Advertisment

ସ୍ୱାମୀଙ୍କ ପାଇଁ ନୂଆ ଗର୍ଲଫ୍ରେଣ୍ଡ୍‌ ଆଣିଲେ ସ୍ତ୍ରୀ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ...

ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନୂଆ ଗର୍ଲଫ୍ରଣ୍ଡ୍‌ ଗିଫ୍ଟ କରିଛନ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman gifts new girlfriend for husband to save marriage

Woman gifts new girlfriend for husband to save marriage

କୌଣସି ସ୍ୱାମୀ କିମ୍ବା ସ୍ତ୍ରୀ ସେମାନଙ୍କର ପାର୍ଟନରଙ୍କୁ ଅନ୍ୟ ପୁରୁଷ/ମହିଳାଙ୍କ ସହ ଦେଖିପାରିବେ ନାହିଁ। କାରଣ କେହିବି ଚାହାନ୍ତି ନାହିଁ ସେମାନଙ୍କର ବୈବାହିକ ଜୀବନରେ କୌଣସି ତୃତୀୟ ବ୍ୟକ୍ତିଙ୍କ ଏଣ୍ଟ୍ରି ହେଉ। ହେଲେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନୂଆ ଗର୍ଲଫ୍ରଣ୍ଡ୍‌ ଗିଫ୍ଟ କରିଛନ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ନିଜ ବୈବାହିକ ଜୀବନକୁ ବଞ୍ଚାଇବାକୁ ଯାଇ ମହିଳା ଜଣକ ଏଭଳି ନିଷ୍ପତ୍ତି ନେଇଛନ୍ତି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା, ସମ୍ପୃକ୍ତ ବ୍ୟକ୍ତିଙ୍କ ନୂଆ ଗର୍ଲଫ୍ରେଣ୍ଡ୍‌ ପୁରା ତାଙ୍କ ସ୍ତ୍ରୀ ଭଳି ଦେଖିବାକୁ।

Advertisment

ସୂଚନା ଅନୁସାରେ, ୫ ବର୍ଷ ପୂର୍ବେ ତେହମୀନା ଓ ବ୍ରାୟନ୍ତଙ୍କ ବିବାହ ହୋଇଥିଲା। ସବୁକିଛି ଠିକ୍‌ଠାକ୍ ଚାଲିଥିଲା, ହେଲେ ହଠାତ୍‌ ହସଖୁସିର ସଂସାରରେ ଝଡ଼ ଆସିଥିଲା। ଆଉ ତେହମୀନାଙ୍କୁ ଲାଗିଥିଲା ସ୍ୱାମୀ ବ୍ରାୟନ୍ତ ତାଙ୍କ ଉପରେ ଆଉ ବିଶ୍ୱାସ କରୁ ନାହାନ୍ତି। ଏହାପରେ ଉଭୟଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ଲାଗି ରହୁଥିଲା। ତେବେ ନିଜ ବୈବାହିକ ଜୀବନକୁ ବଞ୍ଚାଇବା ସହ ସ୍ୱାମୀଙ୍କୁ ନିଜ ପାଖରେ ରଖିବା ପାଇଁ ତେହମୀନା ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ସ୍ୱାମୀଙ୍କୁ ନୂଆ ଗର୍ଲଫ୍ରେଣ୍ଡ୍‌ ଗିଫ୍ଟ ଦେବା ପାଇଁ ସେ ଚିନ୍ତା କରିଥିଲେ।

ଅନ୍‌ଲାଇନ୍‌ରେ ସର୍ଚ୍ଚ କରିବା ପରେ ତେହମୀନା ଶେଷରେ ୨୯ ବର୍ଷୀୟ କିରାହଙ୍କୁ ପାଇଥିଲେ। ଅଷ୍ଟ୍ରେଲିଆରେ ତାଙ୍କ ଘର। ସବୁଠାରୁ ଆଶ୍ଚର୍ଯ୍ୟ କଥା, କିରାହ ପୁରାପୂରି ତେହମୀନାଙ୍କ ଭଳି ଦେଖିବା ପାଇଁ। ଏବେ ତେହମୀନା, ବ୍ରାୟନ୍ତ ଓ କିରାହ ଏକାଠି ରହୁଛନ୍ତି। ଆମର ଏସମ୍ପର୍କକୁ ନେଇ ଲୋକମାନେ କ’ଣ ଭାବୁଛନ୍ତି, କିଛି ଫରକ ପଡ଼ିବ ନାହିଁ ବୋଲି ତେହମୀନା କହିଛନ୍ତି। 

Advertisment
Marriage
Advertisment
Advertisment