ଦୁନିଆର ସବୁଠାରୁ ଦାମୀ କୀଟ ବା ପୋକ । ଦାମ୍ ଶୁଣିଲେ ହୋସ ଉଡ଼ିଯିବ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକେ ଏହାକୁ କିଣିବାକୁ ଚାହାନ୍ତି । ଆଉ ଏହି କୀଟକୁ କିଣି ଘରେ ପାଳିବାକୁ ଚାହାନ୍ତି । ଏହି ବିରଳ କୀଟର ଦାମ୍ ଏତେ ଯେ, ଜଣେ ସାଧାରଣ ଲୋକ ଗୋଟିଏ ବଳାtପୂର୍ଣ୍ଣ ଘର କିଣି ପାରିବ ।
Also Read

ତେବେ ଆପଣ ଭାବୁଥିବେ ଏହି କୀଟରେ ଏମିତି କି ବିଶେଷତ୍ୱ ରହିଛି । ଯାହାକୁ କିଣିବା ପାଇଁ ଲୋକେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ବି ପ୍ରସ୍ତୁତ । କାହିଁକି ଏହି କୀଟକୁ ଏତେ ଟଙ୍କା ଦେଇ କିଣିବାକୁ ଚାହୁଁଛନ୍ତି ? ଏହା ପଛର କାରଣ ଜାଣିଲେ ଆପଣ ତାଜୁବ୍ ହେବେ । ଲୋକଙ୍କର ବିଶ୍ୱାସ ରହିଛି ଯେ, ଏହି କୀଟକୁ ଘରେ ପୋଷିଲେ ରାତାରାତି କୋଟିପତି କରିଦେବ । ଅର୍ଥାତ ଯେଉଁ ଲୋକ ଏହି କୀଟକୁ ଘରେ ପାଳିବ ବା ରଖିବ ସେ ରାତା ରାତି ଧନୀ ହୋଇଯିବ । ତାର କେବେ ବି ଅଭାବ ଅନଟନ ଆସିବ ନାହିଁ ।

ସାରା ବିଶ୍ୱରେ ଏହା ସବୁଠାରୁ ଦାମୀ କୀଟ ବୋଲି କୁହାଯାଏ । ଏହାର ନାଁ ସ୍ଟେଗ୍ ବିଟିଲ । ଏହାର ଆକାର ଅତି ବେଶିରେ ଦୁଇରୁ ତିନି ଇଞ୍ଚ ହେବ । କୁହାଯାଏ ସାରା ଦୁନିଆରେ ଏହି ସ୍ଟେଗ୍ ବିଟିଲ ହେଉଛି ସବୁଠାରୁ ଛୋଟ ଓ ବିରଳ କୀଟ । ଏହା ଲୁକାନୀଡେ ପ୍ରଜାତିର କୀଟ ହୋଇଥାଏ । ଏହା ଦୁର୍ଲଭ ତଥା ବିରଳ ହୋଇଥିବାରୁ ଏହାର ଦାମ ଖୁବ୍ ଅଧିକ ।