Advertisment

Social Media: ସ୍ବାମୀଙ୍କ ପାଇଁ ଖାଦ୍ୟ ବନାଇଲେ ଟଙ୍କା ନେଉଛନ୍ତି ମହିଳା; ଦିନକୁ ପାଉଛନ୍ତି...

ଆମେରିକାରେ ଜଣେ ମହିଳା ସ୍ବାମୀଙ୍କ ପାଇଁ ଖାଦ୍ୟ ବନାଉଛନ୍ତି ବୋଲି ଦିନକୁ ୧,୧୬୭ ଟଙ୍କା ନେଉଛନ୍ତି। ଏପରି କରିବା ଦ୍ବାରା ଟଙ୍କା ବଞ୍ଚିବା ସହ ସ୍ବାମୀ ଖାଦ୍ୟ ଖାଇ ଖୁସି ହେଉଛନ୍ତି ଓ ମୁଁ ଟଙ୍କା ନେଇ ଖୁସି ହେଉଛି ବୋଲି କହିଛନ୍ତି।

husband

husband

Advertisment

ଜଣେ ମହିଳା ଆମେରିକାରେ ନିକଟରେ ଏକ ଅନଲାଇନରେ ଏକ ଘରୋଇ କଥା ସେୟାର କରିଛନ୍ତି ଯାହାପରେ ଅନଲାଇନରେ ବିତର୍କ ହେବା ଆରମ୍ଭ ହୋଇଯାଇଛି। ସେ କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀଙ୍କ ପାଇଁ ପ୍ରତିଦିନ ତିଆରି କରୁଥିବା ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ନେଉଛନ୍ତି। ତାଙ୍କର ଦୁଇଟି ସନ୍ତାନ ଥିବା ବେଳେ ସେ ଜଣେ ଟିକଟକର ମଧ୍ୟ। ସେ ତାଙ୍କ ସ୍ବାମୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସାଲାଡ୍ ବନାଉଥିବା ବେଳେ ଏକ ଭିଡିଓରେ ସେ ଏହା କହିଛନ୍ତି।

Advertisment

"ମୁଁ ମୋ ସ୍ବାମୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ତିଆରି କରିବା ପାଇଁ ଦିନକୁ ୧୦ ପାଉଣ୍ଡ (ପ୍ରାୟ ୧,୧୬୭ ଟଙ୍କା) ନେଉଛି। ଯଦି ସେ ମ୍ୟାକଡୋନାଲ୍ଡସ୍, ଗ୍ରେଗ୍ସ କିମ୍ବା ଅନ୍ୟ କୌଣସି ଜାଗାରେ ୧୦ ପାଉଣ୍ଡ ଖର୍ଚ୍ଚ କରି ଅଜଣା ଲୋକଙ୍କୁ ଟଙ୍କା ଦେବେ, ତେବେ ମୋତେ କାହିଁକି ଟଙ୍କା ଦେବେ ନାହିଁ?" ବୋଲି ସେ ଭିଡିଓରେ କହିଥିଲେ।

"ତୁମେ ଯେଉଁ ମହିଳାଙ୍କୁ ଭଲ ପାଅ, ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଦେୟ ଦିଅ। ଏହା ଦ୍ୱାରା ସମସ୍ତେ ଖୁସି ରହିବେ। ସ୍ବାମୀ ଖାଦ୍ୟ ଖାଇ ଖୁସି ରହିବେ। ମୁଁ ଦେୟ ପାଇ ଖୁସି ରହିବି," ସେ କହିଥିଲେ।

Advertisment

ସେ ଉଲ୍ଲେଖ କରିଥିଲେ ଯେ ସେ ଅନେକ ସମ୍ରରେ ନୂଆ ନୂଆ ମଧ୍ୟାହ୍ନ ଭୋଜନ ବନାଇବାରେ ଅସୁବିଧା ଅନୁଭବ କରନ୍ତି ଏବଂ ତାଙ୍କ ସ୍ୱାମୀଙ୍କ ପାଇଁ ଖାଦ୍ୟ ତିଆରି ଆଇଁ ଚ୍ୟାଲେଞ୍ଜିଂ ମନେ କରନ୍ତି। ତଥାପି, ସେ ଏହି ବ୍ୟବସ୍ଥାର ଆନନ୍ଦ ଉଠାନ୍ତି ବୋଲି କହିଛନ୍ତି।

ଏହି ଭିଡିଓ ସେୟାର ହେବା ପରେ ଅନେକ ସକରାତ୍ମକ କମେଣ୍ଟ ଦେଇଥିବା ବେଳେ କିଛି ନକରାତ୍ମକ କମେଣ୍ଟ ମଧ୍ୟ ଦେଇଥିଲେ। ଏପରି କରିବା ଉଚିତ୍ ନୁହେଁ ବୋଲି କେହି କହିଥିବା ବେଳେ ଟଙ୍କା ବଞ୍ଚାଉଥିବା କେହି କହିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଜିମ୍ ଯାଇ ପାରିବେନି ୨୪ ବର୍ଷରୁ ଅଧିକ ବୟସର ମହିଳା!

Social Media United States Of America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ