• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶାଢ଼ି କିଣିବାକୁ ନେଇ ହେଲା ଗଣ୍ଡଗୋଳ । ଗୋଟିଏ ଶାଢ଼ି ପାଇଁ ଚୁଟି ଝିଙ୍କାଝିଙ୍କି ହୋଇ ମାଡ଼ ମରାମରି ହେଲେ ଦୁଇ ମହିଳା । ବେଙ୍ଗାଲୁରର ଏପରି ଏକ ଅଭାବନୀୟ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ ଦୁଇଜଣ ମହିଳା ଖୁବ୍‌ ଜୋରରେ ଗଣ୍ଡଗୋଳ କରୁଛନ୍ତି ।

ଏମିତିକି ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ପ୍ରଥମେ ମାଡ଼ ମରିବା ପରେ ଘଟଣା ଉଗ୍ରରୂପ ଧାରଣ କରୁଛି । ଅନ୍ୟ ମହିଳା ଜଣକ ମଧ୍ୟ ମହିଳାଙ୍କୁ ପ୍ରବଳ ମାଡ଼ ମାରୁଛନ୍ତି । ପରେ ପରେ ତାଙ୍କର ଚୁଟିକୁ ଝିଙ୍କିବା ସହ ତଳେ ଫିଙ୍ଗି ଦେବାକୁ ଉଦ୍ୟମ କରୁଛନ୍ତି । ଜଣେ ଟ୍ୱିଟର ୟୁଜର୍ସ ଏହି ଭିଡିଓଟିକୁ ସେୟାର କରିଛନ୍ତି ।

ମହିଳାମାନେ ବଚସା କରିବା ସମୟରେ ସେଠାରେ ଉପସ୍ଥିତ ଥିବା କୌଣସି ଗ୍ରାହକ ତାଙ୍କୁ ରୋକିବାକୁ ପ୍ରୟାସ କରୁନାହାନ୍ତି । ତେବେ ସେଠାରେ ଉପସ୍ଥିତ ଥିବା କିଛି ସୁରକ୍ଷାକର୍ମୀ ଝଗଡ଼ା ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି ।

ଭାଇରାଲ ହେଉଥିବା ଭିଡିଓର କ୍ୟାପସନ୍‌ରେ ମହୀଶୂର ରେଶମ ଶାଢ଼ିର ବାର୍ଷିକ ବିକ୍ରୟ ଉତ୍ସବରେ ଏପରି ଘଟଣା ଘଟିଥିବା ଦର୍ଶାଯାଇଛି । ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୨ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଥିବାବେଳେ ଅନେକ ୟୁଜର୍ସ ନିଜର ମତାମତ ଜଣାଇଛନ୍ତି । ବହୁ ଦର୍ଶକ ଘଟଣାଟିକୁ ଥଟ୍ଟା କରିଥିବା ଦେଖିବାକୁ ମିଳିଛି ।