• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଠାରୁ ଆରମ୍ଭ ହେଉଛି ଫୁଟବଲ ମହାକୁମ୍ଭ । ୪ ବର୍ଷର ବ୍ୟବଧାନରେ ପୁଣି ଅନୁଷ୍ଠିତ ହେବାକୁ ଯାଉଛି ଫିଫା ବିଶ୍ୱକପ୍ । ଏଥର କତାର ଆୟୋଜନ କରିଛି ଫିଫା ବିଶ୍ୱକପ୍ । ବିଶ୍ୱର ସବୁଠୁ ବଡ କ୍ରୀଡା ଇଭେଣ୍ଟ ପାଇଁ ଷ୍ଟାଡିୟମ୍ ଓ ଖେଳାଳିଙ୍କ ସହ ସାରା ବିଶ୍ୱବାସୀ ବି ପ୍ରସ୍ତୁତ । ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ବିଜେତାଙ୍କ ଠାରୁ ୨୬ ଗୁଣା ଅଧିକ ରହିଛି, ଏଥରର ଫିଫା ବିଶ୍ୱକଫର ପ୍ରାଇଜ୍ ମନି । ଆଉ ଏକ ବଡ଼ କଥା ହେଲେ ଏଥର ଓପନିଙ୍ଗ୍‌ ସେରିମନିରେ ଧମାଲ ମଚାଇବେ ବିଟିଏସ୍‌ ।

୨୯ ଦିନ, ୩୨ ଟିମ୍, ୬୪ ମ୍ୟାଚ୍ । ବିଶ୍ୱର ସବୁଠୁ ବଡ ସ୍ପୋର୍ଟସ ଇଭେଣ୍ଟ ପାଇଁ ପାରା ବଢ଼ିଯାଇଛି । ଫୁଟବଲ୍ ପ୍ରେମୀଙ୍କ ଖଚାଖଚ ଭିଡ ଲାଗିଛି ରାଜଧାନୀ ଦୋହାରେ ମ୍ୟାଚ୍ ଦେଖିବାକୁ । ଆଗୁଆ ପହଁଚିସାରିଛନ୍ତି ଫ୍ୟାନ୍ । ବିଶ୍ୱକପ୍ ପାଇଁ ବଡ ଧରଣର ଆୟୋଜନ କରିଛି କତାର । ଖେଳାଳି ଓ ସେମାନଙ୍କ ପରିବାର ରହିବା ପାଇଁ ହୋଇଛି ଲଗଜୁରୀ କ୍ରୁଜର ବ୍ୟବସ୍ଥା । ସେଭେନ୍ ଷ୍ଟାର ହୋଟେଲରୁ କମ୍ ନୁହେଁ ଏହି ଷ୍ଟାର କ୍ରୁଜ୍ ସୁଇମିଂ ପୁଲରୁ ସପିଂ ମଲ୍ , ସବୁକିଛି ରହିଛି ଏହି କ୍ରୁଜରେ ।

ବିଶ୍ୱକପ୍ ଆଯୋଜନ ପାଇଁ ୩ଶହ ବିଲିୟନ୍ ଡଲାର ଖର୍ଚ୍ଚ କରିଛି କତାର । ତେବେ କାତାର ଭଳି ଏକ ଛୋଟ ଦେଶରେ ଏତେ ବଡ କ୍ରୀଡା ଇଭେଣ୍ଟର ଆୟୋଜନ ପାଲିଟିଛି ବଡ ଚ୍ୟାଲେଂଜ୍ । ସେପଟେ ବିଶ୍ୱକପ୍ ମ୍ୟାଚ୍ ବେଳେ ଷ୍ଟାଡିୟମ୍ ପରିସରରେ ମଦ ବିକ୍ରି ନକରିବାକୁ ନିଷ୍ପତ୍ତି ନେଇଛି କତାର । ଏହାରି ଭିତରେ ଫିଫାର ପୂର୍ବତନ ଅଧ୍ୟକ୍ଷ ସେପ୍ ବ୍ଲାଟର କହିଛନ୍ତି, କତାରକୁ ବିଶ୍ୱକପ୍ ଆୟୋଜନ ଅଧିକାର ଦେବା ଭୁଲ୍ ନିଷ୍ପତ୍ତି ଥିଲା ।

ଏପଟେ ଭାରତରେ ବି ଫୁଟବଲର କ୍ରେଜ୍ କାହିଁରେ କଣ । ସାହି ଗଳିରେ ଛାଇଗଲାଣି ଖେଳାଳିଙ୍କ ଫୋଷ୍ଟର । ଛକ ଛକରେ ଲାଗିଛି ମନପସନ୍ଦରର ଫୁଟବଲରଙ୍କ ଫଟୋ । କିଏ ଆର୍ଜେଣ୍ଟିନା ତ ଆଉ କିଏ ବ୍ରାଜିଲର ଫ୍ୟାନ୍ । ନିଜ ନିଜ ଦଳ ଓ ଖେଳାଳିଙ୍କୁ ସମର୍ଥନ କରି ଜର୍ସି କିଣିଛନ୍ତି ପ୍ରଶଂସକ । ସ୍ପୋର୍ଟସ ସେଣ୍ଟରରେ ବି ଫୁଟବଲ ସିଜିନର ଚମକ ଜୋତା, ଜର୍ସି, ଫୁଟବଲ ସହ ଜାତୀୟ ପତାକାର ବିକ୍ରି ଜୋରସୋରରେ ଚାଲିଛି ।

ଫିଫା ବିଶ୍ୱକପ୍-୨୦୨୨ରେ ଏଥର କେବଳ ଫୁଟବଲର ବାଦଶାହା କିଏ ହେବ ତାହା ବାଜିରେ ଲାଗିନି, ବରଂ ୧୮ କ୍ୟାରେଟ୍ ସୁନାର ଚକଚକ୍ ଟ୍ରଫି ସହ ବିଜେତା ଟିମ୍ ଉପରେ ହେବ ଡଲାରର ବର୍ଷା । ଏଥର ବିଶ୍ୱକପ୍ ଚାମ୍ପିଅନ ଟିମକୁ ମିଳିବ ୪୨ ମିଲିୟନ୍ ଡଲାର ଅର୍ଥାତ୍ ୩୪୩ କୋଟି ଟଙ୍କାର ପୁରସ୍କାର ।

ଅନ୍ୟପଟେ ଫୁଟବଲ୍ ମହାକୁମ୍ଭରେ ଭାଗ ନେଉଛନ୍ତି ବିଶ୍ୱର ୩୨ଟି ବଡ ଟିମ୍ । ୮ଟି ଗ୍ରୁପରେ ଏହି ଟିମକୁ ଭାଗ କରାଯାଇ ଗ୍ରୁପ୍ ମ୍ୟାଚ୍, ରାଉଣ୍ଡ ଅଫ୍ ସିକ୍ସଟିନ୍ ଏବଂ ନକ୍ ଆଉଟ୍ ପର୍ଯ୍ୟାୟ ଖେଳାଯିବ । ଡିସେମ୍ବର ୧୮ରେ ରହିଛି ଫିଫା ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ।

ବିଶ୍ୱକପରେ ବିଶ୍ୱର ଶେଷ୍ଠ ଟିମ୍ ବଛା ବଛା ୩୨ଟି ଟିକମୁ ଭାଗ କରାଯାଇଛି । ୮ ଟି ଗ୍ରୁପରେ ୨୦ ନଭେମ୍ବରରୁ ୨ ଡିସେମ୍ବର ଯାଏଁ ରହିଛି ଟୁର୍ଣ୍ଣାମେଂଟର ଗ୍ରୁପ୍ ପର୍ଯ୍ୟାୟ । ଏଥିରେ ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ । ପ୍ରତି ଗ୍ରୁପର ଟପ୍ ଟୁ ଟିମ୍ ରାଉଣ୍ଡ ଅଫ୍ ସିକ୍ସଟିନକୁ ଯିବେ । ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ ନକ୍ ଆଉଟ୍ ମ୍ୟାଚ୍ । ଏହାପରେ କ୍ୱାର୍ଟର ଫାଇନାଲରୁ ଫାଇନାଲ ଯାଏଁ ସ୍ଥିର ହେବ ରାସ୍ତା ।

ଡିସେମ୍ବର ୧୮ ତାରିଖରେ ରହିଛି ଫିଫା ବିଶ୍ୱକପର ଫାଇନାଲ ଫାଇଟ୍ । ୨୯ ଦିନରେ ଟୁର୍ଣ୍ଣାମେଂଟରେ ମୋଟ ୬୪ ଟି ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଟର ପ୍ରଥମ ମ୍ୟାଚ୍ ନଭେମ୍ବର ୨୦ ତାରିଖରେ ଖେଳାଯିବ । ରାତି ସାଢେ ୯ଟାରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କାତାର ଏବଂ ଇକ୍ୱେଡର ।

ନଜର ପକାନ୍ତୁ ଫିଫା ବିଶ୍ୱକପ୍ର ଟିମ୍ ଏବଂ ଗ୍ରୁପ୍ ଉପରେ ..

ଗ୍ରୁପ୍-A- କତାର, ଇକ୍ୱେଡର, ସିନେଗାଲ, ନେଦରଲ୍ୟାଣ୍ଡସ

ଗ୍ରୁପ-B- ଇଂଲଣ୍ଡ, ଇରାନ, ଆମେରିକା, ୱେଲସ

ଗ୍ରୁପ-C- ଆର୍ଜେଣ୍ଟିନା, ସାଉଦି ଆରବ, ମେକ୍ସିକୋ, ପୋଲାଣ୍ଡ

ଗ୍ରୁପ-D- ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ, ଟ୍ୟୁନିସିଆ

ଗ୍ରୁପ-E- ସ୍ପେନ୍, କୋଷ୍ଟାରିକା, ଜର୍ମାନୀ, ଜାପାନ

ଗ୍ରୁପ-F- ବେଲଜିୟମ୍, କାନାଡା, ମୋରକ୍କୋ, କ୍ରୋଏସିଆ

ଗ୍ରୁପ୍-G- ବ୍ରାଜିଲ୍, ସର୍ବିୟା, ସ୍ୱିଜରଲାଣ୍ଡ, କେମରୁନ୍

ଗ୍ରୁପ-H- ପର୍ତ୍ତୁଗାଲ, ଘାନା, ଉରୁଗୁଏ, କୋରିଆ ରିପବ୍ଲିକ୍