• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀସ୍ତ୍ରୀଙ୍କ ପ୍ରେମ ଶାଶ୍ୱତ ଓ ସୁନ୍ଦର । ଏହି ପବିତ୍ର ସମ୍ପର୍କ ବିଶ୍ୱାସ ଓ ସ୍ନେହପ୍ରେମରେ ଗଢ଼ା । ବାହାବେଦୀରେ ଉଭୟେ ଜନ୍ମ ଜନ୍ମାନ୍ତର ଏକାଠି ରହିବା ପାଇଁ ଶପଥ ନିଅନ୍ତି । ହେଲେ ଏକ ଜୀବ ପାଇଁ ସ୍ୱାମୀସ୍ତ୍ରୀ ସମ୍ପର୍କରେ ଭଟ୍ଟା ପଡ଼ିବା ଆଶ୍ଚର୍ଯ୍ୟର ବିଷୟ । କାରଣ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଏକ ବିଲେଇ ପାଇଁ ଛାଡ଼ପତ୍ର ଦେଇଛନ୍ତି । ୟୁଏସ୍‌ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ମହିଳା ଜଣକ ନିଜ ସ୍ୱାମୀକୁ ଛାଡ଼ପତ୍ର ଦେବାର ମୁଖ୍ୟ କାରଣ ହେଉଛି ଘରେ ପାଳିଥିବା ଏକ ବିଲେଇ । ସେ ରଖିଥିବା ବିଲେଇକୁ ଆଦୌ ପସନ୍ଦ କରୁଥିଲେ ସ୍ୱାମୀ । ଏଥିପାଇଁ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟରେ କଳି ଝଗଡ଼ା ହେଉଥିଲା । ମହିଳା ଜଣକ ତାଙ୍କ ମା’ ଓ ଭଉଣୀ ସହିତ ଛୁଟି କଟେଇବା ପାଇଁ ଯାଇଥିବା ବେଳେ ସ୍ୱାମୀ ପଶୁ ଆଶ୍ରୟ କେନ୍ଦ୍ରରେ ବିଲେଇକୁ ଛାଡ଼ି ଦେଇ ଆସିଥିଲେ । ଆଉ ଏସମ୍ପର୍କରେ ସ୍ତ୍ରୀକୁ କୌଣସି ସୂଚନା ଦେଇନଥିଲେ ।

ବିଲେଇ ଠାରେ ବାପାଙ୍କୁ ଦେଖୁଥିଲେ ମହିଳା

ମହିଳା ଜଣକ ବିଲେଇକୁ ତାଙ୍କ ବାପା ବୋଲି ଭାବୁଥିଲେ । ପିତାଙ୍କ ମୃତ୍ୟୁ ପରେ ସେ ବେନଜୀ ନାମକ ଏକ ବିଲେଇ ଆଣିଥିଲେ । ଆଉ ସେ ବିଲେଇକୁ ବହୁତ ଭଲ ପାଉଥିଲେ । ସବୁବେଳେ ବିଲେଇ ସହିତ ସମୟ ବିତାଉଥିବାରୁ ସ୍ୱାମୀ ତାଙ୍କ ଉପରେ ଭାରି ବିରକ୍ତ ହେଉଥିଲେ ।

ହେଲେ ରାଗରେ ଯେ ବିଲେଇକୁ ନେଇ ସ୍ୱାମୀଙ୍କୁ ପଶୁ ଆଶ୍ରୟ କେନ୍ଦ୍ରରେ ଛାଡ଼ି ଆସିବେ ସେକଥା ଚିନ୍ତା କରିନଥିଲେ ମହିଳା ଜଣକ । ଘରେ ନିଜ ପ୍ରିୟ ବିଲେଇକୁ ନପାଇବା ପରେ ସେ ସ୍ୱାମୀଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏବେ ବିଲେଇ ପାଇଁ ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ଦେଇଛନ୍ତି ।

ତେବେ ଏହି ଘଟଣା ସମ୍ପର୍କରେ ଶୁଣିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କାରଣ ଏକ ବିଲେଇ ପାଇଁ ସ୍ୱାମୀସ୍ତ୍ରୀ ସମ୍ପର୍କ ଯେ ଭାଙ୍ଗିଯିବ, କେହି ବିଶ୍ୱାସ କରିପାରୁ ନାହାନ୍ତି ।