/odishatv-khabar/media/post_attachments/uploadimage/library/16_9/16_9_0/MS_Dhoni_1687777572.jpg)
MS Dhoni
ଭାରତୀୟ କ୍ରିକେଟ ଦଳର 'କ୍ୟାପଟେନ୍ କୁଲ୍' ଅର୍ଥାତ୍ ଏମ୍ଏସ୍ ଧୋନିଙ୍କ ଫ୍ୟାନ୍ ପୃଥିବୀର ପ୍ରତ୍ୟେକ କୋଣରେ ଅଛନ୍ତି । ଆପଣ ଯେଉଁଠିକି ବି ଯିବେ, ଧୋନିଙ୍କ ଫ୍ୟାନ୍ ପାଇପାରିବେ । ଧୋନି ନିଜ କୁଲ ଅନ୍ଦାଜ ପାଇଁ ସାରା ବିଶ୍ୱରେ ପରିଚିତ । ତାଙ୍କର ନାଁ ମାହି, ଆଉ ସେ ଲୋକଙ୍କ ହୃଦୟ ଜିତିବାରେ ମାହିର । ଲୋକଙ୍କ ମନରେ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । କ୍ରିକେଟ୍ ପଡ଼ିଆରେ ହେଉ କିମ୍ବା ବାହାରେ ସବୁଠି ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ଲୋକେ ତାଙ୍କୁ ପସନ୍ତ କରିଥାନ୍ତି ।
ଠିକ୍ ଏମିତି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହାକି ଧୋନିଙ୍କ ଫ୍ୟାନ୍ ପଲୋର୍ସଙ୍କ ତାଲିକା ଆଉ ଟିକେ ଲମ୍ବା କରିଦେଇଛି । ଭିଡିଓରେ ଖୁବ୍ ଲାଇକ୍ କମେଣ୍ଟ ବି ଆସୁଛି । ସମସ୍ତେ ଧୋନିଙ୍କୁ ପ୍ରଶଂସା କରୁଛନ୍ତି । ଧୋନିଙ୍କ ଷ୍ଟାଇଲ ଆଉ ଅନ୍ଦାଜରେ ସମସ୍ତେ ଫିଦା ।
ତେବେ ଏହି ଭିଡିଓରେ ଦେଖାଯାଇଛି ଯେ ଧୋନି ବିମାନରେ ଯାତ୍ରା କରୁଛନ୍ତି । ସେ ନିଜ ସିଟ୍ରେ ବସିଥିବା ବେଳେ ଜଣେ ଏୟାର ହଷ୍ଟେସ୍ ଆସୁଛନ୍ତି । ଆଉ ତାଙ୍କ ଆଡ଼କୁ ଗୋଟିଏ ପ୍ଲେଟ୍ ବଢ଼ାଉଛନ୍ତି । ପ୍ଲେଟ୍ରେ ବହୁତ ଗୁଡ଼ିଏ ଚକଲେଟ୍ ସହ ଡ୍ରାଏ ଫ୍ରୁଟ୍ସ ରହିଛି, ଆଉ ଗୋଟିଏ ସ୍ୱତନ୍ତ୍ର ନୋଟ ବି ରହିଛି । ଏୟାର ହଷ୍ଟେସ୍ ଜଣକ ଧୋନିଙ୍କୁ ପ୍ଲେଟ୍ ବଢ଼ାଇବା ସହ ନୋଟ ଦେଇଥିଲେ, ଆଉ ତାପରେ ଚକଲେଟ୍ ବି ଦେଇଥିଲେ । କାରଣ ଏହି ଏୟାର ହଷ୍ଟେସ୍ ଜଣକ ଥିଲେ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ । ତେବେ ଧୋନି ତାଙ୍କଠାରୁ ଚକ୍ଲେଟ୍ ନେବାକୁ ମନା କଲେ, କିନ୍ତୁ ପ୍ଲେଟ୍ରେ ଥିବା ଖଜୁରି ପ୍ୟାକେଟ୍କୁ ଗ୍ରହଣ କଲେ ।
ଏହି ଭିଡିଓ ଭାଇରାଲ ହେବା ପରେ ଧୋନିଙ୍କ ଏକ ନୂଆ ଅନ୍ଦାଜ ଦେଖିବାକୁ ପାଇଲେ ଫ୍ୟାନ୍ସ । ଆଗରୁ ବିମାନରେ ଯାତ୍ରା କରିବା ବେଳେ ଧୋନି ଫୋନ୍ ଧରୁ ନଥିଲେ ବରଂ ବହି ପଢ଼ୁଥିବା ଦେଖାଯାଇଥିଲା । କିନ୍ତୁ ଏବେ ଧୋନି ବିମାନରେ ଯାତ୍ରା କରିବା ବେଳେ ଟ୍ୟାବ୍ ଧରି କ୍ୟାଣ୍ଡିକ୍ରସ୍ ଖେଳୁଥିବା ଦେଖିବାକୁ ମିଳିଛି । ମାହିଙ୍କ କ୍ୟାଣ୍ଡିକ୍ରସ୍ ଖେଳିବା ଅନ୍ଦାଜ ଫ୍ୟାନ୍ମାନଙ୍କୁ କାଫି ପସନ୍ଦ ଆସିଛି ।
Thala playing candy crush at 35,000 feet is the best thing you’ll see on the internet today.#MSDhoni#CricketTwitterpic.twitter.com/ODlozgmO3T
— Vibhor (@dhotedhulwate) June 25, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)