ୍କ ସ୍ଥାନରେ ଶୁବମନଙ୍କୁ ସ୍ଥାନ ଦିଆଯାଇଛି। ଏହା ବ୍ୟତୀତ ଦଳରେ ଅନ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ୱାନ୍ ଡେ ବିଶ୍ୱକପର ସବୁ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ । ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୂର୍ଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ । ସେପଟେ ପାକିସ୍ତାନ ଏହି କଳଙ୍କକୁ ଲିଭାଇବାକୁ ଚେଷ୍ଟା କରିବ । ତେଣୁ ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଭାରତର ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ମଧ୍ୟରେ ହେବ କଡ଼ା ମୁକାବିଲା । ଉଭୟ ଟିମରେ ରହିଛନ୍ତି ଗେମ୍ ଚେଞ୍ଜର୍ ଓ ଅଭିଜ୍ଞ ଖେଳାଳି ।

Advertisment

ଭାରତୀୟ ଦଳ: ଶୁବମନ୍‌ ଗିଲ୍‌, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଅୟର, କେ.ଏଲ୍‌.ରାହୁଲ, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ତ୍ୟା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା

ପାକିସ୍ତାନ ଦଳ: ଅବଦୁଲ୍ଲା ସଫିକ୍‌, ଇମାମ୍‌ ଉଲ୍‌ ହକ୍‌, ବାବର ଆଜମ(ଅଧିନାୟକ), ମହମ୍ମଦ ରିଜ୍ଜୱାନ୍‌, ସଉଦ୍‌ ସକିଲ୍‌, ଇଫ୍‌ତିକାର୍‌ ଅହମ୍ମଦ, ସଦାବ ଖାନ୍‌, ମହମ୍ମଦ ନୱାଜ୍‌, ହାସନ୍‌ ଅଲି, ସାହିନ୍‌ ଆଫ୍ରିଦି, ହାରିସ୍‌ ରଫ୍‌

2023 Men's World Cup Shubman Gill Ind Vs Pak
Advertisment
Advertisment