Advertisment

ମହଙ୍ଗା ପଡ଼ିଲା ବାଇକ୍‌ ଚଲାଇବା ବେଳେ ବ୍ଲଗିଂ, ସିଧାଯାଇ ଗାଡ଼ି ସହ କେନାଲ ଭିତରେ ପଶିଲେ...

ଭିଡିଓ ଶୁଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ନିଶା ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ବହୁ ମାତ୍ରାରେ ଘାରିଛି। କିଏ ବିପଦପୂର୍ଣ୍ଣ ଷ୍ଟଣ୍ଟ କଲାଣି ତ ଆଉ କିଏ ନିଜ ଜୀବନକୁ ବାଜିରେ ଲଗାଇ ଚଳନ୍ତା ଗାଡ଼ିରେ ଭିଡିଓ ଶୁଟ୍‌ କରୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Youth enters into canal with bike

Youth enters into canal with bike

ଭିଡିଓ ଶୁଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ନିଶା ଆଜିକାଲିର ଯୁବପିଢ଼ିଙ୍କୁ ମଧ୍ୟରେ ବହୁ ମାତ୍ରାରେ ଘାରିଛି। ଏଥିପାଇଁ ସେମାନେ କୌଣସି ସ୍ତରକୁ ବି ଚାଲି ଯାଉଛନ୍ତି। କିଏ ବିପଦପୂର୍ଣ୍ଣ ଷ୍ଟଣ୍ଟ କଲାଣି ତ ଆଉ କିଏ ନିଜ ଜୀବନକୁ ବାଜିରେ ଲଗାଇ ଚଳନ୍ତା ଗାଡ଼ିରେ ଭିଡିଓ ଶୁଟ୍‌ କରୁଛନ୍ତି। ହେଲେ ସେମାନେ ଭୁଲି ଯାଉଛନ୍ତି ଯେ, ଏଥିରେ ଖାଲି ନା ସେମାନେ ଜୀବନକୁ ବିପଦରେ ପକାଉଛନ୍ତି ଏହାସହ ଅନ୍ୟମାନଙ୍କ ଜୀବନ ମଧ୍ୟ ବିପଦ ମୁହଁକୁ ଠେଲି ହୋଇଯାଉଛି। ବ୍ଲଗର୍‌ମାନେ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶର୍ଟ ଭିଡିଓ ପୋଷ୍ଟ କରି କିପରି ସେମାନଙ୍କ ଚ୍ୟାନେଲକୁ ନୂଆ ଦର୍ଶକ ଆସିବେ, ସେଥିପ୍ରତି ପ୍ରାଧାନ୍ୟ ଦେଉଛନ୍ତି। 

Advertisment

ଆଉ କିଛି ବ୍ଲଗର୍‌ ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ ପାଇଁ ବିପଦପୂର୍ଣ୍ଣ ଭିଡିଓ ଶୁଟ୍‌ କରୁଛନ୍ତି। ଏମିତି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହା ଏକ ପୁରୁଣା ଭିଡିଓ ବୋଲି କୁହଯାଉଥିବା ବେଳେ ଏବେ ପୁଣି ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବକ ବାଇକ୍‌ ଚଲାଇବା ସହ ବ୍ଲଗିଂ କରୁଛନ୍ତି। ଏହି ସମୟରେ ଯୁବକ ଜଣକ କହୁଛନ୍ତି, ତାଙ୍କୁ କେହି ଜଣେ ଅପେକ୍ଷା କରିଛନ୍ତି ଓ ଏମିତିରେ ବି ତାଙ୍କର ବିଳମ୍ବ ହୋଇଗଲାଣି। ତେଣୁ ସେ ସ୍ପିଡ୍‌ରେ ବାଇକ୍‌ ଚଲାଉଛନ୍ତି। ହଠାତ୍‌ ଏହି ସମୟରେ ବ୍ଲଗର୍‌ଙ୍କ ସାମ୍ନାକୁ ଅନ୍ୟ ଏକ ଗଳିରୁ ସ୍କୁଟି ଚଲାଇ ଜଣେ ବ୍ୟକ୍ତି ଆସି ଯାଇଥିଲେ। ଫଳରେ ବ୍ଲଗର୍‌ ନିୟନ୍ତ୍ରଣ ହରାଇବା ଯୋଗୁ ବାଇକ୍‌ ସହ କେନାଲ ଭିତରେ ସିଧାଯାଇ ପଶି ଯାଇଥିଲେ।

ଭିଡିଓଟି SwatKat ପକ୍ଷରୁ ଟ୍ୱିଟରରେ ଶେୟାର କରାଯାଇଛି। 

Advertisment

Viral Video
Advertisment
Advertisment