• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ବାହାଘର ଋତୁ ଖୁବ୍‌ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଛି । ଶୀତ ପରେ ଖରା ପହଞ୍ଚିଲାଣି କିନ୍ତୁ ବାହାଘର ଋତୁ ଶେଷ ହୋଇନାହିଁ ।ତେବେ ଏହି ବାହାଘର ଋତୁ ମଧ୍ୟରେ ଅନେକ ଅଜବ ଦୃଶ୍ୟ ସବୁ ସାମ୍ନାକୁ ଆସିଛି । ନିଆରା ବାହାଘର ଠାରୁ ଆରମ୍ଭ କରି ବାହାଘରରେ ଅଜବ ଘଟଣା ସବୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଠିକ୍‌ ସେମିତି ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତିକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜସ୍ଥାନ ଜୟପୁରର ନାଗପୁର ସହରରେ ହୋଇଥିବା ଏକ ବିବାହ ଉତ୍ସବକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଆପଣ ଥରେ ଭାବନ୍ତୁ । ବାହାଘରରେ ଜଣେ ଅନ୍ୟକୁ କେତେ ଟଙ୍କାର ଉପହାର ଦେଇପାରିବ । ତାହା ପୁଣି ନଗଦ । ଆମେ ଯେଉଁ ବିବାହ ଉତ୍ସବ ବିଷୟରେ କହୁଛୁ ସେଥିରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର ଦିଆଯାଇଛି । ଆଉ ଏଭଳି ଉପହାର ଏବେ ରେକର୍ଡ ସୃଷ୍ଟି କରିଛି ।

ବିବାହ ଉତ୍ସବ ବେଳେ କନ୍ୟାର ପରିବାର ଲୋକ ତାଙ୍କୁ ୮୫ ଲକ୍ଷ ଟଙ୍କା ନଗଦ ଉପହାର ଦେଇଛନ୍ତି । ଯାହାକି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । କାରଣ ଟଙ୍କାଗୁଡ଼ିକୁ ଏକ କଂସା ଥାଳିରେ ରଖି କନ୍ୟାର ପରିବାର ଲୋକ ବିବାହ ମଣ୍ଡପ ପାଖରେ ପହଞ୍ଚିଥିଲେ । ଆଉ କନ୍ୟାକୁ ଉପହାର ଦେଇଥିଲେ । ଖାଲି ସେତିକି ନୁହେଁ, ନଗଦ ୮୫ ଲକ୍ଷ ଟଙ୍କା ସହ ଏକ ଟ୍ରାକ୍ଟର, ପ୍ରଚୁର ଗହଣା ଓ ଜମିବାଡ଼ି କାଗଜପତ୍ର ବି ଦେଇଥିଲେ । ଏହି ସବୁ ଉପହାରର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ।

Marriage MoneyMarriage Money

ଘେବାରୀ ଦେବୀ ଓ ଭଁୱରଲାଲ ପୋଟାଲିଆଙ୍କ ଝିଅ ହେଉଛନ୍ତି ଅନୁସ୍କା । ଯାହାର ଗତକାଲି ବିବାହ ସମ୍ପନ୍ନ ହୋଇଛି । ବିବାହ ଉତ୍ସବ ବେଳେ ତାଙ୍କୁ ଜଣେ ରାଜକୁମାରୀ ଭଳି ବ୍ୟବହାର କରାଯାଇଛି ଦିଆଯାଇଛି ।