Advertisment

ଏମିତି ଫଟୋ ଉଠାଇବା ନିଶା ! ବର-କନ୍ୟାଙ୍କ ଫଟୋ ଉଠାଇବା ବେଳେ ଡ୍ରେନ୍‌ରେ ଗଳି ପଡ଼ିଲେ ମହିଳା

ବର ଓ କନ୍ୟାଙ୍କ ଫଟୋ ଉଠାଉ ଥିବାବେଳେ ଜଣେ ମହିଳା ଡ୍ରେନ୍‌ରେ ଗଳି ପଡ଼ିଥିଲେ। ଯାହାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman falls into drain while capturing bride & groom

Woman falls into drain while capturing bride & groom

ନିଜର ଫଟୋ ଉଠାଇବା ହେଉ କିମ୍ବା ଅନ୍ୟର ଫଟୋ ଉଠାଇବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ଖାସ୍‌ କରି କୌଣସି ବିବାହ କାର୍ଯ୍ୟକ୍ରମ କିମ୍ବା ପରିବାରରେ କାର୍ଯ୍ୟକ୍ରମ ହେଲେ ଖୁସିର ମୁହୂର୍ତ୍ତକୁ ସବୁଦିନ ପାଇଁ ସାଇତି ରଖିବାକୁ ସମସ୍ତଙ୍କ ମଧ୍ୟରେ ଆଗ୍ରହ ଥାଏ। ଏଥିପାଇଁ ଫୋନ୍‌ ହେଉ କିମ୍ବା କ୍ୟାମେରାରେ ଏହି ମୁହୂର୍ତ୍ତକୁ କଏଦ କରିଥାନ୍ତି। ଏପରିକି କିଛି ଲୋକ ପ୍ରଫେସନାଲ ଫଟୋଗ୍ରାଫରଙ୍କ ଭଳି ନିଜକୁ ଭାବି ଫଟୋ ଉଠାଇ ଥାନ୍ତି। ଆଉ ଏହି ସମୟରେ ସେମାନେ ସବୁକିଛି ଭୁଲି କେବଳ ଫଟୋ ଉଠାଇବା ଉପରେ ଫୋକସ୍‌ କରିଥାନ୍ତି। ହେଲେ ବେଳେ ବେଳେ ଏହା ବିପଦପୂର୍ଣ୍ଣ ହୋଇଥାଏ। ଯାହାର ଏକ ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ବର ଓ କନ୍ୟାଙ୍କ ଫଟୋ ଉଠାଉ ଥିବାବେଳେ ଜଣେ ମହିଳା ଡ୍ରେନ୍‌ରେ ଗଳି ପଡ଼ୁଛନ୍ତି। 

Advertisment

ଭଇରାଲ୍‌ କ୍ଲିପ୍‌ରେ ଦେଖିବାକୁ ମିଳିଛି, ବର ଓ କନ୍ୟା ଘରୁ ବାହାରକୁ ଆସୁଥିବା ବେଳେ ପରିବାର ଏବଂ ସାଙ୍ଗସାଥୀଙ୍କ ସେମାନଙ୍କୁ ଘେରିକି ଅଛନ୍ତି। ସେଠାରେ ଉପସ୍ଥିତ ସମ୍ପର୍କୀୟମାନେ ମଧ୍ୟ ନିଜ ନିଜ ଫୋନ୍‌ରେ ଏହି ଦୃଶ୍ୟକୁ କଏଦ କରୁଛନ୍ତି। ଏହି ସମୟରେ କଳା ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ମହିଳା ଫଟୋ ଉଠାଇବା ସହ ପଛକୁ ପଛକୁ ପାଦ ପକାଇ ଆସୁଛନ୍ତି। ହେଲେ ତାଙ୍କୁ ଜଣାନାହିଁ ଯେ, କେତେବେଳେ ଆସି ସେ ଡ୍ରେନ୍‌ ଧାର ନିକଟରେ ପହଞ୍ଚି ଯାଇଛନ୍ତି।  ଫଳରେ ଡ୍ରେନ୍‌ରେ ସେ ଗଳି ପଡ଼ିଥିଲେ। ଡ୍ରେନ୍‌ରେ ଅଧିକ ପାଣି ନଥିବାରୁ ଉପସ୍ଥିତ ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। 

Advertisment

ଭିଡିଓଟି ଇନ୍‌ଷ୍ଟାଗ୍ରାମରେ hyderabadi__jaan ପକ୍ଷରୁ ଶେୟାର କରାଯାଇଛି। କିଛି ୟୁଜର୍ସ ମହିଳାଙ୍କ ମଜାକ ଉଡାଇ ଥିବାବେଳେ ଆଉ କିଛି ୟୁଜର୍ସ ଏଭଳି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଯଦିଓ ମହିଳାଙ୍କ ଅସାବଧାନତା ଯୋଗୁ ଏପରି ଘଟିଛି, ତେବେ ବଡ଼ ଅଘଟଣରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

Viral Video
Advertisment
Advertisment