/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694004197.jpg)
train ticket for her goat
ଛେଳି ପାଇଁ ଟ୍ରେନ୍ ଟିକେଟ୍ । କଥାଟା ନିଶ୍ଚୟ ଅଡୁଆ ଲାଗୁଥିବ । କାରଣ ମଣିଷ ପାଇଁ ସିନା ଟିକେଟ୍ ହୁଏ । ଛେଳି ପାଇଁ କି ଟିକେଟ୍ ? ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ମହିଳା ଜଣକ ନିଜ ଛେଳି ପାଇଁ ଟ୍ରେନ ଟିକେଟ୍ କରିଛନ୍ତି । ମହିଳା ଜଣକ ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ବର୍ତ୍ତମାନ ସମୟରେ କିଛି ଉଚ୍ଚ ଶିକ୍ଷିତ ଲୋକ ଟ୍ରେନ୍ରେ ବିନା ଟିକେଟ୍ରେ ଯାତ୍ରା କରୁଥିବା ବେଳେ ମହିଳା ଜଣକ ନିଜ ଛେଳି ପାଇଁ ଟିକେଟ୍ କାଟି ସଚ୍ଚୋଟତାର ପ୍ରମାଣ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ମହିଳା ଜଣକ ଟ୍ରେନ୍ରେ ନିଜ ଛେଳିକୁ ଧରି ଛିଡ଼ା ହୋଇଛନ୍ତି । ଟିଟିଇ ଯେତେବେଳେ ଟିକେଟ୍ ମାଗୁଛନ୍ତି । ସେ କିଣିଥିବା ଟିକେଟ୍କୁ ଟିଟିଇକୁ ଦେଉଛନ୍ତି । ଟିକେଟ୍ ଦେଖି ଟିଟିଇ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଆଉ ପଚାରୁଛନ୍ତି ଇଏ ତ ଦୁଇଜଣଙ୍କ ଟିକେଟ୍ । ମହିଳା ଜଣକ ନ ଡରି ହସି ହସି କହୁଛନ୍ତି ‘ମୁଁ ମୋ ଛେଳି ପାଇଁ ମଧ୍ୟ ଟିକେଟ୍ କାଟିଛି’ ।
She bought train ticket for her goat as well and proudly tells this to the TTE.
Look at her smile. Awesome.❤️ pic.twitter.com/gqFqOAdheq
— Awanish Sharan 🇮🇳 (@AwanishSharan) September 6, 2023
ଏହି ଭିଡିଓକୁ ଅୱାନିଶ ସରନ୍ ନାମକ ବ୍ୟକ୍ତି ‘ଏକ୍ସ’ ପେଜ୍ରେ ସେୟାର କରିଛନ୍ତି । ସେ କ୍ୟାପସନ୍ରେ ଲେଖିଛନ୍ତି ଯେ ମହିଳା ଜଣକ ନିଜ ଛେଳି ପାଇଁ ଟ୍ରେନ ଟିକେଟ୍ କରିଛନ୍ତି ଏବଂ ଗର୍ବରେ ଟିଟିଇକୁ ଏକଥା କହୁଛନ୍ତି । ଏହି ଭିଡିଓକୁ ଲୋକେ ବେଶ୍ ପସନ୍ଦ କରିବା ସହ ମହିଳାଙ୍କ ପ୍ରଶଂସା ବି କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)