Advertisment

ବିଶ୍ୱର ସବୁଠୁ ବଡ଼ ଦୋସା; ତିଆରି କରିବା ପାଇଁ ଲାଗିଥିଲେ ୭୫ଜଣ ସେଫ୍...ଦେଖନ୍ତୁ ଭିଡିଓ

ଭିଡିଓରେ ଅନେକ ସେଫ୍ ଦୋସା ପ୍ରସ୍ତୁତ କରୁଥିବାର ନଜର ଆସିଛନ୍ତି। ଏକ ବଡ ତାୱାରେ ଅନେକ ସେଫ୍ ଦୋସା ପ୍ରସ୍ତୁତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଥିରେ ୧୨୩ଫୁଟର ଦୋସା ପ୍ରସ୍ତୁତ ହେଉଛି।

ଅଦ୍ୟତନ ହୋଇଛି
World's Longest Dosa in Bengaluru

World's longest dosa

Advertisment

ଅଧିକାଂଶ ଲୋକ ଦୋସା ଖାଇବାକୁ ପସନ୍ଦ କରନ୍ତି। ହେଲେ ଆପଣ ଖାଉଥିବା ଦୋସାର ଆକାର କେତେ ବଡ଼ ହୋଇପାରେ? ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୋସା ତିଆରି କରି MTR ଫୁଡ୍ସ ବିଶ୍ୱ ରେକର୍ଡ କରିଛି। ଏବେ ସୋସିଆଲ ମିଡିଆରେ ବିଶ୍ୱ ରେକର୍ଡ କରିଥିବା ଦୋସାରେ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ୟୁଜର୍ସ ଦେଖି ଆଶ୍ଚର୍ଯ୍ୟ ହେବା ସହ ଭଲ ଫିଡବ୍ୟାକ୍ ବି ଦେଇଛନ୍ତି।

Advertisment

ବେଙ୍ଗାଲୁରୁର MTR ଫୁଡ୍ସ ଏହି ଦୋସା ପ୍ରସ୍ତୁତ କରିଛି। ଏହାର ଲମ୍ୱ ୧୨୩.୦୩ଫୁଟ। କମ୍ପାନୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଏହି ଦୋସା ପ୍ରସ୍ତୁତ କରାଯାଇଥିଲା। ଏହି ମାମୋଥ୍ ଦୋସା ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବେଶ ଭାଇରାଲ ହେବାରେ ଲାଗିଛି। ସେଫ୍ ରେଗି ମ୍ୟାଥ୍ୟୁ ଏହି ଦୋସା ତିଆରି କରିବାର ଏକ କ୍ଲିପ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ଅଧିକ ପଢ଼ନ୍ତୁ: ସବୁଠାରୁ ମହଙ୍ଗା ଲେମ୍ବୁ...କଣ ଏହାର ବିଶେଷତ୍ୱ...କାହିଁକି ଏତେ ଟଙ୍କା...

Advertisment

ଭିଡିଓରେ ୭୫ଜଣ ସେଫ୍ ଦୋସା ପ୍ରସ୍ତୁତ କରୁଥିବାର ନଜର ଆସିଛନ୍ତି। ଏକ ବଡ ତାୱାରେ ଅନେକ ସେଫ୍ ଦୋସା ପ୍ରସ୍ତୁତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଥିରେ ୧୨୩ଫୁଟର ଦୋସା ପ୍ରସ୍ତୁତ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ମାଥ୍ୟୁଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ୍ ଦେଉଥିବା ଦେଖାଯାଇଛି।

Advertisment

ପୋଷ୍ଟର କ୍ୟାପସନରେ, ସେଫ୍ ମାଥ୍ୟୁ ଲେଖିଛନ୍ତି, "MTR ରେ ଐତିହାସିକ ମାଇଲଖୁଣ୍ଟ ତିଆରି କରି ମୁଁ ଅତ୍ୟନ୍ତ ଆନନ୍ଦିତ! ବିଶ୍ୱର ସବୁଠାରୁ ଅଧିକ ଲମ୍ୱର ଦୋସା ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ଟାଇଟଲ୍ ହାସଲ କରିଛୁ। ଏହି ଦୋସାର ଲମ୍ୱ ୧୨୩ ଫୁଟ ରହିଛି। ଗର୍ବର ସହିତ ଆମେ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛୁ। ମାର୍ଚ୍ଚ ୧୫ରେ ବେଙ୍ଗାଲୁରୁର MTRରେ ଏହି ଦୋସା ପ୍ରସ୍ତୁତ ହୋଇଥିଲା। "

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ମହଙ୍ଗା ବିଅର, ଦାମ୍‌ ଶୁଣିଲେ ଉଡ଼ିବ ହୋସ୍‌

ଏହି ପୋଷ୍ଟ ଦୁଇ ଦିନ ପୂର୍ବରୁ ସେୟାର କରାଯାଇଥିଲା। ପୋଷ୍ଟ ହେବା ପରଠାରୁ, ଏହା ୨୪ହଜାରରୁ ଅଧିକ ଭ୍ୟୁ ହାସଲ କରିଛି। ପୋଷ୍ଟରେ ପାଖାପାଖି ୧୦୦୦ ଲାଇକ୍ ଏବଂ କମେଣ୍ଟ ଆସିଛି। ଜଣେ ଇନଷ୍ଟାଗ୍ରାମ ୟୁଜର ଲେଖିଛନ୍ତି, "ଅଭିନନ୍ଦନ, ରେଗି। ଚମତ୍କାର ସଫଳତା।" ଅନ୍ୟଜଣେ ବ୍ୟକ୍ତି କମେଣ୍ଟ କରିଛନ୍ତି, "ଅଭିନନ୍ଦନ, ସେଫ୍ ରେଗି ଏବଂ ଟିମ୍, ଆପଣ ଏଭଳି କାମ ଜାରି ରଖନ୍ତୁ। ଭଗବାନ ଆଶୀର୍ବାଦ କରନ୍ତୁ!"

Guinness World Record
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ