• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାସ୍ତାରେ ପାଣି ନୁହେଁ ବୋହିଲା ମଦ । ରେଡ୍ ୱାଇନ୍ ସୃଷ୍ଟି କଲା ନଦୀର ଭ୍ରମ । ଛୋଟିଆ ସହରର ଏକ ରାସ୍ତାରେ ନଦୀ ସ୍ରୋତ ଭଳି ବୋହି ଯାଉଛି ନାଲି ମଦ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ ହେଉଛି । ନା ଆକାଶରୁ ବର୍ଷା ହେଉଛି ନା ପାହାଡ଼ ଫାଟି ଝରଣା ବୋହୁଛି ? କିଛି କୁଆଡୁ ନ ଘଟୁଥିଲେ ବି ରାସ୍ତାରେ ବୋହିଯାଉଛି ନାଲି ରଙ୍ଗର କିଛି ତରଳ ପଦାର୍ଥ । ହଠାତ୍‌ ପର୍ତ୍ତୁଗାଲର ସାଓ ଲୋରେଙ୍କୋ ଡି ବାଇରୋରେ ଏମିତି ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ହଠାତ୍‌ ରାତିରେ ରାସ୍ତା ଉପରେ ଏମିତି ମଦ କେଉଁଠୁ ଆସିଲା ? କେମିତି ଆସିଲା ସେନେଇ କିଛି ଜଣାପଡିନଥିବା ବେଳେ ଦୃଶ୍ୟ କିନ୍ତୁ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ନାଲି ରଙ୍ଗର ପାଣି ଭାବୁଥିଲେ ଲୋକେ, ହେଲେ ଯେତେବେଳେ ଜାଣିଲେ କି ଏହା ପାଣି ନୁହେଁ ବରଂ ମଦ ବୋଲି ତାହାକୁ ନେଇ ବଢିଲା ଚର୍ଚ୍ଚା ।

ଅନ୍ତର୍ଜାତୀୟ ଗଣମାଧ୍ୟମ ନ୍ୟୁୟର୍କ ପୋଷ୍ଟର ସୂଚନା ଅନୁସାରେ ଏକ ମଦ କାରଖାନା ନିକଟରେ ଥିବା ୨୦ ଲକ୍ଷ ଲିଟର ରେଡ୍ ୱାଇନ୍ ଭର୍ତ୍ତି ଏକ ଟ୍ୟାଙ୍କର ଫୁଟିଯିବାରୁ ଏପରି ଅଘଟଣ ଘଟିଛି । ଯାହା ଫଳରେ ରେଡ୍ ୱାଇନ୍ ସର୍ଟିମା ନଦୀ ଆଡ଼କୁ ବୋହି ଚାଲିଥିଲା । ଦୁର୍ଘଟଣାର ଖବର ପାଇବା ପରେ ଅଗ୍ନିଶମବାହିନୀ ପହଞ୍ଚିବା ପରେ ମଦର ଗତିପଥ ପରିବର୍ତ୍ତନ କରିବା ସହିତ ଏକ ପଡିଆରେ ତାହାକୁ ଗଚ୍ଛିତ କରି ରଖାଯାଇଥିଲା । ସେପଟେ ପୂରା ଘଟଣାରେ କ୍ଷେତର ମାଲିକଙ୍କ କ୍ଷତିପୂରଣ ମିଳିବ ବୋଲି ମଦ କମ୍ପାନୀ ପକ୍ଷରୁ କୁହାଯାଇଛି ।