Advertisment

Viral Video: ଛାଡପତ୍ର ପରେ ମେହେନ୍ଦୀରେ ବଖାଣିଲେ ଶାଶୁଘର ନିର୍ଯାତନା

ବର୍ତ୍ତମାନ ଜଣେ ମହିଳା ମେହେନ୍ଦୀ ମାଧ୍ୟମରେ ନିଜର ବିବାହ ବିଫଳତାକୁ ଦେଖାଇଛନ୍ତି। ଏହି ମହିଳା ଜଣଙ୍କ ତାଙ୍କ ହାତରେ ମେହେନ୍ଦୀ ଦ୍ୱାରା ଏମିତି କିଛି ଭିଜୁଆଲ୍ ଦେଖାଇଛନ୍ତି, ଯାହା ସେ ତାଙ୍କ ଶାଶୁ ଘରେ ସହିଛନ୍ତି। ବର୍ତ୍ତମାନ ମହିଳାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Woman narrates her failed Marriage Journey

Woman narrates her failed Marriage Journey

Advertisment

ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ ଯେତେବେଳେ ପୁରୁଷ ଓ ମହିଳା ଘର ବସେଇ ଆଗକୁ ଯିବା ବେଳେ ଅଧାରୁ ଭାଙ୍ଗିଯାଏ ସଂପର୍କ। ତେବେ ଘର ଭାଙ୍ଗିବା ପାଇଁ ଉଭୟ ପୁରୁଷ ଏବଂ ମହିଳା ସମାନ ଭାବରେ ଦାୟୀ, କିନ୍ତୁ ଅନେକ କ୍ଷେତ୍ରରେ ମହିଳା ଏବଂ ବେଳେବେଳେ ପୁରୁଷମାନେ ଘର ଭାଙ୍ଗିବା ପାଇଁ ଦାୟୀ ହୋଇଥାନ୍ତି।

Advertisment

ଅଧିକ ପଢ଼ନ୍ତୁ: Viral Video: ଘର ସାମ୍ନାକୁ ଆସିଗଲା କଳା ନାଗ; ଚାଲିଲା ସାପ-ଆଣ୍ଟିଙ୍କ ସଂଘର୍ଷ

ଏଭଳି ଘଟଣା ଅନେକ ସମୟରେ ବିଭିନ୍ନ ଉପାୟରେ ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ଜଣେ ମହିଳା ମେହେନ୍ଦୀ ମାଧ୍ୟମରେ ନିଜର ବିବାହ ବିଫଳତାକୁ ଦେଖାଇଛନ୍ତି। ଏହି ମହିଳା ଜଣଙ୍କ ତାଙ୍କ ହାତରେ ମେହେନ୍ଦୀ ଦ୍ୱାରା ଏମିତି କିଛି ଭିଜୁଆଲ୍ ଦେଖାଇଛନ୍ତି, ଯାହା ସେ ତାଙ୍କ ଶାଶୁ ଘରେ ସହିଛନ୍ତି। ବର୍ତ୍ତମାନ ମହିଳାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ସେମାନଙ୍କ ପ୍ରତିକ୍ରିୟା ଦେଉଛନ୍ତି।

Advertisment
Woman narrates her failed Marriage Journeyମେହେନ୍ଦୀରେ ଶାଶୁଘର ନିର୍ଯାତନା

ମହିଳାଙ୍କ ଦୁଃଖଦ କାହାଣୀ:

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ତାଙ୍କ ଦୁଇ ହାତରେ ଖୁବ ସୁନ୍ଦର ଭାବେ ମେହେନ୍ଦୀ ଲଗେଉଛନ୍ତି। ସାଧାରଣତଃ, ମେହେନ୍ଦୀ ଯଦିଓ କୌଣସି ବିବାହ କିମ୍ବା କୌଣସି ବିଶେଷ ଉତ୍ସବରେ ଲଗାଯାଏ, ଯାହା ଉତ୍ସବର ଏକ ସୁନ୍ଦର ପ୍ରତୀକ, କିନ୍ତୁ ଏହି ଏହି ମହିଳା ମେହେନ୍ଦୀ ସହ ଏକ ନୂଆ ଧାରା ଆଣିଛନ୍ତି।

ଏହି ମହିଳା ତାଙ୍କ ମେହେନ୍ଦୀ କଳାକୁ 'ଛାଡପତ୍ର ମେହେନ୍ଦୀ' ନାମରେ ନାମିତ କରିଛନ୍ତି। ଏହି ମେହେନ୍ଦୀ ମାଧ୍ୟମରେ ମହିଳାଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ଚିତ୍ର ସହିତ ତାଙ୍କର ବିଫଳ ବିବାହର ଚିତ୍ର ମଧ୍ୟ ଦେଖାଯାଉଛି। ଏହି ଭିଡିଓ ଶେୟାର କରି ଉର୍ବଶୀ ଭୋହରା ଶର୍ମା ମଧ୍ୟ ତାଙ୍କ ବୈବାହୀକ ଜୀବନ ଭାଙ୍ଗିବାର କାରଣ ବର୍ଣ୍ଣନା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: Viral Video: ଏମିତି ତିଆରି ହେଉଛି ନକଲି କ୍ଷୀର; ଦେଖନ୍ତୁ ଭିଡିଓ...

ମେହେନ୍ଦୀରେ ଦେଖେଇଲେ ଅତ୍ୟାଚାର:

ଆପଣ ଦେଖିପାରିବେ ଯେ ମହିଳାଙ୍କ ହାତରେ ଲଗାଯାଇଥିବା ମେହେନ୍ଦୀ ତାଙ୍କ ଅସହାୟତା, ସ୍ୱାମୀ ସହିତ ହେଉଥିବା ତୁ-ତୁ-ମେ-ମେ, ଝାଡୁପୋଛା ଭଳି ଚିତ୍ର ଦେଖାଏ। ଗୋଟିଏ ଚିତ୍ରରେ ମହିଳା ଜଣଙ୍କ ପାଦରେ ଦବା ହେଉଥିବାର ନଜର ଆସିଛନ୍ତି। ଏହା ସହିତ, ମହିଳା ଜଣଙ୍କ କିପରି ନିଜକୁ ଏକାକୀ ଅନୁଭବ କରୁଛନ୍ତି ତାହାର ଏକ ଚିତ୍ର ମଧ୍ୟ ମେହେନ୍ଦୀ ମାଧ୍ୟମରେ ତାଙ୍କ ହାତରେ ଅଙ୍କାଯାଇଛି।

ଏହି ଭିଡିଓ ଜରିଆରେ ମହିଳା ଜଣଙ୍କ ତାଙ୍କ ଶାଶୁ ଘରେ ହେଉଥିବା ଅତ୍ୟାଚାରର ପ୍ରତ୍ୟେକ ଚିତ୍ର ମେହେନ୍ଦୀ ମାଧ୍ୟମରେ ଜଣେଇଛନ୍ତି। ବର୍ତ୍ତମାନ ଏହି ଭାଇରାଲ୍ ଭିଡିଓ ଲୋକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରୁଛି। ମହିଳାଙ୍କ ଏଭଳି ଅଭିନବ ପଦକ୍ଷେପ ଉପରେ ଲୋକମାନେ ନିଜ ନିଜ ମତ ଦେଉଛନ୍ତି।


ଲୋକେ ଦେଲେ ସାନ୍ତ୍ୱନା:

ବର୍ତ୍ତମାନ, ଏହି ଅସହାୟ ମହିଳାଙ୍କ ଏହି ଭିଡିଓ ଉପରେ ଜଣେ ଲେଖିଛନ୍ତି, “ଆପଣଙ୍କ ସହ ହେଉଥିବା ଅତ୍ୟାଚାରକୁ ବର୍ଣ୍ଣନା କରିବାର ଏହା ଏକ ଚମତ୍କାର ଉପାୟ, ଭଗବାନ ଆପଣଙ୍କୁ ସାହସ ଦିଅନ୍ତୁ”। ଅନ୍ୟ ଜଣେ ଲେଖିଛନ୍ତି, “ମେହେନ୍ଦୀରେ ଆପଣଙ୍କ ଦୁଃଖ ଏବଂ ଯନ୍ତ୍ରଣା ଦେଖି ହୃଦୟ ଭାଙ୍ଗିଗଲା, କିନ୍ତୁ ଆପଣ କିପରି ସ୍ୱାଧୀନତାକୁ ଉପଭୋଗ କରୁଛନ୍ତି ତାହା ଆଶ୍ଚର୍ଯ୍ୟଜନକ ଅଟେ।”

ଆଉ ଜଣେ ଲେଖିଛନ୍ତି, “ଛାଡପତ୍ର ନେବା ଏତେ ସହଜ ନୁହେଁ, କିନ୍ତୁ ଏହି ମେହେନ୍ଦୀ ବହୁତ କିଛି କୁହେ, ଭବିଷ୍ୟତରେ ଏହି ପଦ୍ଧତି ବହୁତ କାମ କରିବ।” ଆଉ ଜଣେ ଲେଖିଛନ୍ତି, “ଆପଣ ବିବାହ ପରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଖୋଲାଖୋଲି ଭାବେ କହିଦେଲେ, ଏହା ବହୁତ ସାହସର କଥା।”।

ଅଧିକ ପଢ଼ନ୍ତୁ: କୁକୁର-କୁକୁଡା ଭିତରେ ହେଲା ଘମାଘୋଟ ଲଢେଇ; ଭୟରେ ଦୌଡି ପଳେଇଲା କୁକୁର

Divorce Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ