• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଇପିଏଲ୍‌ରେ ଆର୍‌ସିବି(RCB) ଦଳର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ଛୋଟରୁ ବଡ଼ ସଭିଁଏ ବିରାଟ କୋହଲିଙ୍କ ପାଇଁ ପାଗଳ । ଆଜି ପର୍ଯ୍ୟନ୍ତ ଆର୍‌ସିବି ଆଇପିଏଲ୍‌ ଟ୍ରଫି ଜିତିନଥିଲେ ମଧ୍ୟ ଫ୍ୟାନ୍ସ କିନ୍ତୁ ଟିମ୍‌କୁ ସମର୍ଥନ କରିବା ଛାଡ଼ି ନାହାନ୍ତି । ଆର୍‌ସିବି ମ୍ୟାଚ୍‌କୁ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ହଜାର ହଜାର ଦର୍ଶକ ପହଞ୍ଚିଯାଆନ୍ତି । ଗ୍ୟାଲେରୀରେ ବସି ଟିମ୍‌କୁ ଚିୟର୍ସ କରିବା ସାଙ୍ଗକୁ ବିଭିନ୍ନ ପ୍ଲାକାର୍ଡ ଦ୍ୱାରା ଲୋକଙ୍କୁ ମନୋରଞ୍ଜନ ମଧ୍ୟ କରିଥାନ୍ତି ।

ଗତକାଲିର ମ୍ୟାଚ୍‌ରେ ଏକ ଛୋଟ ଝିଅଟିଏ ହାତରେ ପ୍ଲାକାର୍ଡ ଧରି ଟିମ୍‌କୁ ଚିୟର୍ସ କରୁଥିବାର ଦେଖିବାକୁ ମିଳିଥିଲା । ସେହି ପ୍ଲାକାର୍ଡରେ କିଛି ଏମିତି କଥା ଲେଖାଯାଇଥିଲା, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ‘RCB ଆଇପିଏଲ୍‌ ଟ୍ରଫି ନଜିତିବା ଯାଏଁ ମୁଁ ସ୍କୁଲ୍ ଯିବିନି’ ବୋଲି ସେହି ପ୍ଲାକାର୍ଡରେ ଲେଖାଯାଇଥିଲା ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବେଙ୍ଗାଲୁରୁର ଚେନ୍ନାସ୍ୱାମୀ ଷ୍ଟାଡିୟମର ଗ୍ୟାଲେରୀରେ ଗୋଟିଏ ଛୋଟ ଝିଅ ଆର୍‌ସିବିର ଜର୍ସି ପିନ୍ଧି ଟିମ୍‌କୁ ସପୋର୍ଟ କରୁଛନ୍ତି । ତା’ସାଙ୍ଗକୁ ହାତରେ ଏକ ପ୍ଲାକାର୍ଡ ଧରିଛନ୍ତି । ସେଥିରେ ଲେଖାଯାଇଛି ଯେ, ‘ଯେତେ ଯାଏଁ ଆର୍‌ସିବି ଟ୍ରଫି ଜିତି ନାହିଁ, ସେଯାଏଁ ମୁଁ ସ୍କୁଲ ଯିବିନି’ । ଏତେ ଛୋଟ ବୟସରୁ ଝିଅଟିର ଆର୍‌ସିବି ଦଳ ପ୍ରତି ଏତେ ଭଲ ପାଇବାକୁ ଲୋକେ ପ୍ରଶଂସା କରିବା ସହ ଏହାର ଏକ ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର କରୁଛନ୍ତି ।

୨୦୦୮ରୁ ଏଯାଁଏ ଆଇପିଏଲ୍‌ କୌଣସି ସଂସ୍କରଣରେ ବି ଆର୍‌ସିବି ଟ୍ରଫି ଜିତି ନାହିଁ । ପୂର୍ବରୁ ଦଳ ଆଇପିଏଲ୍‌ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ହାତେଇବାରେ ଅସମର୍ଥ ହୋଇଛି । ବିରାଟଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଟିମ୍‌ ଆଜି ଯାଏଁ ଟ୍ରଫି ଜିତି ପାରିନି । ଯାହାକୁ ନେଇ ଲୋକେ ସୋସିଆଲ୍‌ ମିଡିଆରେ ବାରମ୍ବାର ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେତେ ବି ଟ୍ରୋଲ୍‌ ହେଉ ନା କାହିଁକି ଏବେବି ଆର୍‌ସିବିର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ଷ୍ଟାଡିୟମରେ ଆସି ଟିମ୍‌କୁ ସପୋର୍ଟ କରୁଛନ୍ତି ।

କେବଳ ଏହି ଛୋଟ ଝିଅ କାହିଁକି ଆହୁରି ଅନେକ ଫ୍ୟାନ୍ସ ପ୍ଲାକାର୍ଡରେ ଭିନ୍ନ ଭିନ୍ନ କଥା ଲେଖିଥିବାର ଦେଖିବାକୁ ମିଳିଛି । ଯେପରିକି ଜଣେ ଫ୍ୟାନ୍ସ ପ୍ଲାକାର୍ଡରେ ଲେଖିଥିଲେ ଯେ, ‘ଯେତେ ଯାଏଁ ଟିମ୍‌ ଟ୍ରଫି ଜିତିନାହିଁ, ସେତେ ପର୍ଯ୍ୟନ୍ତ ମୁଁ ବିବାହ କରିବି ନାହିଁ’ । ଦଳ ଟ୍ରଫି ନଜିତିଲେ ମଧ୍ୟ ଫ୍ୟାନ୍ସଙ୍କ ବିଶ୍ୱାସ ରହିଛି ଯେ, ଚଳିତ ସିଜିନ୍‌ରେ ଆରସ୍‌ବି ନିଶ୍ଚୟ ବିଜୟ ହାସଲ କରିବ ।

RCB Fans(RCB Fans)