• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉତ୍ତରାଖଣ୍ଡର ଏକ ମନ୍ଦିରରେ ଭେଟ ହେଲେ ବାସନ୍ତୀ ବେନ୍‌ ଓ ଶଶୀ ଦେବୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଉଣୀ ବାସନ୍ତୀ ବେନ୍‌ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଶଶୀ ଦେବୀଙ୍କ ସାକ୍ଷାତ ହୋଇଛି । ଗତ ଶୁକ୍ରବାର ଦିନ ଉତ୍ତରାଖଣ୍ଡର ଗରୱାଲର ଥିବା ଏକ ମନ୍ଦିରରେ ଭଗବାନଙ୍କ ଦର୍ଶନ ସମୟରେ ଉଭୟ ଉଭୟଙ୍କୁ ଭେଟି ଖୁବ୍‌ ଖୁସି ହୋଇଥିଲେ ।

ବାସନ୍ତୀ ବେନ୍‌ ତାଙ୍କ ସ୍ୱାମୀଙ୍କ ସହିତ ନୀଳକଣ୍ଡ ମହାଦେବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯିବା ସମୟରେ ଏହି ସାକ୍ଷାତ ହୋଇଥିଲା । ଶ୍ରାବଣ ମାସ ଚାଲୁଥିବାରୁ ଦୁହେଁ ନୀଳକଣ୍ଠ ମହାଦେବଙ୍କ ମନ୍ଦିରକୁ ଆସିଥିଲେ । ପରେ କୋଥାରୀ ଗାଁର ପାର୍ବତୀ ମନ୍ଦିର ପରିଦର୍ଶନ କରିବା ସମୟରେ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଶଶି ଦେବୀଙ୍କୁ ଭେଟିଥିଲେ ।

ଉଭୟଙ୍କ ସାକ୍ଷାତ ପରେ ଦୁହେଁ ବହୁତ ଖୁସି ହୋଇଥିଲେ । ଉଭୟ ଉଭୟଙ୍କୁ ଆଲିଙ୍ଗନ କରିଥିଲେ । ହସ ହସ ମୁହଁରେ ଅନେକ କଥା ହୋଇଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଭିଡିଓଟିକୁ ବିଜେପି ନେତା ଅଜୟ ନନ୍ଦା ଟ୍ୱିଟରରେ ସେୟାର କରିଛନ୍ତି । ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଉଣୀ ବାସନ୍ତୀ ବେନ ଏବଂ ସିଏମ ଯୋଗୀଙ୍କ ଭଉଣୀ ଶଶୀ ଦେବୀ ବହୁତ ସରଳ । ଉଭୟ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଉଦାହରଣ ।

OTV is now on Whatsapp

Join and get latest news update delivered to you via whatsapp

Join Now