Youth Arrested After His Motorcycle Stunt Video Goes Viral
ନା ଜୀବନ ପ୍ରତି ଲୋଭ, ନା କାହାକୁ ଭୟ...୨ ଯୁବତୀଙ୍କୁ ବାଇକ୍ରେ ବସାଇ ବିଚ୍ ରାସ୍ତାରେ ଜଣେ ଯୁବକ ବିପଦପୂର୍ଣ୍ଣ ବାଇକ୍ ଷ୍ଟଣ୍ଟ କରୁଥିବା ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ୍ ହେଉଛି। ଅବଶ୍ୟ ଯୁବକଙ୍କ ଏହି ରୋମିଓଗିରି ପରେ ମହଙ୍ଗା ସାବ୍ୟସ୍ତ ହୋଇଛି। ଭିଡିଓ ଭାଇରାଲ୍ ପରେ ୨୪ ବର୍ଷୀୟ ଯୁବକଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଛି।
ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳିଛି, ଯୁବକ ଜଣକ ରାସ୍ତା ମଝିରେ ବିପଦଜନକ ବାଇକ୍ ଷ୍ଟଣ୍ଟ କରୁଛନ୍ତି। ଗାଡ଼ିର ଆଗରେ ଜଣେ ଯୁବତୀ ବସି ଥିବାବେଳେ ପଛରେ ଅନ୍ୟ ଜଣେ ଯୁବତୀ ବସିଛନ୍ତି ଓ ମଝିରେ ଯୁବକ ଜଣକ ବସି ଜୀବନକୁ ବାଜି ଲଗାଇ ବାଇକ୍ ଷ୍ଟଣ୍ଟ କରୁଛନ୍ତି। ମୁମ୍ବାଇ ସହରର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ: ମଜା ହେଲା ସଜା !! ଷ୍ଟେଜ୍ ଉପରେ ଜଳିଗଲା କନିଆଁଙ୍କ ମୁହଁ
ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ପୋଲିସ୍ ଏକ ମାମଲା ରୁଜୁ କରି ତାଙ୍କୁ ଧରିବା ପାଇଁ ଟିମ୍ ଗଠନ କରିଥିଲା। ଛାନ୍ଭିନ୍ ପରେ ପୋଲିସ୍ ଯୁବକଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ବାଇକ୍ ଷ୍ଟଣ୍ଟ ଭିଡିଓ ସାମ୍ନାକୁ ଆସିଛି। ଆଜିକାଲିର ଯୁବପିଢ଼ି ଜୀବନକୁ ବାଜି ଲଗାଇ ଏଭଳି କରୁଥିବା ବେଳେ କେତେବେଳେ ଯେ ଏହା ସେମାନଙ୍କ ପାଇଁ କାଳ ସାଜିବ ତାହା କେହିବି କହିପାରିବେନି।
(ଜୀବନକୁ ବାଜି ଲଗାଇ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ କରନ୍ତୁ ନାହିଁ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1680503498.jpg)