/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688801494.jpg)
Viral Video
ଆଜିକାଲି ସେଲଫି ନେବାରେ ଯୁବପିଢି ପାଗଳ । ଯିଏ ଯେଉଁଠି ପାଇଲା ସିଏ ସେଇଠି ସେଲଫି ନେଲା । ଫଟୋ ନିଶାରେ ଯୁବକମାନେ ଏମିତି ପାଗଳ ହେଲେଣି ଯେ ସ୍ଥାନକାଳ ପାତ୍ର କିଛି ମାନୁନାହାନ୍ତି । ହେଲେ ଏଇ ସେଲଫି ଯେ ସେମାନଙ୍କ ଜୀବନ ନେଇପାରେ କେବେ ସେମାନେ ଭାବିନାହାନ୍ତି । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଭାରି ଚର୍ଚ୍ଚା ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ତିନିଜଣ ଯୁବକଙ୍କୁ ହାତୀ ପଲ ଦଉଡାଉଛନ୍ତି । ଆଉ ନିଜ ଜୀବନ ବଞ୍ଚାଇବାକୁ ରାସ୍ତା ଉପରେ ଏମିତି ଦଉଡୁଛନ୍ତି ଏମାନେ । ଆଉ ଏହାରି ଭିତରେ ଜଣେ ରାସ୍ତା ଉପରେ ପଡିଯାଉଛି । ହେଲେ ବି ପ୍ରାଣପ୍ରଣେ ଉଠି ଦଉଡିବାରେ ଲାଗିଛି । ତେବେ ଭାଇରାଲ ହେଉଥିବା ଭିଡିଓଟି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ଅଂଚଳର ବୋଲି ଜଣାପଡିଛି ।
ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି, ୩ ଜଣ ଯୁବକ ହାତୀପଲଙ୍କ ସହିତ ସେଲଫି ନେବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ହାତୀପଲ ରାଗି ଯାଇ ତିନିଜଣ ଯୁବକଙ୍କୁ ଗୋଡ଼ାଇ ଆସିଥିଲେ । ହାତୀପଲଙ୍କୁ ସାମ୍ନାରୁ ଆସୁଥିବା ଦେଖି ତିନିଜଣ ଯୁବକ ଜୀବନ ବିକଳରେ ଘଟଣାସ୍ଥଳରୁ ଦଉଡ଼ି ପଳାଇ ଆସିଥିଲେ । ହେଲେ ଏହି ସମୟରେ ଜଣେ ଯୁବକ ଭୟରେ ଦଉଡ଼ି ନପାରି ତଳେ କଚଡା ଖାଇଥିଲେ । କିନ୍ତୁ ସମସ୍ତେ ହାତୀଙ୍କ ଆକ୍ରୋଶରୁ ବର୍ତ୍ତିଯାଇଥିଲେ । କିନ୍ତୁ ଏହି ସମୟର ଭିଡିଓକୁ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ନିଜ ମୋବାଇଲରେ କଏଦ କରିଥିଲେ । ତେବେ ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ପେଜ୍ରେ ସେୟାର କରିବା ସହିତ ଘଟଣାକୁ ନିନ୍ଦା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)