Advertisment

Viral Video: ନିଜ ସଂସ୍ଥାକୁ ବିଜ୍ଞାପନ କରିବାର ନୂଆ ତରିକା; କେହି ବି ଅଣଦେଖା କରିପାରିବେ ନାହିଁ

ଆଜିକାଲି ନିଜ ସଂସ୍ଥାର ବିଜ୍ଞାପନ ପାଇଁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ ଯାହା ଦ୍ୱାରା ଜନସାଧାରଣ ସହଜରେ ସେସବୁ ପ୍ରତି ଆକର୍ଷିତ ହେବେ। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି କିଛି ଲୋକ ସେମାନଙ୍କ ସଂସ୍ଥାକୁ ବିଜ୍ଞାପନ କରିବା ପାଇଁ ଏପରି ଚତୁର ଉପାୟ ପାଇଛନ୍ତି, ଆପଣ ଏହା ଦେଖି ଆଶ୍ଚର୍ଯ୍ୟ ହେବେ।

author-image
Pramod Behera
ଅଦ୍ୟତନ ହୋଇଛି
Viral Video Smart advertising idea of marketing

Viral Video Smart advertising idea of marketing

ଆଜିର ସମୟରେ ମାର୍କେଟିଂ ଏବଂ ବିଜ୍ଞାପନ ପାଇଁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ ଯାହା ଦ୍ୱାରା ଜନସାଧାରଣ ସହଜରେ ସେସବୁ ପ୍ରତି ଆକର୍ଷିତ ହେବେ। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି କିଛି ଲୋକ ସେମାନଙ୍କ ସଂସ୍ଥାକୁ ବିଜ୍ଞାପନ କରିବା ପାଇଁ ଏପରି ଚତୁର ଉପାୟ ପାଇଛନ୍ତି, ଆପଣ ଏହା ଦେଖି ଆଶ୍ଚର୍ଯ୍ୟ ହେବେ। ଏଥିପାଇଁ ଜଣେ ୧୦୦ ଟଙ୍କା ନୋଟ୍ ପରି ଦେଖାଯାଉଥିବା କାଗଜ ବ୍ୟବହାର କରିଛନ୍ତି।

Advertisment

ନିକଟରେ ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ, ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଆଉ ଏଭଳି ଅଦ୍ଭୁତ ଚିନ୍ତାଧାରାକୁ ମଧ୍ୟ ପ୍ରଶଂସା କରିବାକୁ କୁଣ୍ଠାବୋଧ କରିବେ ନାହିଁ। ଏହି ଅଜବ ଆଇଡିଆ ଏକ କାଫେ ବିଜ୍ଞାପନ ପାଇଁ ବ୍ୟବହୃତ ହୋଇଛି ଏବଂ ଶୀଘ୍ର ଏହା ଇଣ୍ଟର୍‌ନେଟ୍‌ରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି। ଲୋକମାନେ ଏହି ତରିକାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।

ମନେକର ଆପଣ ରାସ୍ତାରେ ଚାଲୁଛନ୍ତି ଆଉ ବାଟରେ ୧୦୦ ଟଙ୍କିଆ ନୋଟଟିଏ ପଡିଛି ଦେଖନ୍ତି, ସେଠାରେ କେହି ଲୋକ ନ ଥିବା ବେଳେ ଆପଣ କ’ଣ ଏହାକୁ ଛାଡିଦେବେ? ଆପଣ ନିଶ୍ଚିତ ଆଡକୁ ସାଡକୁ ଚାହିଁ ଧିରେ ଟଙ୍କାଟିକୁ ଉଠାଇ ଚଟକିନା ପକେଟ୍‌ରେ ପୂରେଇ ଦେବେ ଆଉ ନ ଜାଣିବା ପରି ଆଗକୁ ଚାଲିଯିବେ। କିଛି ଚାଲାଖିଆ ଲୋକେ ଲୋକଙ୍କର ଏହି ମାନସିକତାକୁ ଧ୍ୟାନରେ ରଖି ବିଜ୍ଞାପନ ପ୍ରସ୍ତୁତ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ:୧୫ ଲକ୍ଷ ଟଙ୍କା ଦେଲେ ଆପଣଙ୍କ ପାଖରେ ପହଞ୍ଚିଯିବ ପରିବାର ରହିବା ଭଳି ଘର

ଭିଡିଓରେ ଏହା ଦେଖିବାକୁ ମିଳେ ଯେ କାଗଜର ଗୋଟିଏ ପାର୍ଶ୍ୱରେ ୧୦୦ ଟଙ୍କିଆ ନୋଟ୍ ଛପା ହୋଇଥିବାବେଳେ ଅନ୍ୟ ପଟେ କାଫେ ପାଇଁ ଏକ ବିଜ୍ଞାପନ ଛପାଯାଇଛି। ଜଣେ ଲୋକ ରାସ୍ତାରେ ଯାଉଥିବା ବେଳେ ଏହାକୁ ୧୦୦ ଟଙ୍କିଆ ଭାବି ଉଠାଇଛନ୍ତି ଆଉ ଯେତେବେଳେ ଖୋଲି ଦେଖିଛନ୍ତି ସେ ପ୍ରତାରଣା ଖାଇଛନ୍ତି। ଯଦିଓ ସେ ପ୍ରତାରଣା କରିବା ପାଇଁ ଏପରି କରିଛନ୍ତି ତଥାପି ଏହି ବିଜ୍ଞାପନ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ଆପଣ ପ୍ରଶଂସା କରିବେ।

ଏହି ଭିଡିଓଟି ଇନଷ୍ଟାଗ୍ରାମରେ @cafe_mantralay ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୩ ଲକ୍ଷ ୧୧ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଭିଡିଓ ଦେଖୁଥିବା କିଛି ଲୋକ ଏହାକୁ ସ୍ମାର୍ଟ ବିଜ୍ଞାପନ ବୋଲି କହୁଥିବାବେଳେ ଅନେକ ଏହାକୁ ଧୋକା ବୋଲି ମଧ୍ୟ କହିଛନ୍ତି। ସେହିପରି ଆଉ କିଛି କହିଛନ୍ତି, “ଆମେ ନିଶ୍ଚିତ ଭାବରେ ଆମର ନୂତନ ବ୍ୟବସାୟ ପାଇଁ ଏହି ପଦ୍ଧତି ଆପଣେଇବୁ।

Viral Video Advertisment 'Desi Jugad'
Advertisment
Advertisment