Advertisment

ଅଢେଇ ବର୍ଷରେ କମେଇଛନ୍ତି ୨ ଶହ କୋଟି, କିଣିଛନ୍ତି ୧୦ଟି ଫ୍ଲାଟ୍

ଅରମାନ କହିଥିଲେ ଦିନେ ସେ ମିସ୍ତ୍ରୀ ଓ ଗାଡି ମେକାନିକ ଭାବେ କାର୍ଯ୍ୟ କରୁଥିଲେ। କରୋନା ସମୟରେ ତାଙ୍କ ପାଖରେ କିଛି ନଥିଲା ।

ଅଦ୍ୟତନ ହୋଇଛି
Youtuber Arman Malik Net Worth

Youtuber

Advertisment

ୟୁଟ୍ୟୁବ କରାଇଦେଲା କୋଟିପତି । ଅଢେଇ ବର୍ଷରେ ୨୦୦ କୋଟିର ମାଲିକ ହେଲେ ୟୁଟ୍ୟୁବର। ଦିନେ କରୁଥିଲେ ମିସ୍ତ୍ରୀ କାମ କିନ୍ତୁ ଆଜି ସେ କୋଟି କୋଟି ଟଙ୍କାର ମାଲିକ । ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ ରୋଜଗାର ମାଧ୍ୟମ ଭାବେ ଉଭା ହୋଇଛି। ଏବେ ଯୁବଗୋଷ୍ଠୀ ମଧ୍ୟରେ ୟୁଟ୍ୟୁବର ହେବାର କ୍ରେଜ ଦେଖିବାକୁ ମିଳୁଛି । ତେବେ ଆଜି ଆପଣଙ୍କୁ ଜଣେ ଏପରି ୟୁଟ୍ୟୁବରଙ୍କ ବିଷୟରେ କହିବୁ ଯିଏ ବ୍ଲଗିଂ କରି ହୋଇଯାଇଛି କୋଟିପତି।

Advertisment

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। ତେବେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ଲୋକେ ମନୋରଞ୍ଜନ ପାଇଁ ୟୁଟ୍ୟୁବକୁ ଅଧିକ ପସନ୍ଦ କରିଥାନ୍ତି। ଏଥିରେ ସମସ୍ତେ ଭିଡିଓ ଦେଖି ପାରିବେ ଓ ନିଜେ ଭିଡିଓ ପୋଷ୍ଟ କରି ପଇସା ମଧ୍ୟ କମାଇପାରିବେ। ୟୁଟ୍ୟୁବରେ ଡେଲି ଲାଇଫ ବ୍ଲଗିଂ ଭିଡିଓର ଖୁବ ଲୋକପ୍ରିୟତା ରହିଛି । ଅର୍ଥାତ ୟୁଟ୍ୟୁବର ନିଜର ପ୍ରତିଦିନର ଜୀବନଚର୍ଯ୍ୟାର ଭିଡିଓକୁ ୟୁଟ୍ୟୁବରେ ଅପଲୋଡ କରିଥାନ୍ତି । ଅନେକ ୟୁଟ୍ୟୁବର ଅଛନ୍ତି ଯେଉଁମାନେ ଏପରି ଡେଲି ଲାଇଫ ବ୍ଲଗିଂ ଦ୍ୱାରା ଖୁବ ଭଲ ପଇସା ରୋଜଗାର କରୁଛନ୍ତି।

ଅଧିକ ପଢ଼ନ୍ତୁ: ୫ ଟଙ୍କିଆ କୁର୍‌କୁରେ ଆଣିଦେଲାନି ସ୍ୱାମୀ; ଡିଭୋର୍ସ ମାଗିଲା ସ୍ତ୍ରୀ..ଦେଖନ୍ତୁ ଭିଡିଓ

Advertisment

ଏପରି ଜଣେ ଫେମସ ୟୁଟ୍ୟୁବର ହେଉଛନ୍ତି ଅରମାନ ମଲ୍ଲିକ । ୟୁଟ୍ୟୁବରେ ତାଙ୍କର “ମଲ୍ଲିକ ଭ୍ଲଗ୍ସ୍” ନାମରେ ଏକ ଚ୍ୟାନଲ ରହିଛି ଯେଉଁଥିରେ ୭.୬୧ ମିଲିୟନ୍ ସବସ୍କାଇବର ଅଛନ୍ତି । ତେବେ ତାଙ୍କର ସମୁଦାୟ ୭ଟି ୟ୍ୟୁଟୁବ ଚ୍ୟାନେଲ ରହିଛି । ଯେଉଁଥିରେ ସେ ମୁଖ୍ୟତଃ ଡେଲି ବ୍ଲଗିଂ ଭିଡିଓ ଅପଲୋଡ କରିଥାନ୍ତି। ଅରମାନ ନିଜର ୨ପତ୍ନୀ ପାୟଲ ଓ କ୍ରିତିକା ମଲିକଙ୍କୁ ଏକାଠି ଗୋଟିଏ ଘରେ ନେଇ ରହିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଦୁଇ ଜଣଙ୍କ ସହ ବ୍ଲଗିଂ ଭିଡିଓ ମଧ୍ୟ କରିଥାନ୍ତି। ତେବେ ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ନିଜ ସମ୍ପତ୍ତି ବିଷୟରେ ପ୍ରକାଶ କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେ କହିଥିଲେ ବର୍ତ୍ତମାନ ତାଙ୍କ ପାଖେ ୧୦୦-୨୦୦ କୋଟିର ସମ୍ପତ୍ତି ଅଛି। ଯାହା ସେ ତାଙ୍କ ଅଢେଇ ବର୍ଷର ୟୁଟ୍ୟୁବ କ୍ୟାରିଅରରେ କମାଇଛନ୍ତି। ଏହାଛଡା ତାଙ୍କର ୧୦ଟି ଫ୍ଲାଟ ରହିଛି ଯେଉଁଥିରୁ ୪ଟିରେ ତାଙ୍କ ପରିବାର ରହୁଥିବା ବେ‌ଳେ ଅନ୍ୟ ୬ଟିରେ ତାଙ୍କ ଷ୍ଟାଫ୍ ରହୁଛନ୍ତି।

ଅରମାନ କହିଥିଲେ ଦିନେ ସେ ମିସ୍ତ୍ରୀ ଓ ଗାଡି ମେକାନିକ ଭାବେ କାର୍ଯ୍ୟ କରୁଥିଲେ। କରୋନା ସମୟରେ ତାଙ୍କ ପାଖରେ କିଛି ନଥିଲା । ତେବେ ସେ ପ୍ରଥମେ ଟିକ୍‌ ଟକ୍‌ ଭିଡିଓ ତିଆରି କରୁଥିଲେ। ଟିକ୍‌ ଟକ୍‌ ବ୍ୟାନ ଦେବା ପରେ ସେ ଇନଷ୍ଟାଗ୍ରାମରେ ରିଲ୍ସ ଓ ୟୁଟ୍ୟୁବରେ ଡେଲି ବ୍ଲଗିଂ ଆରମ୍ଭ କରିଥିଲେ। ଯାହା ତାଙ୍କୁ କୋଟିପଟି କରିଦେଲା।

Advertisment
YouTube Social Media Indian YouTuber
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ