Advertisment

ଏ କ’ଣ କଲେ ! ମଦରେ ନିଜ ରକ୍ତ ମିଶାଇ ଗ୍ରାହକଙ୍କୁ ଦେଲେ ୱେଟର୍‌ !

ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଆଜିକାଲି ରେଷ୍ଟୁରାଣ୍ଟରେ ଅଜବ ପ୍ରକାରର କନ୍‌ସେପ୍ଟ ବ୍ୟବହାର କରାଯାଉଛି। କେଉଁଠି ଅଜବ ପ୍ରକାରର ଖାଦ୍ୟ ପରଷା ଯାଉଛି ତ ଆଉ କେଉଁଠି ରେଷ୍ଟୁରାଣ୍ଟ ଭିତରେ ଏମିତି ଡିଜାଇନ୍‌ କରାଯାଉଛି ଗ୍ରାହକ ଚକିତ ହୋଇଯାଉଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Waitress Mix Own Blood In Customer Cocktail

Waitress mix own blood in customer cocktail

ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଆଜିକାଲି ରେଷ୍ଟୁରାଣ୍ଟରେ ଅଜବ ପ୍ରକାରର କନ୍‌ସେପ୍ଟ ବ୍ୟବହାର କରାଯାଉଛି। କେଉଁଠି ଅଜବ ପ୍ରକାରର ଖାଦ୍ୟ ପରଷା ଯାଉଛି ତ ଆଉ କେଉଁଠି ରେଷ୍ଟୁରାଣ୍ଟ ଭିତରେ ଏମିତି ଡିଜାଇନ୍‌ କରାଯାଉଛି ଗ୍ରାହକ ଚକିତ ହୋଇଯାଉଛନ୍ତି। ଦିଲ୍ଲୀରେ ଏମିତି କିଛି ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଦିବ୍ୟାଙ୍ଗଙ୍କୁ ମଧ୍ୟ ଚାକିରି ମିଳୁଛି। ତେବେ ଜାପାନର ଏକ କାଫେ କିଛି ନିଆରା କରିବାକୁ ଯାଇ ଓଲଟା ହରଡ଼ଘଣାରେ ପଡ଼ିଛି। ଫଳରେ କାଫେର ଏହି ଭୁଲ୍‌ ଏବେ ଲୋକଙ୍କ ସାମ୍ନାକୁ ଆସିଛି।

Advertisment

ଅଧିକ ପଢ଼ନ୍ତୁ: ଏହି ରେଷ୍ଟୁରାଣ୍ଟରେ ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେନି ଗ୍ରାହକ !

ଅଡିଟି ସେଣ୍ଟ୍ରାଲ୍‌ ନ୍ୟୁଜ୍‌ ୱେବ୍‌ସାଇଟ୍ ରିପୋର୍ଟ ଅନୁସାରେ, ଜାପାନର ସାପ୍ପୋରୋ ସ୍ଥିତ Mondaiji Con Cafe Daku (Problem Child Dark Cafe) ନାମକ ଏକ କାଫେ ନିଆରା କରିବାକୁ ଯାଇ ଏବେ ଅସୁବିଧାରେ ପଡ଼ିଛି। ଏହି କାଫେକୁ ଆସୁଥିବା ଗ୍ରାହକ ୨ ହଜାର ଟଙ୍କା ଦେଇ ୧ ଘଣ୍ଟା ପାଇଁ ଡ୍ରିଙ୍କସ୍‌ କରିପାରିବେ। ଏହାକୁ ଆହୁରି ନିଆରା କରିବାକୁ ଯାଇ କାଫେ ମାଲିକ ଦିବ୍ୟାଙ୍ଗ ଯୁବତୀଙ୍କୁ ଚାକିରିରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। କାଫେରେ ରହିଥିବା ଯୁବତୀମାନେ ଭୟଭୀତ କଲା ଭଳି ପୋଷାକ ପିନ୍ଧି ଗ୍ରାହକଙ୍କୁ ଡ୍ରିଙ୍କ୍‌ସ୍‌ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯାହାକି ଗ୍ରାହକଙ୍କୁ ଅଧିକ ଆତ୍କୃଷ୍ଟ କରିବ।

Advertisment

ମଦରେ ମିଶାଇ ଦେଲେ ନିଜ ରକ୍ତ...

ତେବେ କାଫେର ଏହି ନିଆରା କନ୍‌ସେପ୍ଟକୁ ନେଇ ଜଣେ ଯୁବତୀ ଏତେ ସିରିୟସ ହୋଇଯାଇଥିଲେ ଯେ, ସେ ନିଜକୁ ଭାମ୍ପାୟାର(କଳା ଯାଦୁ କରୁଥିବା ବ୍ୟକ୍ତି) ବୋଲି ଭାବି ନେଇଥିଲେ। ପରିଣାମ ସ୍ୱରୂପ ସେ ଡ୍ରିଙ୍କ୍‌ରେ ରକ୍ତ ମିଶାଇ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଯୁବତୀ ଜଣକ ମଦରେ ନିଜ ରକ୍ତ  ମିଶାଇ ଦେଇଥିଲେ ଓ ଏହାକୁ ପିଇବା ପାଇଁ ଗ୍ରାହକଙ୍କୁ ଦେଇଥିଲେ। ଗ୍ରାହକ ଜଣକ ନିଜେ କୁଆଡ଼େ ଏପରି କରିବା ପାଇଁ କହିଥିଲେ ବୋଲି ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ କାଫେ ମାଲିକ ତୁରନ୍ତ ସମ୍ପୃକ୍ତ ଯୁବତୀଙ୍କୁ ଚାକିରିରୁ ବାହାର କରିଦେଇଥିଲେ। 

Viral News
Advertisment
Advertisment