Viral Vedio: ମେଟ୍ରୋରେ ଯୁବତୀ କରୁଛନ୍ତି ହେୟାର ଷ୍ଟ୍ରେଟନିଂ, ଟ୍ରୋଲ୍‌ର ଶିକାର ହେଲେ

‘ହସନା ଜରୁରୀ ହେ’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରାଯାଇଛି । ଭିଡିଓର କ୍ୟାପସନ୍‌ରେ ‘ଦିଲ୍ଲୀ ମେଟ୍ରୋର କଥା କିଛି ଅଲଗା’ ବୋଲି ଲେଖାଯାଇଛି ।

ମେଟ୍ରୋ ଟ୍ରେନ୍‌ରେ ହେୟାର ଷ୍ଟ୍ରେଟନିଂ

ପ୍ରାୟ ସବୁ ସମୟରେ ସୋସିଆଲ ମିଡିଆରେ ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ କିଛି ଦର୍ଶକ ପସନ୍ଦ କରିବା ସହ ନିଜର ମତାମତ ଦେଇଥା’ନ୍ତି । କିଛି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଖୁବ୍‌ ବିରୋଧ ମଧ୍ୟ କରାଯାଇଥାଏ ।

ହେଲେ ସେହିପରି ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକମାନେ ସମାଲୋଚନା କରୁଥିବା ନଜର ଆସିଛି । ରାଜଧାନୀ ଦିଲ୍ଲୀର ଏକ ମେଟ୍ରୋ ଟ୍ରେନ୍‌ରେ ଜଣେ ଯୁବତୀ ହେୟାର ଷ୍ଟ୍ରେଟନିଂ କରୁଥିବା ଦେଖିବାକୁ ମିଳିଛି । ବିନା ସଙ୍କୋଚରେ ଯୁବତୀ ଜଣକ ମେଟ୍ରୋ ଭିତରେ ତାଙ୍କ ହେୟାର ଷ୍ଟ୍ରେଟନିଂ କରୁଛନ୍ତି । ଯୁବତୀଙ୍କ ନିକଟରେ କିଛି ଯାତ୍ରୀ ଛିଡ଼ା ହୋଇରହିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

‘ହସନା ଜରୁରୀ ହେ’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରାଯାଇଛି । ଭିଡିଓଟିର କ୍ୟାପସନ୍‌ରେ ‘ଦିଲ୍ଲୀ ମେଟ୍ରୋର କଥା କିଛି ଅଲଗା’ ବୋଲି ଲେଖାଯାଇଛି । ଭିଡିଓଟିକୁ ଅନେକ ଲୋକ ଲାଇକ୍‌ କରିବା ସହ ନିଜର ମତାମତ ଦେଇଥିବା ଦେଖିବାକୁ ମିଳିଛି ।

ଅନେକ ଲୋକ ଭିଡିଓଟିର କମେଣ୍ଟରେ ଯୁବତୀ ଜଣଙ୍କୁ ସମାଲୋଚନା କରିଛନ୍ତି । ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି ଯେ, ଦିଲ୍ଲୀ ମେଟ୍ରୋର ଯାତ୍ରୀମାନେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛନ୍ତି । ପିଲାମାନଙ୍କର ଅଭିଭାବକ ସେମାନଙ୍କୁ ଶାଳୀନତା ଶିକ୍ଷାଦେବାରେ ବିଫଳ ହେଉଛନ୍ତି । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯୁବତୀ ଜଣଙ୍କୁ ବୋଧହୁଏ ଘରେ ସମୟ ନାହିଁ ।