Advertisment

ପିଲାଦିନେ ଭଉଣୀଙ୍କଠୁ ମାଡ଼ ଖାଇଥିଲେ ବିରାଟ..ହେଲେ କାହିଁକି ?

କ୍ରିକେଟ୍‌ ପ୍ରସଙ୍ଗ ହେଉ ବା ତାଙ୍କ ବ୍ୟକ୍ତିଗତ ଜୀବନ, ସବୁବେଳେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ତ କରନ୍ତି କୋହଲି ।

author-image
Manoranjan Behera
ଅଦ୍ୟତନ ହୋଇଛି
Virat Kohli Sister

Virat Kohli Sister

ସୋସିଆଲ୍‌ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଟିମ୍‌ ଇଣ୍ତିଆର ଷ୍ଟାର ଖେଳାଳି ବିରାଟ କୋହଲି । କ୍ରିକେଟ୍‌ ପ୍ରସଙ୍ଗ ହେଉ ବା ତାଙ୍କ ବ୍ୟକ୍ତିଗତ ଜୀବନ, ସବୁବେଳେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ତ କରନ୍ତି କୋହଲି । ନିକଟରେ ଏକ ସାକ୍ଷାତକାରରେ ବିରାଟଙ୍କ ଏକ ମନ୍ତବ୍ୟ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହିଛନ୍ତି, ସେ ତାଙ୍କ ଭଉଣୀଙ୍କୁ ତୁ କହିଥିଲେ ବୋଲି ବହୁତ ମାଡ଼ ଖାଇଥିଲେ । ସେହିଦିନଠୁ ଆଜି ଯାଏଁ ସେ ଭଉଣୀଙ୍କୁ ତମେ, ଆପଣ ବୋଲି ସମ୍ବୋଧନ କରି ଆସୁଛନ୍ତି ।

Advertisment

ବିରାଟ ଏକ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଦେଇଥିଲେ । ବିରାଟଙ୍କ ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ରହିଛନ୍ତି । ତାଙ୍କ ଭଉଣୀଙ୍କ ନାଁ ହେଉଛି ଭାବନା । ବିରାଟ ତାଙ୍କ ସହ ସୋସିଆଲ୍‌ ମିଡିଆରେ ଅନେକ ଫଟୋ ସେୟାର କରିଛନ୍ତି । ନିକଟରେ ସେ ନିଜ ପିଲାଦିନ କଥା ଏକ ସାକ୍ଷାତକାରରେ କହୁଥିବା ବେଳେ ତାଙ୍କ ଭଉଣୀଙ୍କ ବିଷୟରେ ଏକ ମଜାଦାର କଥା କହିଥିଲେ ।

ବିରାଟ କହିଲେ, ମୋ ଭଉଣୀ ମତେ ବହୁତ ବାଡେଇଛନ୍ତି..ମୁଁ ତାଙ୍କୁ ତୁ କହିବାରୁ ସେ ମତେ ମାରିଥିଲେ । ମୋର ଅଭ୍ୟାସ ଥିଲା ତାଙ୍କୁ ତୁ କହିବାର..କିନ୍ତୁ ହଠାତ୍‌ ଦିନେ ମୁଁ ତାଙ୍କୁ ତୁ କହିବାରୁ ସେ ବହୁତ ରାଗିଗଲେ ଆଉ ମତେ ପିଟିଲେ..ସେହିଦିନଠୁ ମୋର ଦିଦିଙ୍କୁ ତୁ କହିବା ବନ୍ଦ ହୋଇଯାଇଛି..ମୁଁ ସେବେଠୁ ତାଙ୍କୁ ତମେ, ଆପଣ କହି ଡାକୁଛି..

Advertisment

ତେବେ ବିରାଟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ପତ୍ନୀ ଅନୁଷ୍କାଙ୍କ ସହ ଡ୍ୟାନ୍ସ କରି ଚର୍ଚ୍ଚାରେ ତ କେତେବେଳେ ନିଜ ଛୋଲେ ବଟୁରେ ଖାଇବାକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତେବେ ବିରାଟଙ୍କର ସୋସିଆଲ୍‌ ମିଡିଆରେ ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି, ଯେଉଁମାନେ ତାଙ୍କ ପ୍ରତିଟି ପୋଷ୍ଟକୁ ବେଶ୍‌ ପସନ୍ଦ କରିଥାନ୍ତି ।

Virat Kohli Viral Video
Advertisment
Advertisment