• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆଜିକାଲି ସୋସିଆଲ ମିଡିଆରେ ମୁମ୍ବାଇର ଜଣେ ୩୭ ବର୍ଷୀୟା ମହିଳାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । କାରଣ ଘଟଣା ହିଁ ସେମିତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସବୁ ଘଟଣାଠାରୁ ଏହା ଟିକେ ଭିନ୍ନ ରହିଛି । ମହିଳା ଜଣକ ନିଜ ପାଇଁ ବର ଖୋଜୁଛନ୍ତି, କିନ୍ତୁ ସେ ଏଥି ପାଇଁ କିଛି ସର୍ତ୍ତ ରଖିଛନ୍ତି । ଯାହାକୁ କୌଣସି ପୁଅ ପୂରଣ କରି ପାରୁନାହିଁନ୍ତି । ବାସ୍ତବରେ, ମହିଳା ବିବାହ ପାଇଁ ଏପରି ସର୍ତ୍ତ ରଖିଛନ୍ତି ଯେ କୌଣସି ପୁଅ ଏହାକୁ ପୂରଣ କରି ପାରୁନାହିଁନ୍ତି । ମହିଳା ଜଣଙ୍କ ସର୍ତ୍ତର ସ୍କ୍ରିନସଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋସିଆଲ ମିଡ଼ିଆ ୟୁଜର୍‌ ଏହାକୁ ପଢି ବହୁତ ମଜା ନେଉଛନ୍ତି ।

ଅମ୍ବର ନାମକ ଜଣେ ‘ଏକ୍ସ’ ବ୍ୟବହାରକାରୀ ‌ଏହାର ସ୍କ୍ରିନସଟ୍ ସେୟାର କରିଛନ୍ତି, ଯାହା ମରାଠୀରେ ଲେଖା ହୋଇଛି । କିନ୍ତୁ ଯେତେବେଳେ ଏହା ଇଂରାଜୀରେ ଅନୁବାଦ କଲେ, ସେତେବେଳେ ଜଣାପଡିଥିଲା ​​ଯେ ମହିଳା ମୁମ୍ବାଇରେ କାମ କରୁଛନ୍ତି ଏବଂ ବର୍ଷକୁ ୪ ଲକ୍ଷ ଟଙ୍କା ରୋଜଗାର କରନ୍ତି । ସେ ଜଣେ ସାଥୀ ଖୋଜୁଛନ୍ତି ଯାହାର ମୁମ୍ବାଇରେ ନିଜର ଘର ଥିବ । ଚାକିରି କିମ୍ବା ବ୍ୟବସାୟୀ କରୁଥିଲେ ମଧ୍ୟ ଚଲିବ । କେବଳ ଏତିକି ନୁହେଁ, ମହିଳା ଏକ ସର୍ଜନ କିମ୍ବା CAକୁ ଅଗ୍ରାଧିକାର ଦେବେ ବୋଲି ମଧ୍ୟ ଲେଖିଛନ୍ତି ।

 

ଆହୁରି ବି ରହିଛି ସର୍ତ୍ତ...

ମହିଳାଙ୍କର ସର୍ତ୍ତ ଏତିକିରେ ସରିନଥିଲା, ଆଉ ଏକ ସର୍ତ୍ତ ରହିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାଇରାଲ ସ୍କ୍ରିନସଟରେ ଏହା ମଧ୍ୟ ଲେଖାଯାଇଛି ଯେ ସେ ବର୍ଷକୁ ଅତି କମରେ ୧ କୋଟି ଟଙ୍କା ରୋଜଗାର କରୁଥିବା ସ୍ୱାମୀ ଖୋଜୁଛନ୍ତି । ୨ ଏପ୍ରିଲ୍‌ରେ ସେୟାର ହୋଇଥିବା ପୋଷ୍ଟ ୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଅନେକ ଲୋକ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଜଣେ ‘ଏକ୍ସ’ ବ୍ୟବହାରକାରୀ ଲେଖିଛନ୍ତି ଯେ, 'ଏକ ତଥ୍ୟ ଅନୁଯାୟୀ, ଭାରତରେ ୧ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ୧.୭ ଲକ୍ଷ ରହିଛି । ଏଭଳି ପରିସ୍ଥିତିରେ, ଏହି ମହିଳା ୩୭ ବର୍ଷ ବୟସରେ 'ପ୍ରିନ୍ସ ଅଫ୍ ଡ୍ରିମ୍ସ' ଉପାଧି ପାଇବା ସମ୍ଭାବନା ୦.୦୧% ରହିଛି ।  ଅନ୍ୟ ଜଣେ କମେଣ୍ଟ ଦେଇ ଲେଖିଛନ୍ତି ଯେ, 'ଏମିତିକା ବର ଖୋଜିଲେ ଆପଣ ଅବିବାହିତ ରହିଯିବେ।'