Advertisment

Viral Video: ଏମିତି ତିଆରି ହେଉଛି ନକଲି କ୍ଷୀର; ଦେଖନ୍ତୁ ଭିଡିଓ...

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ନକଲୀ କ୍ଷୀର ତିଆରିର ଉପାୟ। ମାତ୍ର ପାଞ୍ଚ ମିଲିଲିଟର ରାସାୟନିକ ପଦାର୍ଥକୁ ବ୍ୟବହାର କରି ଦୁଇ ଲିଟର କ୍ଷୀର ତିଆରି ହୋଇପାରୁଛି। ଅବିକଳ କ୍ଷୀର ପରି ଦେଖାଯାଉଛି ଆଉ ସ୍ୱାଦ ବି ଠିକ୍ ଲାଗୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Man produces 500 litre adulterated milk with 1 litre chemical

Man produces 500 litre adulterated milk with 1 litre chemical

ଉତ୍ତରପ୍ରଦେଶର ବୁଲନ୍ଦଶହରରେ କେବଳ ଏକ ଲିଟର ରାସାୟନିକ ପଦାର୍ଥ ବ୍ୟବହାର କରି ୫୦୦ ଲିଟର ସିନ୍ଥେଟିକ୍ କ୍ଷୀର ତିଆରି କରିବା ଅଭିଯୋଗରେ ପୋଲିସ୍ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଖବର ଅନୁଯାୟୀ ଏହି ବ୍ୟକ୍ତି ଜଣକ ଗତ ୨୦ ବର୍ଷ ଧରି ସିନ୍ଥେଟିକ୍ କ୍ଷୀର ଏବଂ ପନିର ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପ୍ରକୃତ କ୍ଷୀରର ସ୍ୱାଦ ସୃଷ୍ଟି କରିବାକୁ ସେ କୃତ୍ରିମ ମିଠା ଏବଂ ସ୍ୱାଦକୁ ରାସାୟନିକ ପଦାର୍ଥ ସହିତ ମିଶ୍ରଣ କରିଥିବା ଅଭିଯୋଗ ହୋଇଛି।

Advertisment

ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ବ୍ୟବସାୟୀଙ୍କ ଦୋକାନ ଏବଂ ଚାରୋଟି ଭଣ୍ଡାର ଉପରେ ଚଢାଉ କରି ପୂର୍ବ ମିଶ୍ରିତ ରାସାୟନିକ ପଦାର୍ଥ ଜବତ କରିଛି। ଅଧିକାରୀ କହିଛନ୍ତି ଯେ “ଏହି ବ୍ୟକ୍ତି ଜଣଙ୍କ ବ୍ୟବହୃତ ପ୍ରକୃତ ରାସାୟନିକ ପଦାର୍ଥ ବିଷୟରେ ପ୍ରକାଶ କରି ନାହାଁନ୍ତି, ମାତ୍ର ପାଞ୍ଚ ମିଲିଲିଟର ରାସାୟନିକ ପଦାର୍ଥକୁ ବ୍ୟବହାର କରି ସେ ଦୁଇ ଲିଟର ସିନ୍ଥେଟିକ୍ କ୍ଷୀର ତିଆରି କରିପାରିବେ ବୋଲି ଜଣାପଡିଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ନକଲି କ୍ଷୀରକୁ ସ୍ୱାଦ, ଗନ୍ଧ ଏବଂ ରୂପରେ ପ୍ରକୃତ କ୍ଷୀର ପରି ଦେଖାଯିବା ନେଇ ସେ ଏକ ନିର୍ଦ୍ଦିଷ୍ଟ ସ୍ୱାଦକାରୀ ଏଜେଣ୍ଟଗୁଡିକ ବ୍ୟବହାର କରୁଥିଲେ।

Advertisment

ବ୍ୟବସାୟୀଙ୍କ ଉପରେ ତାଙ୍କର ସିନ୍ଥେଟିକ୍ କ୍ଷୀରର ସୂତ୍ର ତାଙ୍କ ଗାଁର ଅନ୍ୟ କ୍ଷୀର ବିକ୍ରେତାମାନଙ୍କ ସହିତ ଶେୟାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଏହି ଚଢାଉ ସମୟରେ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ସିନ୍ଥେଟିକ୍ କ୍ଷୀରରେ ବ୍ୟବହୃତ କେତେକ କୃତ୍ରିମ ମିଠାର ଏକ୍ସପାରୀ ଡେଟ୍ ଦୁଇ ବର୍ଷ ପୂର୍ବେ ଶେଷ ହୋଇଯାଇଥିଲା।

ଜବତ ହୋଇଥିବା ରାସାୟନିକ ପଦାର୍ଥ ମଧ୍ୟରେ କଷ୍ଟିକ୍ ପଟାଶ୍, କ୍ଷୀର ପାଉଡର, ସୋର୍ବିଟୋଲ୍, କ୍ଷୀର ପର୍ମିଟ୍ ପାଉଡର ଏବଂ ବିଶୋଧିତ ସୋୟା ଫ୍ୟାଟ୍ ରହିଛି। ତେବେ ଏହାର ସୂତ୍ର ଜାଣିବା ପାଇଁ ପୋଲିସ ତଦନ୍ତ କରୁଛି।

FSSAI ଅଧିକାରୀ ବିନୀତ ସକ୍ସେନା କହିଛନ୍ତି ଯେ “ଆମେ ଅନୁସନ୍ଧାନ କରୁଛୁ ଯେ ଗତ ୬ ମାସ ମଧ୍ୟରେ ଏହି 'କ୍ଷୀର' ଉତ୍ପାଦଗୁଡିକୁ କେଉଁଠାରେ ବଣ୍ଟନ କରିଛନ୍ତି।” ତେବେ ନକଲି କ୍ଷୀର ଏବଂ ଆନୁଷଙ୍ଗିକ ଦ୍ରବ୍ୟର କ୍ରେତାମାନଙ୍କୁ ଚିହ୍ନଟ କରିବା ଉପରେ ଅନୁସନ୍ଧାନକାରୀଙ୍କ ଧ୍ୟାନ ରହିଛି।

ସିନ୍ଥେଟିକ୍ ରଙ୍ଗ ଏବଂ ଏହିପରି ରାସାୟନିକ ପଦାର୍ଥ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଏହା କୋଷ ଏବଂ DNA ର କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇପାରେ। ଯେଉଁଥିପାଇଁ କର୍କଟ ରୋଗ ହେବାର ଆଶଙ୍କା ବଢିଥାଏ।

କିପରି ଚିହ୍ନିବେ ନକଲି କ୍ଷୀର:

  • ରାସାୟନିକ ପଦାର୍ଥରୁ ନିର୍ମିତ ସିନ୍ଥେଟିକ୍ କ୍ଷୀରକୁ କିଛି ଉପାୟରେ ଚିହ୍ନଟ କରାଯାଇପାରେ। ଯେପରି ଗନ୍ଧ, ସାନ୍ଧ୍ରତା, ରଙ୍ଗ ଇତ୍ୟାଦି।
  • ଯଦି ଆପଣ କ୍ଷୀରର ରଙ୍ଗ ବହୁତ ଧଳା କିମ୍ବା ଅତି ହାଲୁକା ଧଳା ବୋଲି ଜାଣନ୍ତି ତେବେ ଏହାକୁ ପିଅନ୍ତୁ ନାହିଁ।
  • ଯଦି ଏହାର କୌଣସି ଅଜବ ଗନ୍ଧ କିମ୍ବା ସ୍ୱାଦ ଜାଣୁଛନ୍ତି ଏଥିରୁ ଦୂରେଇ ରୁହନ୍ତୁ।
  • ଏହା ବ୍ୟତୀତ କିଛି ବୁନ୍ଦା କ୍ଷୀର ତଳେ ପକାନ୍ତୁ। ଯଦି ଏହା ପାଣି ପଡିବା ପରି ଚିହ୍ନ ଛାଡିଦିଏ ତେବେ ଏହା ନକଲି ହୋଇପାରେ।
Viral Video Synthetic Paneer
Advertisment
Advertisment