/odishatv-khabar/media/post_attachments/uploadimage/library/16_9/16_9_0/YouTuber_1689072985.jpg)
YouTuber
ବର୍ତ୍ତମାନର ସମୟରେ ରୋଜଗାରର ମାଧ୍ୟମ ସାଜିଛି ୟୁଟ୍ୟୁବ୍ । ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ଭିଡିଓ ତିଆରି କରି ଭଲ ରୋଜଗାର କରୁଛନ୍ତି । ପ୍ରାୟ ସମସ୍ତେ ଜାଣନ୍ତି ଜଣେ ୟୁଟ୍ୟୁବର ମାସକୁ ଲକ୍ଷ ଲକ୍ଷ ଟଙ୍କା ଇନ୍କମ୍ କରନ୍ତି । ଖାଲି ସେତିକି ନୁହେଁ, ନିଜର କଳା ଓ ପ୍ରତିଭା ଦ୍ୱାରା ଜଣେ ବ୍ୟକ୍ତି ଦେଶ-ଦୁନିଆରେ ପରିଚିତ ମଧ୍ୟ ହୋଇଥା’ନ୍ତି । ହେଲେ କେବେ ଶୁଣିଛନ୍ତି ଜଣେ ୟୁଟ୍ୟୁବର ତାଙ୍କ ସଫଳତା ପରେ ମୋମୋ ପାର୍ଟି ଦେବା କଥା । ତାହାପୁଣି ତାଙ୍କ ୟୁଟ୍ୟୁବର ଟିମ୍ ସହ ନୁହେଁ ବରଂ ପୂରା ଗାଁ ଲୋକଙ୍କୁ । ହଁ, ଏପରି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ଏପରି ଏକ ଖବର ସାମ୍ନାକୁ ଆସିଛି ଉତ୍ତରାଖଣ୍ଡର ବୁରାନ୍ ଖଣ୍ଡା ନାମକ ଏକ ଗାଁରୁ । ଯେଉଁଟି ଜଣେ ୟୁଟ୍ୟୁବର ତାଙ୍କ ସଫଳତା ପରେ ସାରା ଗାଁକୁ ମୋମୋ ଖାଇବାକୁ ଦେଇଛନ୍ତି । ଖାଲି ଖାଇବାକୁ ଦେଇଛନ୍ତି ତାହା ନୁହେଁ, ମୋମୋ ପାର୍ଟିର ସମ୍ପୂର୍ଣ୍ଣ ଭିଡିଓ ତାଙ୍କ ୟୁଟ୍ୟୁବ୍ରେ ସେୟାର ମଧ୍ୟ କରିଛନ୍ତି । ଯାହାକୁ ବହୁତ୍ ଲୋକ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ ୟୁଟ୍ୟୁବର୍ ଯୁବକଙ୍କ ନାଁ ହେଉଛି ଅଶ୍ୱାନୀ ଥାପା । ସେ ତାଙ୍କର ୟୁଟ୍ୟୁବ୍ ପାଇଁ ଏକ ମୋମୋ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିପାଇଁ ସେ ଗାଁର ପ୍ରାୟ ୫ଶହ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ଏମିତି କି ଯୁବକ ଜଣକ ଘର ଘର ବୁଲି ଏହି ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ମୁତାବକ କପ୍, ପ୍ଲେଟ୍ ଓ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ହେଲେ ବର୍ଷା ହେବାରୁ ଏହି ପାର୍ଟିରେ ସାମାନ୍ୟ ଅସୁବିଧା ଦେଖାଯାଇଥିଲା ।
ବର୍ଷା କାରଣରୁ ପାର୍ଟିରେ ଛୋଟପିଲାଙ୍କ ବ୍ୟତୀତ ବଡ଼ ଲୋକମାନେ ସାମିଲ ହେବେନାହିଁ ବୋଲି ଅନୁମାନ କରାଯାଉଥିଲା । ହେଲେ ପରବର୍ତ୍ତୀ ସମୟରେ ବଡ଼ ଲୋକ ମଧ୍ୟ ଏହି ପାର୍ଟିରେ ସାମିଲ ହୋଇଥିଲେ । ଯାହାକୁ କ୍ୟାମେରାରେ କଏଦ କରାଯିବା ସହ ପରବର୍ତ୍ତୀ ସମୟରେ ୟୁଟ୍ୟୁବ୍ରେ ଅପ୍ ଲୋଡ୍ କରାଯାଇଥିଲା । ଭିଡିଓଟିକୁ ମାତ୍ର କିଛି ଘଣ୍ଟାରେ ବହୁ ଲୋକ ଦେଖିସାରିଥିବା ବେଳେ ଅନେକ ଲୋକ ଏହାକୁ ଲାଇକ୍ କରିବା ସହ ନିଜର ମତାବତ ଦେଇଥିବା ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)