/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707221667.jpg)
Online delivery sells unique houses for 19000 dollar
ଟେକ୍ନୋଲୋଜୀ ସହିତ ଆଗେଇ ଚାଲିଛି ଦୁନିଆଁ। ଘରେ ବସି ସବୁକିଛି ଆସି ପହଞ୍ଚି ଯାଉଛି। ଏହି ସୁଯୋଗ ଦେଇଛି ଅନ୍ଲାଇନ୍ ମାର୍କେଟିଂ। କେବଳ ଗୋଟିଏ ଅର୍ଡରରେ ହିଁ ମୋବାଇଲ୍, କ୍ୟାମେରା, ଫ୍ରିଜ୍, ଏସି, ଟିଭି ଏବଂ ଲାପଟପ୍ ସହିତ ଅନେକ କିଛି ଘରେ ଆସି ପହଞ୍ଚିଯାଉଛି।
ଆପଣ କେବେ ଶୁଣିଛନ୍ତି କି ଅନ୍ଲାଇନ୍ରେ ଗୋଟିଏ ପରିବାର ରହିବା ଭଳି ଘର ବି ମିଳିପାରିବ? ତାହା ପୁଣି ଏ ଘରକୁ କିଣିବାକୁ ହେଲେ ଆପଣଙ୍କୁ ସେଠାକୁ ଯିବାକୁ ପଡିବନି ବରଂ ଘର ପ୍ୟାକିଂ ହୋଇ ଆପଣଙ୍କ ପାଖକୁ ଆସିବ। ଏହା ଶୁଣି ଆପଣଙ୍କ ମୁଣ୍ଡ ଘୂରେଇ ଯିବଣି, ଆଉ ଆପଣ ନିଶ୍ଚିତ କହିବେ, ଏହା କେବେ ସମ୍ଭବ ନୁହେଁ।
ଏ କଥା କିନ୍ତୁ ସତ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଆପଣ ଏହାକୁ ଦେଖିଲେ ନିଶ୍ଚିତ ବିଶ୍ୱାସ କରିବେ ଆଉ ଏହା ବି ଆପଣଙ୍କର ଏକ ସ୍ୱପ୍ନ ହେଇଯିବ, ଏହାକୁ ଦିନେ ନା ଦିନେ କିଣିବା ପାଇଁ। ତେବେ ଏହି ଘରର ମୂଲ୍ୟ, ଆକାର ଏବଂ ଡିଜାଇନ୍ ଆଦି ଜାଣିନେବା।
ବକ୍ସରେ ପ୍ୟାକ୍ ହୋଇ ଆସିଲା ଘର:
'X' ରେ @ stillgray ନାମକ ଜଣେ ବ୍ୟକ୍ତି ଏକ ଭିଡିଓ ପୋଷ୍ଟ୍ କରିଛନ୍ତି, ଯାହା ଏକ ରେଡିମେଡ୍ ଘର ଡେଲିଭରୀ ହେବା ପରେ ଦେଖାଯାଇଛି। ଭିଡିର ଆରମ୍ଭରୁ ଏକ ବଡ ବାକ୍ସରେ ସିଲ୍ ହୋଇଥିବା ଏକ ଘର ଖୋଲାଯାଉଛି। ଗୋଟିଏ ପରେ ଗୋଟିଏ ଘରର ବିଭିନ୍ନ ଅଂଶକୁ ଖୋଲାଯାଉଛି। ଦେଖୁ ଦେଖୁ ପୂରା ଘର ପ୍ରସ୍ତୁତ ହୋଇଯାଉଛି।
ଘର ମୂଲ୍ୟ:
ଏହା ଦେଖିବାକୁ ପରେ ଆପଣଙ୍କର ହୁଏତ ଇଛା ହେଉଥିବ ଏହି ଘରର ମୂଲ୍ୟ ଜାଣିବାକୁ। ତେବେ ମୂଲ୍ୟ ୧୯,୦୦୦ ଡଲାର ଅର୍ଥାତ୍ ଭାରତୀୟ ଟଙ୍କାରେ ୧୫ ଲକ୍ଷରୁ ଅଧିକ ବୋଲି ଏହି ପୋଷ୍ଟରେ ଲେଖାଯାଇଥିବା କ୍ୟାପ୍ସନ୍ରୁ ଜଣାପଡିଛି।
Amazon sells these houses for $19,000 because no one can afford a real home anymore. They are glorified shipping containers. pic.twitter.com/4mLJF2HaJx
— Ian Miles Cheong (@stillgray) February 5, 2024
ଡିଜାଇନ୍:
ଏହା କେବଳ କାମଚଳା ଘର ନୁହେଁ। ଏହି ଘରେ ରୋଷେଇ ଘର, ଶୋଇବା ଘର ଏବଂ ଡ୍ରଇଂ ରୁମ୍ ମଧ୍ୟ ଅଛି। ଆପଣ ନିଶ୍ଚିତ ଭାବରେ ପ୍ରାୟତଃ ବଡ ଡିଜାଇନ୍ ହୋଇଥିବା ଫୁଡ୍ ଭ୍ୟାନ୍ କିମ୍ବା ଫିଲ୍ମ ଷ୍ଟାରଙ୍କ ମାଲିକାନା ଥିବା ଭ୍ୟାନିଟି ଭ୍ୟାନ୍ ଦେଖିଥିବେ, ଏହି ଘରଟି ସେହିଭଳି ଭାବେ ଡିଜାଇନ୍ ହୋଇଛି। ଏହା ଷ୍ଟିଲ୍ରେ ନିର୍ମିତ ଏକ ଘର। ଏଥିରେ କୌଣସି ଇଟା, ସିମେଣ୍ଟ କି ରଡ୍ ବ୍ୟବହାର ହୋଇନି।
ଏହି ଅନନ୍ୟ ଘରର ଭିଡିଓ X ରେ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି “୧୫ ଲକ୍ଷରେ ଏହି ଘର କିଛି ଖରାପ ନୁହେଁ।” ଅନ୍ୟ ଜଣେ କହିଛନ୍ତି ଯେ “ଆପାର୍ଟମେଣ୍ଟ ଅପେକ୍ଷା ଏହି ଘର ଭଲ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)