Advertisment

Viral Video: ଏହି ନୁଡୁଲ୍ସ ତିଆରି ପ୍ରକ୍ରିୟା ଦେଖିଲେ ଆପଣ ବି କହିବେ…

ରାସ୍ତା କଡ଼ରେ ବିକ୍ରି ହେଉଥିବା ନୁଡୁଲ୍ସର ସ୍ୱାଦ ପାଟିକୁ ସବୁଠାରୁ ଭଲ ଲାଗିଥାଏ। ଆପଣ ବି ଯଦି ଷ୍ଟ୍ରିଟ୍-ଷ୍ଟାଇଲ୍ ନୁଡୁଲ୍ସ ଫୁଡ୍‌କୁ ଭଲ ପାଆନ୍ତି, ତେବେ ଏହାକୁ ଉପଭୋଗ କରିବା ପୂର୍ବରୁ ଏହି ଭିଡିଓଟି ଦେଖିନିଅନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
you will also be shocked to know how noodles are made

you will also be shocked to know how noodles are made

ଆଜିକାଲି ସମସ୍ତଙ୍କ ଘରେ ନୁଡୁଲ୍ସ ଏକ ସାଧାରଣ ଖାଦ୍ୟ ହୋଇଗଲାଣି। ଏହା ସହଜ ଓ କମ ସମୟରେ ହୋଇଯାଉଥିବାରୁ ଲୋକେ ଏହାକୁ ଆପଣେଇ ନେଉଛନ୍ତି। ତେବେ ନୁଡୁଲ୍ସ ଅନେକ କିସମରେ ଆସିଥାଏ ଏବଂ ଏହାକୁ ସୁଗନ୍ଧିତ କରିବା ପାଇଁ ବିଭିନ୍ନ ଉପାଦାନ ସହିତ ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଇଥାଏ।

Advertisment

ଆପଣ ଘରେ ନୁଡୁଲ୍ସ ତିଆରି କରିପାରିବେ କିମ୍ବା ଏକ ଭଲ ଡାଇନିଂ ରେଷ୍ଟୁରାଣ୍ଟରେ ଏହାକୁ ଉପଭୋଗ କରିପାରିବେ। କିନ୍ତୁ ରାସ୍ତା କଡ଼ରେ ବିକ୍ରି ହେଉଥିବା ନୁଡୁଲ୍ସର ସ୍ୱାଦ ପାଟିକୁ ସବୁଠାରୁ ଭଲ ଲାଗିଥାଏ। ଆପଣ ବି ଯଦି ଷ୍ଟ୍ରିଟ୍-ଷ୍ଟାଇଲ୍ ନୁଡୁଲ୍ସ ଫୁଡ୍‌କୁ ଭଲ ପାଆନ୍ତି, ତେବେ ଏହାକୁ ଉପଭୋଗ କରିବା ପୂର୍ବରୁ ଏହି ଭିଡିଓଟି ଦେଖିନିଅନ୍ତୁ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓର ଏହି କ୍ଲିପ୍‌ରେ ଦେଖାଯାଇଛି ଯେ ଶ୍ରମିକମାନେ ଉପଯୁକ୍ତ ଯନ୍ତ୍ରପାତି ଏବଂ ପରିଷ୍କାର ପରିଚ୍ଛନ୍ନତା ବିନା କିପରି ବେପରୁଆ ଭାବରେ ଏହାକୁ ତିଆରି କରନ୍ତି। ଖାଲି ହାତରେ ମଇଦାକୁ ଚକଟିବା ଠାରୁ ଆରମ୍ଭ କରି ମଇଳା ପାତ୍ରରେ ରଖିବା ଏବଂ ମଇଳା ଚଟାଣରେ ପକାଇବା ପର୍ଯ୍ୟନ୍ତ ଏହି କ୍ଲିପ୍‌ରେ ଦେଖିବାକୁ ମିଳିଛି।

Advertisment

ଏହି ଭିଡିଓଟି ଟ୍ୱିଟରରେ ଖୁବ ଭାଇରାଲ୍ ହେବାରେ ଲାଗିଛି। କେତେକ ଏହାକୁ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି ଯେ “ସବୁଠୁ ପରିଷ୍କାର ନୁଡୁଲ୍ ତିଆରି ପ୍ରକ୍ରିୟା”। ଆଉ କିଛି ଏହାର ସପୋର୍ଟରେ ବାହାରିଛନ୍ତି। ଜଣେ କହିଛନ୍ତି ଯେ ସମସ୍ତଙ୍କ ରୋଷେଇ ଘରେ ଏହା ହେଉଛି। ଏହା ୧୦୦ ପ୍ରତିଶତ ନିଶ୍ଚିତ। ଯଦି ତୁମେ ପ୍ରକୃତରେ ଜାଣିଥିଲ ଯେ ତୁମର ଖାଦ୍ୟ (ଗୁପ୍‌ଚୁପ୍, ଠୁଙ୍କାପୁରୀ, ଚାଟ୍ ଏବଂ ଏଠାରେ ଦେଖାଯାଇଥିବା ନୁଡୁଲ୍ସ ) ଏଭଳି ଭାବରେ ତିଆରି ହୁଏ, ତେବେ ତୁମେ ପ୍ରକୃତରେ ଏହାକୁ ଖାଇବା ବନ୍ଦ କରିଦେବ!”

ଟ୍ୱିଟର୍‌ରେ ଜଣେ ବ୍ୟକ୍ତି ଏହି କ୍ଲିପ୍ ଶେୟାର କରି ପଚାରିଛନନ୍ତି, ସେମାନେ କିପରି କହିପାରିବେ ଯେ ଭିଡିଓରେ ଥିବା ନୁଡୁଲ୍ସ କେବଳ ରାସ୍ତା କଡ଼ରେ ଥିବା ବିକାଳିଙ୍କ ଦ୍ୱାରା ବ୍ୟବହୃତ ହୁଏ ଏବଂ ପଞ୍ଚତାରକା ରେଷ୍ଟୁରାଣ୍ଟରେ ନୁହେଁ!

ଅନ୍ୟାନ୍ୟ ଟ୍ୱିଟର୍ ପ୍ରତିକ୍ରିୟା:

- ଏହା ଫୁଟିବା ପରେ ସବୁକିଛି ଠିକ୍ ହୋଇଯାଏ। (ଥରେ ସିଝିଗଲେ ଖାଇବାକୁ ଭଲ ହେବ) କୌଣସି ଟେନସନ ନାହିଁ।

- ଯାହା ବି ହେଉ ଏହି ନୁଡୁଲ୍ସକୁ ସିଝାଇ ତେଲରେ ଭଜା ଯାଏ, ତେଣୁ ମୁଁ ନିଶ୍ଚିତ ଯେ କୌଣସି କୀଟ କିମ୍ବା ପରଜୀବୀ ଏପରି ଉତ୍ତାପରେ ବଞ୍ଚିପାରିବେ ନାହିଁ। ଚାଉମିନ୍ ଏବଂ ଚାଇନିଜ୍ ଭେଲ୍ ଉପଭୋଗ କରନ୍ତୁ।

- ଯେତେବେଳେ ବି ମୁଁ ଖାଇଛି ମୋର ପେଟ ଏବଂ ଗଳା ଖରାପ ହୋଇଯାଇଛି

- ଦୁନିଆର ସବୁଠୁ ପରିଷ୍କାର ନୁଡୁଲ ତିଆରି ପ୍ରକ୍ରିୟା। ନୁଡୁଲ୍ସ ସ୍ୱାଦିଷ୍ଟ ମସଲା ପାଉଡର ଏବଂ ଡାୟରିୟା ସହିତ ଆସିଥାଏ।

ଏବେ ଆପଣ ଚିନ୍ତା କରନ୍ତୁ, ନୁଡୁଲ୍ସ ଖାଇବେ କି ନାହିଁ।

Social Media Viral Video
Advertisment
Advertisment