• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନୂଆ ବର୍ଷରେ ପେଟ୍ରୋଲ ପମ୍ପରେ ଟ୍ରାଫିକ୍ ଜାମ୍ .. ଲମ୍ବା ଧାଡି । ନୂଆ କରି ହିଟ୍ ଆଣ୍ତ ରନ୍ ନିୟମ ପାଇଁ ପୂରା ଦେଶରେ ଟ୍ରକ ଡ୍ରାଇଭର ମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଦେଶବ୍ୟାପୀ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳିଛି । ସ୍ଥାନେ ସ୍ଥାନେ ଆମ୍ୱୁଲାନ୍ସ ମଧ୍ୟ ଅଟକି ରହିଛି । ଦେଶବ୍ୟାପୀ ଏହି ନିୟମ ବିରୋଧରେ ଟ୍ରକ ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଛି । ପେଟ୍ରୋଲ ନ ମିଳିବାରୁ ଜଣେ ଜୋମାଟୋ ଡେଲିଭରି ବୟଙ୍କ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ପେଟ୍ରୋଲ ମିଳିଲାନି ବୋଲି ବାଧ୍ୟ ହୋଇ ଘୋଡ଼ା ଉପରେ ବସି ଫୁଡ୍‌ ଡେଲିଭରି କରିଛନ୍ତି ଏହି ଜୋମାଟୋ ବୟ । ଏହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ପେଟ୍ରୋଲ ପମ୍ପରେ ତେଲ ନ ମିଳିବାରୁ ସେ ଏଭଳି ଅଭିନବ ଉପାୟ ଆପଣାଇଥିବା କୁହାଯାଉଛି ।

ଭାଇରାଲ ହେଉଥିବା ଭିଡିଓରେ ହାଇଦ୍ରାବାଦର ଇମ୍ପରିଆଲ ହୋଟେଲ ସମ୍ମୁଖ ରାସ୍ତାରେ ଜଣେ ଜୋମାଟୋ ବୟ ଏକ ଘୋଡ଼ା ଗାଡ଼ିରେ ଫୁଡ୍‌ ଡେଲିଭରି କରିବାକୁ ନେଉଥିବା ଦେଖିବାକୁ ମିଳିଥିଲା । ଏ ନେଇ ସମ୍ପୃକ୍ତ ଜୋମାଟୋ ବୟଙ୍କୁ ରାସ୍ତାରେ ଜଣେ ଲୋକ ପଚାରିବାରୁ ସେ କହିଥିଲେ, ‘ଖାଦ୍ୟ ଅର୍ଡର ଧରି ବାହାରିବାର ୩ ଘଣ୍ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଛିଡ଼ା ହେଲି । ମାତ୍ର ପେଟ୍ରୋଲ ମିଳିଲା ନାହିଁ । ସେଥିପାଇଁ ଘୋଡ଼ା ଧରି ଅର୍ଡର ଡେଲିଭରି କରିବାକୁ ବାହାରିଲି’ ।

 

ହିଟ୍ ଏଣ୍ଡ ରନ୍ ସଂକ୍ରାନ୍ତ କଠୋର ଦଣ୍ଡାଦେଶକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ । ବିହାର, ପଞ୍ଜାବ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଓ ଛତିଶଗଡରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର । ଏଥିରେ ଅନେକ ଟ୍ୟାଙ୍କର ଡ୍ରାଇଭର ସାମିଲ ହୋଇଛନ୍ତି । ଏଥିଯୋଗୁ ତେଲ ନ ମିଳିବା ଆଶଙ୍କା ଦେଖାଦେଇଛି । ଏଥିପାଇଁ ପେଟ୍ରୋଲ ପମ୍ପ ଗୁଡିକରେ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । ଡ୍ରାଇଭର ମାନଙ୍କ ଧର୍ମଘଟ ଯୋଗୁଁ ପାଟନାରୁ ପୁନେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଯାତ୍ରୀସେବା ପ୍ରଭାବିତ ହୋଇଛି । ନିକଟରେ ପାରିତ ହୋଇଥିବା ଭାରତ ନ୍ୟାୟ ସଂହିତାରେ ହିଟ୍ ଏଣ୍ଡ ରନ୍‌ରେ କଡା ଦଣ୍ଡାଦେଶ ବ୍ୟବସ୍ଥା ରହିଛି ।

ନୂଆ ଆଇନ୍ ଅନୁସାରେ ହିଟ୍ ଏଣ୍ଡ ରନ୍ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ କରାଯିବ । ଏତେ ପରିମାଣର ଟଙ୍କା ଡ୍ରାଇଭର ମାନେ କେଉଁଠୁ ଦେବେ ବୋଲି ସର୍ବଭାରତୀୟ ମୋଟର ଓ ଗୁଡସ ଟ୍ରାନ୍ସପୋର୍ଟ ଆସୋସିଏସନ ପକ୍ଷରୁ ପ୍ରଶ୍ନ କରାଯାଇଛି ।