• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଏବେ ଟମାଟୋ ନାଁ ଶୁଣିଲେ ଡର ଲାଗୁଛି । କୋଉଠି ୧୦୦ ତ ଆଉ କୋଉଠି ୧୫୦ ଟଙ୍କା ଲେଖାଏଁ ବିକ୍ରି ହେଉଛି କିଲେ ଟମାଟୋ । ଦର ଏତେ ଅଧିକ ରହୁଛି ଯେ କିଣିବେ କଣ ଦୋକାନକୁ ଯିବାକୁ ବି ଇଚ୍ଛା ହେଉନି । ଆଉ ଏହି ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଏବେ ଚର୍ଚ୍ଚା । ଦେଖନ୍ତୁ ଏହି ଭିଡିଓକୁ...କେମିତି ବିଲାତି ଉପରେ ଗୁଡେଇ ହୋଇ ରହିଛି ସାପ । ଅବଶ୍ୟ ଏହି ଭିଡିଓକୁ ଆନିମେଟେଡ୍‌ କରାଯାଇଛି କି ଏହା ସତ ଭିଡିଓ ତାହା ତ ଆମକୁ ଜଣାନାହିଁ । କିନ୍ତୁ ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଅନେକ ପ୍ରକାର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

କିଛିଦିନ ତଳେ ମଧ୍ୟପ୍ରଦେଶରୁ ମଧ୍ୟ ଏମିତି ଏକ ଘଟଣା ଆସିଥିଲା ଯାହାକୁ ନେଇ ଚର୍ଚ୍ଚା ବଢିଥିଲା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସ୍ତ୍ରୀ’ଙ୍କୁ ନପଚାରି ସ୍ବାମୀ ୨ଟି ଟମାଟୋ ରାନ୍ଧି ଦେଇଥିବାରୁ ମଧ୍ୟପ୍ରଦେଶର ଶହଡ଼ୋଲ୍‌ ଜିଲ୍ଲାରେ ବସବାସ କରୁଥିବା ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ସହିତ କଳହ କରି ଘରଛାଡ଼ି ଚାଲିଯାଇଥିଲେ । ଆଉ ଏବେ ପୁଣି ବିଲାତିକୁ ସାପ ଜଗିଥିବାର ଭିଡିଓ ଭାଇରାଲ ହେଲାଣି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି ଗୋଟିଏ ସ୍ଥାନରେ ଟମାଟୋ ଗଦା ହୋଇ ରହିଛି । ସେହି ଟମାଟୋକୁ ଏକ ନାଗସ‌ାପ ଜଗି ବସିଛି । ମାଲିକ ଯେମିତି ଟମାଟୋକୁ ନେବାକୁ ଆସୁଛନ୍ତି ସାପ ଫଣାଟେକି ଗର୍ଜନ କରି ତାଙ୍କୁ ଦଂଶନ କରିବାକୁ ଚେଷ୍ଟା କରୁଛି । ତେଣୁ ମାଲିକ ଟମାଟୋ ଆଣୁନାହାନ୍ତି ।

ଭୟଭୀତ କଲା ଭଳି ଏହି ଭିଡିଓ ସୋସିଆଲ ମିଡିଆ ପେଜ୍‌ ଇନଷ୍ଟାଗ୍ରାମରେ ମିର୍ଜା ମହମ୍ମଦ ଆରିଫ ଜୁଲାଇ ୧୧ ତାରିଖରେ ପୋଷ୍ଟ କରିଥିଲେ । ପୂର୍ବରୁ ମଧ୍ୟ ସାପଙ୍କୁ ନେଇ ସେ ଅନେକ ଭିଡିଓ ସୋସିଆଲ ମିଡିଆ ପେଜ୍‌ରେ ସେୟାର କରିଛନ୍ତି । ହେଲେ ଏବେର ଭିଡିଓକୁ ନେଇ ସବୁଠି ଚର୍ଚ୍ଚା ।