Advertisment

ନିଜକୁ ନିଜେ ବାହା ହୋଇ ଦେଲେ ଛାଡ଼ପତ୍ର; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରାଜିଲରେ ଜନ୍ମିତ ସୁଲେନ ବର୍ତ୍ତମାନ ଲଣ୍ଡନରେ ବାସ କରୁଛନ୍ତି। କିନ୍ତୁ ନିକଟରେ ସେ ଛାଡପତ୍ର ବିଷୟରେ ପ୍ରକାଶ କରିଛନ୍ତି। ଏହାର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଅଦ୍ୟତନ ହୋଇଛି
Divorce

Divorce

Advertisment

ବିଶ୍ୱରେ ପ୍ରତିଦିନ ଲକ୍ଷାଧିକ ବିବାହ ହେଉଛି। ସେହିଭଳି ବିବାହ ବିଚ୍ଛେଦ ମଧ୍ୟ ଘଟୁଛି। ଛାଡପତ୍ର ଶବ୍ଦ ଶୁଣିବା ମାତ୍ରେ ବିବାହିତ ଦମ୍ପତି ପରସ୍ପରଠାରୁ ଅଲଗା ହେବାର ଚିତ୍ର ମନକୁ ଆସିଥାଏ। କିନ୍ତୁ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ପ୍ରଥମେ ମହିଳା ନିଜକୁ ବିବାହ କରିବା ପରେ ନିଜକୁ ହିଁ ଛାଡପତ୍ର ଦେଇଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ଆସନ୍ତୁ ଜାଣିବା।

Advertisment

ଅଧିକ ପଢ଼ନ୍ତୁ: ଅଜବ ଯୁବତୀ : ନିଜକୁ ନିଜେ ବିବାହ କଲେ,୨୪ ଘଣ୍ଟା ପରେ ହିଁ ଛାଡ଼ପତ୍ର ଦେଇଦେଲେ

ଚର୍ଚ୍ଚିତ ମଡେଲ୍ ସୁଲେନ କୈରୀ ଗତ ବର୍ଷ ସାଲୋଗାମୀ ବିବାହ କରି ଚର୍ଚ୍ଚାରେ ଥିଲେ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବର୍ତ୍ତମାନ ନିଜ ସହ ସମ୍ପର୍କ ଭାଙ୍ଗି ନିଜର ଏକ ବର୍ଷର ବିବାହରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସୁଲେନ ୪ମିଲିୟନ ଇନଷ୍ଟାଗ୍ରାମ ଫଲୋୟର୍ସଙ୍କୁ ଏହି ସରପ୍ରାଇଜ୍ ଦେଇଛନ୍ତି। ସୋଲଗାମି ବିବାହରେ ସେ ସନ୍ତୁଷ୍ଟ ନାହାନ୍ତି କହି ନିଜକୁ ନିଜେ ଛାଡପତ୍ର ଦେଇଛନ୍ତି।

Advertisment

ବ୍ରାଜିଲରେ ଜନ୍ମିତ ସୁଲେନ ବର୍ତ୍ତମାନ ଲଣ୍ଡନରେ ବାସ କରୁଛନ୍ତି। କିନ୍ତୁ ନିକଟରେ ସେ ଛାଡପତ୍ର ବିଷୟରେ ପ୍ରକାଶ କରିଛନ୍ତି। ଏହାର କାରଣ ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ। ସେ ବେଳେବେଳେ ଏକାକୀ ଅନୁଭବ କରୁଥିବାରୁ ଏହି ସଂପର୍କରୁ ମୁକ୍ତି ଚାହୁଁଥିଲେ। ଏହି କାରଣରୁ ସେ ନିଜକୁ ଛାଡପତ୍ର ଦେଇ ଏହି ଏକଲାପଣରୁ ବାହାରକୁ ଆସିବାକୁ ଚାହୁଁଥିବା ପ୍ରକାଶ କରଛନ୍ତି।

ସେ କହିଛନ୍ତି, ବିବାହକୁ ବଂଚାଇ ରଖିବା ପାଇଁ ମୁଁ ସମସ୍ତ ଉଦ୍ୟମ କରିଥିଲି ମାତ୍ର ସଫଳ ହୋଇପାରିଲି ନାହିଁ ବୋଲି ସେ କହିଛନ୍ତି । ଏବେ ଆତ୍ମବିଶ୍ଲେଷଣ ଓ ଚିନ୍ତା କରିବା ସମୟ ଉପନୀତ ହୋଇଛି । ଆଗକୁ କଣ ପଦକ୍ଷେପ ଗ୍ରହଣ କରିବି ଖୁବ ଶୀଘ୍ର ଆପଣମାନଙ୍କୁ ଜଣେଇବି ବୋଲି ସେ କହିଛନ୍ତି । ପ୍ରଥମେ ମୁଁ ନିଜକୁ ନିଜେ ବେଶୀ ଭଲ ପାଉଥିଲି । ଏବେ କେତେକ ପଦକ୍ଷେପ ପରେ ମୋତେ ନିଜ ଉପରେ ଘୃଣା ଭାବ ଆସୁଛି । ଏହାକୁ ବଦଳାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି । ସୋସିଆଲ ମିଡିଆରେ ତାଙ୍କ ବିବାହ ବିଚ୍ଛେଦ ଖବର ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Advertisment

ଅଧିକ ପଢ଼ନ୍ତୁ: ଅଭିଶପ୍ତ ମନ୍ଦିର; ଯିବା ମାତ୍ରେ ହୁଏ ଛାଡ଼ପତ୍ର !

Divorce
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ