• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଚାକିରି ଖଣ୍ଡିଏ ପାଇଁ ସମସ୍ତେ ଚିନ୍ତିତ। ସରକାରୀ ହେଉ କି ବେସରକାରୀ ଚାକିରିଟିଏ ମିଳିଗଲେ ଚିନ୍ତା ଗଲାଭଳି ଲାଗେ। ତେବେ ଯଦି ଚାକିରିରୁ ହଠାତ ବାହାର କରିଦିଆଯାଏ ତେବେ କଣ ହେବ। ଏମିତି କିଛି ଘଟିଛି ଜଣେ ଯୁବତୀଙ୍କ ସହ। ତାଙ୍କୁ କମ୍ପାନୀ ଚାକିରିରୁ ବାହାର କରିଦେବା ପରେ ଏକ ଭିଡିଓ ତାଙ୍କ ଜୀବନ ପରିବର୍ତ୍ତନ କରିଦେଇଛି। ଏକାଥରେ ତାଙ୍କପାଇଁ ଜବ୍ ଅଫରର ବର୍ଷା ହୋଇଛି।

ଯୁବତୀଙ୍କ ନାଁ ହେଉଛି ମାର୍ତ୍ତା ପ୍ୟୁଟୋ। ମାର୍ତ୍ତାଙ୍କୁ ଅନ୍ୟମାନଙ୍କ ଭଳି ଚାକିରି କରିବା ପାଇଁ ଅନେକ ସଂଘର୍ଷର ସାମନା କରିବାକୁ ପଡିଛି। ଏହାପରେ ସେ ମାତ୍ର ୧ମିନିଟ୍ ୪୨ସେକେଣ୍ଡର ଏକ ଭିଡିଓ ପ୍ରସ୍ତୁତ କଲେ। ଯାହା ତାଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଇଛି। ସିଭି ପ୍ରସ୍ତୁତ କରି ସେ ନିଜ ପରିଚୟ ଦେବା ପରିବର୍ତ୍ତେ ଅନ୍ୟ ଏକ ଉପାୟ ଆପଣାଇଥିଲେ। ସେ ନିଜ ଜୀବନ କାହାଣୀ କିଛି ଭିନ୍ନ ଢଙ୍ଗରେ ଲୋକଙ୍କୁ ଜଣାଇବା ପାଇଁ ଚିନ୍ତାକଲେ। ସ୍ପେନର ମୋଟ୍ରିଡ ନିବାସୀ ମାର୍ତ୍ତାଙ୍କୁ ଏହାପରେ ଇଣ୍ଟରଭ୍ୟୁ ପାଇଁ ଅନେକ କଲ୍ ଆସିଲା।

ମାର୍କେଟିଂ ମ୍ୟାନେଜର ଭାବେ କାମ କରୁଥିବା ମାର୍ତ୍ତା ନିଜର ସ୍କିଲ୍ସ ଦେଖାଇବା ପାଇଁ ନିଜେ ମାର୍କେଟିଂ କରିବା ଆରମ୍ଭ କରିଦେଲେ। ସେ ଏକ ସୋସିଆଲ ସାଇଟରେ ନିଜର ଭିଡିଓ ପ୍ରସ୍ତୁତ କରି ଛାଡିଲେ। ଏହାକୁ ୮୮ହଜାରରୁ ଅଧିକ ଲାଇକ ମିଳିଛି। ଏହାକୁ ଅନେକ ନିଯୁକ୍ତିଦାତା ମଧ୍ୟ ଦେଖିଲେ। ଏହାପରେ ମାର୍ତ୍ତାଙ୍କ ନିକଟକୁ ଚାକିରି ପାଇଁ କଲ୍ ଆସୁଥିବା ସେ କହିଛନ୍ତି। ସେହି ପ୍ଲାଟଫର୍ମରେ ତାଙ୍କ ପାଇଁ ୫ହଜାରରୁ ଅଧିକ କନେକ୍ସନ ରିକ୍ୱେଷ୍ଟ ଆସିଥିବା ସେ କହିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଭାବିଥିଲି ମୋତେ ୧୦୦ରୁ ୨୦୦କଲ୍ ଆସିବ। ହେଲେ ଏବେ ମୋତେ ମୋ ପୁରୁଣା କମ୍ପାନୀରୁ ବି କଲ୍ ଆସୁଛି ଯେଉଁମାନେ ମୋତେ ଚାକିରି ଦେବାକୁ ମନା କରିଦେଇଥିଲେ।

ଗତବର୍ଷ ଅକ୍ଟୋବରରେ ଫିନଟେକ୍ କମ୍ପାନୀ ଜୋଲୋରୁ ଚାକିରି ଛାଡିବା ପରେ ଅନେକ ଜାଗାରେ ଆବେଦନ କରିଥିଲେ। ମାତ୍ର କୌଣସି ସୁଫଳ ମିଳିନଥିଲା। କେବଳ ଅଟୋମେଟେଡ୍ ଇମେଲ ହିଁ ଆସୁଥିଲା। ଯାହାକି ଅନ୍ୟ ଏକ ଷ୍ଟେଜରେ ପହଞ୍ଚିବା ପାଇଁ ଦେଉନଥିଲା। ଏହାପରେ ମାର୍ତ୍ତା ଏହି ଭିଡିଓଟି ସେୟାର କଲେ। ସେ ଏଥିରେ ଲେଖିଥିଲେ, ‘ମିଟ୍ ମାର୍ତ୍ତା, ଦ ମୁଭି’। ଏବେ ତାଙ୍କୁ ଏତେ ଇମେଲ ଆସୁଛି ଯେ, ତାଙ୍କୁ ଏକ ଅଲଗା ମେଲ୍-ଆଇଡି କରିବାକୁ ପଡିଛି।

OTV is now on Whatsapp

Join and get latest news update delivered to you via whatsapp

Join Now