• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ ଲେକ୍ଚର କ୍ଲାସ୍‌ ଭିତରେ ପାଠ ପଢ଼ାଉଥିବା ବେଳେ ନିଜ ଛାତ୍ରଛାତ୍ରୀଙ୍କୁ ଶୋଇବା ପାଇଁ ଅନୁମତି ଦେଉଛନ୍ତି ! ଏହି ଭିଡିଓ ଇଣ୍ଟରନେଟ୍‌ରେ ଝଡ଼ ଭଳି ବ୍ୟାପିଛି । ଅନେକ ୟୁଜର ଏଥିରେ କମେଣ୍ଟ ଦେଇଛନ୍ତି ଏବଂ ଏହାକୁ ସ୍ୱାଗତ କରିଛନ୍ତି । ଅନେକ ଏହାର ମଜା ବି ନେଇଛନ୍ତି ।

ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ ୟୁଜର, ‘maardaalapsych’ ଓ ଅନ୍ୟ ଦୁଇ ଜଣ ପୋଷ୍ଟ କରିଛନ୍ତି । ଭିଡିଓ ଆରମ୍ଭରୁ ଦେଖାଯାଇଛି ଯେ ଛାତ୍ରଛାତ୍ରୀମାନେ କ୍ଲାସ୍‌ରେ କୋଳାହଳ କରୁଛନ୍ତି । ଆଉ ପରସ୍ପର ମଧ୍ୟରେ ଯୁକ୍ତିତର୍କ ଲାଗିଛନ୍ତି ।

ଯେତେବେଳେ ପ୍ରଫେସରଙ୍କ ନଜରରେ ପଡ଼ିଲା, ସେତେବେଳେ ଜଣେ ଛାତ୍ରୀ ସାର୍‌ଙ୍କୁ ପଚାରିଲେ ଏହି ବାକ୍ୟ ଗୁଡ଼ିକ ଭିତରୁ କେଉଁଟି ଠିକ୍‌ । ଗୋଟିଏ ହେଲା, 'you is sleep' ଓ ଅନ୍ୟଟି 'you can sleep' । ଏହି ପ୍ରଶ୍ନ ଶୁଣି ପ୍ରଫେସର ଟିକେ ହସିଦେଲେ, ଆଉ କହିଲେ 'you can sleep' । ପ୍ରଫେସରଙ୍କ ପାଟିରୁ କଥା ସରୁ ସରୁ କ୍ଲାସ୍‌ରେ ଥିବା ସବୁ ଛାତ୍ରଛାତ୍ରୀ ଆଖି ପିଛୁଳାକେ ଟେବୁଲ ଉପରେ ମୁଣ୍ଡ ନୁଆଁଇ ଶୋଇପଡ଼ିଲେ ।

ତାପରେ ସାର ହସି ହସି କହୁଛନ୍ତି, ଏହା କ’ଣ କିଛି ସୋସିଆଲ୍ ଏକ୍ସପେରିଏଣ୍ଟ ଥିଲା କି ? ସାର୍‌ଙ୍କ କଥା ଶୁଣି ପିଲାମାନେ ହସିଲେ । ଆଉ ଉଠିଲେ । ତାପରେ ସାର୍‌ କହୁଛନ୍ତି, ମୁଁ ଆପଣଙ୍କର ଏହି ରିଲ୍‌ ଭିଡିଓରେ ସାମିଲ ହୋଇପାରିବି କି ? ଆଉ ପିଲାମାନେ ଉତ୍ତର ଦେଉଛନ୍ତି ହଁ..

ତେବେ ଏହି ଭିଡିଓ ସମସ୍ତଙ୍କୁ ପସନ୍ଦ ଆସିଛି । ଆଉ ଏହି ଫ୍ରେଣ୍ଡଲି ସାର୍‌ଙ୍କୁ ପାଇ ପିଲାମାନେ ଖୁସି ବୋଲି ଅନେକ ୟୁଜର କମେଣ୍ଟ ଦେଇଛନ୍ତି । ବର୍ତ୍ତମାନ ସମୟରେ ଏଭଳି ସାର୍ ରହିବା ଆବଶ୍ୟକ

OTV is now on Whatsapp

Join and get latest news update delivered to you via whatsapp

Join Now