• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚପଲରେ ଆକ୍ରମଣ, ତାହା ପୁଣି ବସ ଭିତରେ । ଦୁଇ ଜଣ ମହିଳା ପରସ୍ପର ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି । ଟଣାଭିଡ଼ା, ପିଟାପିଟି... ଉପରେ ଚପଲରେ ସେକାସେକି । ଏମିତି ଏକ ଭିଡ଼ିଓ ଗତ କିଛିଦିନ ହେବ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ବେଙ୍ଗାଲୁରୁର ଏକ ବସ ଭିତରେ ଘଟିଛି । ଗତ ଫେବ୍ରୁଆରୀ ୮ ଏହି ଘଟଣାଟି ଘଟିଥିଲା ।

ତଳେ ଥିବା ଭିଡ଼ିଓଟି ଦେଖନ୍ତୁ, ଏକ ଜନ ଗହଳି ଥିବା ବସ ଭିତରେ ଦୁଇ ଜଣ ମହିଳା କିପରି ପରସ୍ପରକୁ ଜୋତା ଦ୍ୱାରା ପିଟୁଛନ୍ତି । ଅନ୍ୟପଟେ ବସ୍ ଭିତରେ ଉପସ୍ଥିତ ଯାତ୍ରୀମାନେ ମୋବାଇଲ୍ ଫୋନରେ ଏହି ଘଟଣାକୁ ରେକର୍ଡ କରିଥିଲେୱ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଝରକା ଖୋଲିବାକୁ ନେଇ ପ୍ରଥମେ ପାଟିତୁଣ୍ତ ଆରମ୍ଭ ହୋଇଥିଲା । ପ୍ରଥମେ ଜଣେ ବସ୍‌ରେ ଝରକା ଖୋଲିବା ପରେ ଅନ୍ୟ ଜଣେ ମହିଳା ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ଦୁଇଜଣ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା ଓ ଏହା ଚରମ ସୀମାରେ ପହଞ୍ଚିଥିଲା । ପରେ ଜୋତାରେ ଉଭୟ ଉଭୟଙ୍କୁ ପିଟିଥିଲେ । ପରେ ବସ୍‌ରେ ଥିବା ଯାତ୍ରୀମାନେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ । ଏହି ଝଗଡ଼ା ପାଇଁ ଉଭୟଚ ମହିଳାଙ୍କୁ ବସ୍ ଛାଡିବାକୁ କୁହାଯାଇଥିଲା ।

ତେବେ ଏପରି ସାମାନ୍ୟ ଗୋଟିଏ ଘଟଣା ପାଇଁ ମହାଭାରତ ସୃଷ୍ଟି କରିବା ଅନେକଙ୍କୁ ପସନ୍ଦ ଆସିନାହିଁ । ଉକ୍ତ ପୋଷ୍ଟରେ ଜଣେ ୟୁଜର୍ସ ମନ୍ତବ୍ୟ ଦେଇଥିଲେ, ଗୋଟିଏ ଦିନରେ ଶହ ଶହ ସମସ୍ୟାର ସମାଧାନ କରିବାକୁ ଅଛି । ପୁଣି ଏପରି ସାମାନ୍ୟ ଘଟଣାରେ ଆହୁରି ଅଧିକ ଯୋଡ଼ିବା କଣ ଆବଶ୍ୟକ ।