• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ କିଛି ବି କରୁଛନ୍ତି । ରିଲ୍ସ କରିବା ପାଇଁ ବିନା ଡର ଓ ଭୟରେ କୌଣସି ବି ସ୍ଥାନରେ ଭିଡ଼ିଓ ତିଆରି କରୁଛନ୍ତି । ସର୍ବସାଧାରଣ ଅଞ୍ଚଳରେ ହେଉ କିମ୍ବା ଶାନ୍ତିପୂର୍ଣ୍ଣ ଯାତାୟାତ ସ୍ଥାନରେ ଭିଡ଼ିଓ ତିଆରି କରୁଛନ୍ତି । ସେମାନଙ୍କ ଆଖପାଖରେ ଥିବା ଲୋକଙ୍କ ପାଇଁ ହେଉଥିବା ଅସୁବିଧା ବିଷୟରେ ଚିନ୍ତା ନକରି ଭିଡିଓ ତିଆରି କରୁଛନ୍ତି । ଏଥି ପାଇଁ ଲୋକମାନେ ପ୍ରବଳ ଅସୁବିଧାରେ ମଧ୍ୟ ସମ୍ମୁଖୀନ ହେଉଛନ୍ତି ।

ଏପରି ଘଟଣା କୌଣସି ନିର୍ଦ୍ଦିଷ୍ଟ ପ୍ଲାଟଫର୍ମ କିମ୍ବା ସ୍ଥାନ ମଧ୍ୟରେ ସୀମିତ ହୋଇ ଆଉ ନାହିଁ । ଏମିତି ଭିଡ଼ିଓ ଜନଗହଳିପୂର୍ଣ୍ଣ ସ୍ଥାନ, ମେଟ୍ରୋ ଟ୍ରେନ୍‌ ,ବସ୍‌ , ସ୍କୁଲ୍‌, କଲେଜ ଏବଂ ଏପରିକି ଅଫିସ୍‌ରେ ମଧ୍ୟ କରୁଛନ୍ତି । ପ୍ରତ୍ୟେକ ଦିନ ଆପଣ ଏମିତି କିଛି ନା କିଛି ଭାଇରାଲ ଭିଡ଼ିଓ ଦେଖିବାକୁ ପାଇବେ । ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ବେପରୁଆ ଭାବରେ ବିମାନବନ୍ଦରରେ ‘କନଭେଅର ବେଲ୍ଟ’ ( baggage carousel ) ଉପରେ ଶୋଇ ଭିଡ଼ିଓ ତିଆରି କରୁଥିବାର ଦେଖିବାକୁ ମିଳିଥିଲା । 

ଏହି ଭିଡିଓଟି ‘ଏକ୍ସ’ରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ସେୟାର କରାଯାଇଛି ଯେଉଁଥିରେ କ୍ୟାପସନ୍‌ରେ ଲେଖା ଯାଇଛି, "ଏହି ଭାଇରସ୍ ମଧ୍ୟ ବିମାନବନ୍ଦରରେ ପହଞ୍ଚିଛି ।" ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ୨ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି । ବିମାନ ବନ୍ଦରରେ ଏଭଳି ଅଜବ ଆଚରଣ କରିଥିବାରୁ ଅନେକ ଲୋକ ମହିଳାଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି । 

 

ଜଣେ ବ୍ୟକ୍ତି ଲେଖିଛନ୍ତି, "ଏହା ବିମାନବନ୍ଦରର ସବୁଠାରୁ ବିପଜ୍ଜନକ ଜିନିଷ ଓ କିନ୍ତୁ ସେ ସେଠାରେ ଶୋଇଛନ୍ତି । ତାଙ୍କୁ ଜୋରିମାନା କରିବାର ଆବଶ୍ୟକ ରହିଛି , ଲକ୍ଷ ଲକ୍ଷ ଜୋରିମାନା ଲଗାନ୍ତୁ । " ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, "ଏହା କ’ଣ ? ଦୟାକରି ମହିଳାଙ୍କୁ ବିମାନବନ୍ଦରରୁ ବାହାର କରନ୍ତୁ’’।