• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆମେ ସମସ୍ତେ ମନ୍ଦିର ଯାଆନ୍ତି, ସମସ୍ତଙ୍କ ମଙ୍ଗଳ କାମନା କରିବା ପାଇଁ । ଅସୁବିଧା ହେଉ କି ସୁବିଧା ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ ନିଜ ଇଷ୍ଟ ଦେବତାଙ୍କୁ ନମସ୍କାର କରୁ । ଏମିତିକି ଆମେ ସମସ୍ତେ ସକାଳ ହେବା ମାତ୍ରେ ଠାକୁରଙ୍କ ପୂଜାର୍ଚ୍ଚନା କରିଥାଉ । ଖାସ୍ କରି ଓଡ଼ିଆମାନେ ୩୩ କୋଟି ଦେବତାଙ୍କୁ ପୂଜା କରନ୍ତି । ଭିନ୍ନ ସ୍ଥାନରେ ଭିନ୍ନ ମନ୍ଦିରରେ ଭିନ୍ନ ଦେବତାଙ୍କୁ ପୂଜା କରାଯାଏ । ହେଲେ କେବେ ଶୁଣି ନଥିବେ ଛାଡ଼ପତ୍ର ମନ୍ଦିରର ନାଁ । ଚମକି ପଡ଼ିଲେ କି ? ଏମିତି ଏକ ମନ୍ଦିର ଭାରତ ନୁହେଁ ବରଂ ଜାପାନରେ ଅଛି । ଯାହାକୁ ନେଇ ବିଶ୍ୱରେ ଚର୍ଚ୍ଚା ।

ଜାପାନର ଏହି ମନ୍ଦିର ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ମନ୍ଦିରଟି ୬୦୦ ବର୍ଷ ପୁରୁଣା, ଯାହାକୁ ମାତ୍ସୁଗାଓକା ଟୋକିଜି ମନ୍ଦିର ବୋଲି ମଧ୍ୟ କୁହାଯାଏ । ଏହାକୁ କେହି କେହି ଡିଭୋର୍ସ ଟେମ୍ପଲ ମଧ୍ୟ କୁହନ୍ତି । ଏହି ବୁଦ୍ଧ ମନ୍ଦିରଟି ଜାପାନର କାମାକୁରା ସହରରେ ଅବସ୍ଥିତ । ମନ୍ଦିରଟି ସେହି ସମୟର ଯେତେବେଳେ ମହିଳାମାନଙ୍କୁ ଅସଦାଚରଣ କରୁଥିବା ସ୍ୱାମୀଙ୍କୁ ଛାଡିବାର କୌଣସି ଆଇନଗତ ଅଧିକାର ନଥିଲା । ତାଛଡ଼ା ଶହଶହ ମହିଳା ଯେଉଁମାନେ ଘରୋଇ ହିଂସାର ଶିକାର ହେଉଥିଲେ, ସେମାନଙ୍କ ପାଇଁ ଏହି ମନ୍ଦିର ହିଁ ତାଙ୍କ ଘର ଥିଲା । ଯେଉଁଠି ସେ ନିଜକୁ ସୁରକ୍ଷିତ ଓ ନିରାପଦ ମନେ କରୁଥିଲେ ।

ମାତ୍ସୁଗାଓକା ଟୋକିଜି ମନ୍ଦିର, ଯାହାକୁ ଛାଡପତ୍ର ମନ୍ଦିର ମଧ୍ୟ କୁହାଯାଏ । ଖୁବ୍ ଶୀଘ୍ର ଏହା ପୀଡ଼ିତ ମହିଳାଙ୍କ ନିରାପଦ ସ୍ଥାନ ପାଲଟିଲା । ଯେଉଁମାନେ ନିଜ ସାଥୀକୁ ସବୁଦିନ ପାଇଁ ଛାଡିବାକୁ ଚାହୁଁଥିଲେ, ସେମାନେ ଏହି ମନ୍ଦିର ଆସୁଥିଲେ । ବର୍ତ୍ତମାନ ସମୟରେ ଏହି ମନ୍ଦିରରେ କୌଣସି ଛାଡ଼ପତ୍ର ସମ୍ବନ୍ଧୀୟ ମାମଲାରେ ହସ୍ତକ୍ଷେପ କରାଯାଉନାହିଁ । ଏବେ ବି ଅନେକ ଲୋକ ଏହା ମନେ ରଖିଛନ୍ତି ଯେ, ସେ ସମୟର ପୀଡ଼ିତା ମହିଳାଙ୍କ ପାଇଁ ଏହା ସୁରକ୍ଷିତ ସ୍ଥାନ ଥିଲା ।