• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କିଏ ବାହାଘର ଖୁସିରେ ସେଲିବ୍ରେସନ୍‌ କରେ, ଏଠି କିନ୍ତୁ ଚାଲିଛି ଡିଭୋର୍ସ(ଛାଡ଼ପତ୍ର) ସେଲିବ୍ରେସନ୍‌ । ସେଲିବ୍ରେସନ୍‌ ପୁଣି ନିଆରା । ଫଟୋସୁଟ୍‌ରେ କଏଦ ହେଉଛି ପ୍ରତିଟି ମୁହୂର୍ତ୍ତ । ନିଜ ବାହାଘରର ସବୁ ସ୍ମୃତିକୁ ନିଆଁରେ ଜାଳି ଦେଉଛନ୍ତି ମହିଳା । ନିଜ ବିବାହ ଡ୍ରେସ୍‌, ଫଟୋ ସବୁକୁ ନିଆଁରେ ଜାଳିଦେଲେ ଆମେରିକାର ଜଣେ ୩୧ ବର୍ଷୀୟ ମହିଳା ଲରେନ୍‌ ବ୍ରୁକ୍‌ । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ।

ବାହାଘରର ୧୦ ବର୍ଷ ପରେ ବିଗିଡ଼ିଗଲା ସ୍ଥିତି । ଶେଷରେ ଛାଡ଼ପତ୍ର ଭଳି ଚରମ ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଲେ ଲରେନ୍‌ । ୨୦୧୨ ରେ ଲରେନ୍‌ ବିବାହ କରିଥିଲେ । ୨୦୨୧ ସେପ୍ଟେମ୍ବରରୁ ସେ ସ୍ୱାମୀଙ୍କଠୁ ଅଲଗା ହୋଇଯାଇଥିଲେ । ଶେଷରେ ଏହିବର୍ଷ ଜାନୁଆରୀରେ ତାଙ୍କର ଛାଡ଼ପତ୍ର ଶେଷ ହେଲା ।

ଲରେନ୍‌ ଆମେରିକା ଗଣମାଧ୍ୟମ ମିରର୍‌କୁ ସାକ୍ଷାତକାରେ କହିଛନ୍ତି ଯେ, ‘ଏଭଳି ସେଲିବ୍ରେସନ୍‌ର ପଛରେ ଅନେକ ଘଟଣା ରହିଛି । ଡିଭୋର୍ସ ଉଭୟ ପକ୍ଷ ପାଇଁ ବେଶ୍‌ କଠିନ ଓ ଯନ୍ତ୍ରଣାଦାୟକ ହୋଇଥାଏ । ଏମିତି ବି ଦିନ ଥିଲା ଯେବେ ପ୍ରତିଟି ସକାଳ ମୋ ପାଇଁ ଯନ୍ତ୍ରଣାଦାୟକ ଥିଲା, ସକାଳେ ଉଠିବା ମାତ୍ରେ କାନ୍ଦି କାନ୍ଦି ଦିନ କଟେ । ଶେଷରେ ନିଷ୍ପତ୍ତି ନେଲୁ କି ଆମେ ଦୁହେଁ ଛାଡ଼ପତ୍ର ଦେବୁ, କିନ୍ତୁ ପିଲାଙ୍କ ଭରଣପୋଷଣ ପାଇଁ ଜୀବନସାରା ପରସ୍ପର ସହ ଯୋଗାଯୋଗରେ ରହିବୁ । ଏସବୁ ଯନ୍ତ୍ରଣାରୁ ମୁଁ ବଞ୍ଚିଯାଇଛି, ଏବେ ଆଉ ଏକ ନୂଆ ଜୀବନ ଆରମ୍ଭ କରିଛି । ଯେଉଁଥିରେ ମୁଁ ବହୁତ ଖୁସି’ ।

 

ଲରେନ୍‌ ତାଙ୍କର ଡିଭୋର୍ସ ଫଟୋକୁ ପ୍ୟୁବିଟି ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସୋୟାର କରିଛନ୍ତି । ଯେଉଁଥିରେ ସେ ନିଜ ବିବାହ ବେଳର ନାଲି ଡ୍ରେସ୍‌କୁ ପିନ୍ଧି ନିଜ ବାହାଘର ଫଟୋକୁ ନିଆଁ ଲଗାଉଛନ୍ତି । ଏମିତିକି ସେ ନିଜ ୱେଡିଂ ଡ୍ରେସ୍‌ ମଧ୍ୟ ଜାଳି ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now